ପ୍ରମୁଖ ଖବର
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ୱେଷ୍ଟ୍‌ ଟୁ ୱେଲଥ୍‌ ଥିମ୍‌ର ପ୍ରଚାର,ଆଦର୍ଶ ବୁଥରେ ରହିବ ସ୍କ୍ରାପ୍‌ ପ୍ରତିକୃତି

ବ୍ରହ୍ମପୁର, ୧୦/୦୫: ମତଦାତାଙ୍କୁ ସଚେତନତା କରିବା ଏବଂ ୱେଷ୍ଟ୍‌ ଟୁ ୱେଲଥ୍‌ ଥିମ୍‌ର ପ୍ରଚାର  କରିବା ଉଦ୍ଦେଶ୍ୟରେ ବ୍ରହ୍ମପୁର ଆଇଟିଆଇ୍‌ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ନିର୍ବାଚନ  ପାଇଁ ହିଲ୍‌ପାଟଣା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟକୁ ଆଦର୍ଶ ବୁଥ୍‌ ଭାବେ  ଚିହ୍ନଟ କରାଯାଇଛି । ଏହି ବୁଥ୍‌କୁ  ମତଦାତାଙ୍କୁ ଆକୃଷ୍ଟ କରିବା ଏବଂ ମତଦାନ ହାର ବୃଦ୍ଧି  କରିବା ଲକ୍ଷ୍ୟରେ ବିଏମ୍‌ସି ଓ ଆଇଟିଆଇ ସଚେତନତା  କାର୍ଯ୍ୟକ୍ରମ ହାତକୁ ନେଇଛି । ୮୦୦୦ କୋଲ୍ଡଡ୍ରିଙ୍କ୍‌  କ୍ୟାପ୍‌ରେ ୬ ଫୁଟ୍‌ ଉଚ୍ଚର ଓଲି କରାଯାଇଛି । ଏହା  ଆଦର୍ଶ ବୁଥ୍‌ରେ ରଖାଯିବ । 

ସେହିପରି ଇ-ବର୍ଜ୍ୟରେ  ନିର୍ମିତ ଇଣ୍ଡିଆ ମାନଚିତ୍ର ମତଦାତାଙ୍କୁ ଆକୃଷ୍ଟ କରିବ ।  ଏହା ସହ ରେଜିଷ୍ଟ୍ରେସନ୍‌ କାଉଣ୍ଟର୍‌ରେ ଟେବୁଲ୍‌ ଭାବେ  ବ୍ୟବହାର ପାଇଁ ଏକ ଜିପ୍‌ ବନେଟ୍‌ ରହିବ । ସେହିପରି  ଟାୟାର୍‌ରେ ୫ଟି ଚେୟାର୍‌ ଓ ଗୋଟିଏ ଟେବୁଲ୍‌ ତିଆରି  କରାଯାଇଛି । ନିର୍ବାଚନ ଅଧିକାରୀ ଏହାର ବ୍ୟବହାର  କରିବେ । ସମସ୍ତ ଜିନିଷ ସ୍କ୍ରାପ୍‌ରେ ତିଆରି କରାଯାଇଛି ।  ଏହାଦ୍ୱାରା ମତଦାତା ଆକୃଷ୍ଟ ହେବା ସହ ମତଦାନ ହାର  ବୃଦ୍ଧି ଘଟିବ ବୋଲି ଆଇଟିଆଇ କର୍ତ୍ତୃପକ୍ଷ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.