ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜିଠୁ ଅନନ୍ତ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ,ସାମିଲ ହେବେ ବି-ଟାଉନ ତାରକା

ମୁମ୍ବାଇ,୨୮/୫:ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ।  ବିବାହ ପୂର୍ବରୁ ସେମାନଙ୍କ ଦ୍ବିତୀୟ ପ୍ରି-ୱେଡିଂ ସେଲିବ୍ରେସନ ହେବ। ନିକଟରେ ଗୁଜୁରାଟର ଜାମନଗରରେ ୩ଦିନ ଧରି ପ୍ରି-ୱେଡିଂ ସେଲିବ୍ରେଟ ହୋଇଥିବା ବେଳେ ବର୍ତ୍ତମାନ ଏହି କପଲ ଇଟାଲିରେ ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେସନ କରିବାକୁ ଯାଉଛନ୍ତି । ଆଜି ଠାରୁ ଆରମ୍ଭ ହେବ ସେମାନଙ୍କର ପ୍ରି-ୱେଡିଂ ସମାରୋହ। ତେବେ ଏହି ସମାରୋହରେ ସାମିଲ ହେବାକୁ ଯାଉଛନ୍ତି ସଲମାନ ଖାନଙ୍କ ସମେତ ଅନେକ ତାରକା । 

ଅନନ୍ତ ଅମ୍ବାନୀ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ ସମାରୋହରେ ଯୋଗ ଦେବେ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ଏବଂ ବି-ଟାଉନ ତାରକା । ଆଜି ଏହି ସମାରୋହ ଆରମ୍ଭ ହେବାକୁ ଥିବା ବେଳେ ଅନେକ ସେଲିବ୍ରିଟି ଇଟାଲି ଯାତ୍ରା କରିଛନତି। ସଲମାନ ଖାନ,ରଣବୀର ସିଂ ଏବଂ ଝିଅ ରାହା ସହ ଆଲିଆ ଭଟ୍ଟ,ରଣବୀର କପୁର ଏବଂ କ୍ରିକେଟର ଏମଏସ ଧୋନି ଇଟାଲି ପହଞ୍ଚିଛନ୍ତି । ସମସ୍ତ ତାରକାଙ୍କୁ ମୁମ୍ୱାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଇଟାଲିର ଏକ କ୍ରୁଜରେ ହେବ ଅନନ୍ତ ଅମ୍ବାନୀ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ ସମାରୋହ । ଏହି କ୍ରୁଜ ଇଟାଲିରୁ ଫ୍ରାନ୍ସ ଯାଏଁ ଯାତ୍ରା କରିବ । ଏହି ସମୟରେ ପୁରା ପରିବାର ପ୍ରି-ୱେଡିଂ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିବ । ଏହି ପ୍ରି-ୱେଡିଂ ସମାରୋହ ୪ଦିନ ଧରି ଚାଲିବ ବୋଲି ଲେଖାହୋଇଛି । ଆଜିଠୁ ଜୁନ ୧ ଯାଏଁ ଚାଲିବ । ଆଜି କ୍ରୁଜକୁ ଅତିଥିମାନଙ୍କୁ ସ୍ୱାଗତ କରାଯିବ । ୨୯ରେ ଲଞ୍ଚ ପାର୍ଟି, ୩୦ରେ ଡ୍ଯାନ୍ସ, ପାର୍ଟି, ୩୧ରେ ଇଟାଲିୟନ ଡ୍ରେସ କୋର୍ଡରେ ନାଚଗୀତର ଆସର ହେବ । ସେହିପରି  ଜୁଲାଇ ୧୦-୧୨ ତାରିଖ ମଧ୍ୟରେ ଲଣ୍ଡନରେ ଏହି ଦୁହିଁଙ୍କ ହାତଗଣ୍ଠି ପଡିବ ବୋଲି ଜଣାପଡିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.