ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଲେବାନନରେ ପେଜର୍ ବିସ୍ଫୋରଣ ଘଟଣା, ଜଣେ ପ୍ରବାସୀ ଭାରତୀୟ ସମ୍ପୃକ୍ତି ଥିବା ଅଭିଯୋଗ

ନୂଆଦିଲ୍ଲୀ,୨୧/୦୯: ଲେବାନନରେ ପେଜର୍ ବିସ୍ଫୋରଣ ଘଟଣା। ଏହି ଘଟଣାରେ ଜଣେ ପ୍ରବାସୀ ଭାରତୀୟ ସାମିଲ ଥିବା ଜଣାପଡିଛି।  ତଦନ୍ତରୁ ଜଣାପଡିଛି ଯେ, ନରୱେରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ଲେବାନନରେ ହୋଇଥିବା ପେଜର ବିସ୍ଫୋରଣରେ ଜଡିତ ଅଛନ୍ତି। ତାଙ୍କ ଘର କେରଳ ୱାୟନାଡରେ। 

ସୂଚନା ଅନୁସାରେ, ନିକଟରେ ଲେବାନରରେ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ। ଏଥିରେ ବୁଲଗେରିଆରେ ରହୁଥିବା ୱାୟନାଡର ୩୭ ବର୍ଷୀୟ ଯୁବକ ରିନ୍ସନ୍ ଜୋସେଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି। ତାଙ୍କ ମାଲିକାନାରେ ଥିବା ଏକ କମ୍ପାନୀ ଇସ୍ରାଏଲକୁ ପେଜର୍ ଯୋଗାଇବାରେ ଜଡିତ ଥିବା କୁହାଯାଉଛି। ସେପ୍ଟେମ୍ବର ୧୭ ସନ୍ଧ୍ୟାରେ ଲେବାନନରେ, ପେଜର୍ ବିସ୍ଫୋରଣ ହୋଇଥିଲା। ଲୋକଙ୍କ ପକେଟରେ ଥିବା ଗୋଟିଏ ପରେ ଗୋଟିଏ ପେଜର୍ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ହେଜବୁଲ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଥିଲା। ବର୍ତ୍ତମାନ ବୁଲଗେରିଆରେ ରହୁଥିବା ଭାରତର ଯୁବକ ରିନ୍ସନ ଜୋସେଙ୍କ ମାଲିକାନାରେ ଥିବା କମ୍ପାନୀ ଇସ୍ରାଏଲକୁ ପେଜର୍ ଯୋଗାଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ଜୋସେ କିଛି ବର୍ଷ ପୂର୍ବେ ଉଚ୍ଚଶିକ୍ଷା ପାଇଁ ନରୱେ ଯାଇଥିଲେ। ସେ ମଧ୍ୟ କିଛି ଦିନ ଲଣ୍ଡନରେ କାମ କରିଥିଲେ। ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ ଅନୁସାରେ, ସେ ପ୍ରାୟ ପାଞ୍ଚ ବର୍ଷ ଧରି ନରୱେ ପ୍ରେସ୍ ଗ୍ରୁପ୍ ଡିଏନ୍ ମିଡିଆର ଡିଜିଟାଲ୍ କଷ୍ଟମର ସପୋର୍ଟ ପାଇଁ କାମ କରିଥିଲେ। ଡିଏନ୍ ମିଡିଆ କହିଛି ଯେ, ଜୋସେ ମଙ୍ଗଳବାରଠାରୁ ବିଦେଶ ଗସ୍ତରେ ଅଛନ୍ତି, ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ।



















  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.