ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଅମିତ ଶାହଙ୍କ ବିରୋଧରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା କଂଗ୍ରେସ, କହିଲା ୱାୟାନାଡ ଭୂସ୍ଖଳନ ପ୍ରସଙ୍ଗରେ ଦେଇଛନ୍ତି ବିଭ୍ରାନ୍ତିକର ତଥ୍ୟ…

ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରେ କେରଳର ୱାୟାନାଡ ଭୂସ୍ଖଳନ ପ୍ରସଙ୍ଗରେ ଅମିତ ଶାହାଙ୍କ ବିବୃତ୍ତି ଉପରେ ଅଭିଯୋଗ ଉଠାଇଛି କଂଗ୍ରେସ । ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜି (ଶୁକ୍ରବାର) ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଏକ ଚିଠି ଲେଖିଛନ୍ତି । ରାଜ୍ୟସଭାରେ ପ୍ରକ୍ରିୟା ତଥା କାର୍ଯ୍ୟ ସଂଚାଳନ ନିୟମ ୧୮୭ ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବିଶେଷ ଅଧିକାର ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଜୟରାମ ରମେଶ ଚିଠିରେ ଲେଖିଛନ୍ତି ଯେ, ଜୁଲାଇ ୩୧ (ବୁଧବାର) ରେ କେରଳର ୱାୟାନାଡ ଭୂସ୍ଖଳନ ଘଟଣା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ତାଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି । ଏହି ସମୟ ମଧ୍ୟରେ ସେ ପ୍ରାରମ୍ଭିକ ଚେତାବନୀ ଉପରେ ଅନେକ ଦାବି କରିଥିଲେ । ୱାୟାନାଡ ଦୁଃଖଦ ଘଟଣା ପୂର୍ବରୁ କେରଳ ସରକାରଙ୍କୁ ଏହି ବିପର୍ଯ୍ୟୟ ବିଷୟରେ କେନ୍ଦ୍ର ସରକାର କିପରି ଚେତାବନୀ ଦେଇଛନ୍ତି ସେ କହିଥିଲେ । ଏଥିସହ ସେ ଦାବି କରିଥିଲେ ଯେ ସତର୍କ ସୂଚନା ଜାରି କରାଯିବା ପରେ ବି କେରଳ ସରକାର କୌଣସି ସତର୍କତା ଅବଲମ୍ବନ କରିନାହାଁନ୍ତି।

କଂଗ୍ରେସର ମୁଖ୍ୟ ସଚେତକ ଜୟରାମ ରମେଶ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏହି ଦାବି ଉପରେ ଗଣମାଧ୍ୟମରେ ଫ୍ୟାକ୍ଟ ଚେକ୍ କରାଯାଇଛି। ଏହି ସମୟରେ ଆଜି (ଶୁକ୍ରବାର) ହିନ୍ଦୁରେ ପ୍ରକାଶିତ ଏକ ଫ୍ୟାକ୍ଟ ଚେକ୍ ରିପୋର୍ଟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି । ଜୟରାମ ଦାବି କରିଛନ୍ତି ଯେ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଦେଇଥିବା ପୂର୍ବ ଚେତାବନୀ ଉପରେ ଗୃହମନ୍ତ୍ରୀ ଅମିତ ଶାହା ନିଜର ଦୃଢ ବିବୃତ୍ତି ସହ ବିଭ୍ରାନ୍ତ କରିଛନ୍ତି । ଆଉ ସେହି ଦାବି ଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଏବେ ପ୍ରମାଣିତ ହୋଇଛି । 

ଏହା ପରେ ରାଜ୍ୟସଭା ସାଂସଦ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ଜଣେ ମନ୍ତ୍ରୀ କିମ୍ବା ସଦସ୍ୟଙ୍କ ଦ୍ୱାରା ଗୃହକୁ ବିଭ୍ରାନ୍ତ କରିବା ଗୃହର ଅଧିକାର ଏବଂ ଅବମାନନା ବୋଲି ବିବେଚନା କରାଯାଏ । ଏହି ପରିସ୍ଥିତିରେ ଆମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅଧିକାର ଉଲ୍ଲଂଘନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି କରୁଛୁ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.