ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଗଭୀର ଅବପାତ ରୂପ ନେଲା ଲଘୁଚାପ: ରାଜ୍ୟରେ ୬ରୁ ବଢ଼ିବ ବର୍ଷା, ୭ରେ ପ୍ରବଳ ଢ଼ାଳିବ

ଭୁବନେଶ୍ୱର ୦୫/୦୮:  ରାଜ୍ୟରେ ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ । କାଁ ଭାଁ ବର୍ଷା ହୋଇପାରେ । ଆସନ୍ତା ୬ ତାରିଖରୁ ବର୍ଷା ପରିମାଣ ବଢ଼ିବ । ୭ରେ ପ୍ରବଳ ବର୍ଷା ହୋଇପାରେ । ୯ ଯାଏଁ ଲାଗି ରହିବ । 

ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ପରେ ବିହାର ଓ ପାଶ୍ୱର୍ବର୍ତ୍ତୀ ଝାଡ଼ଖଣ୍ଡ  ଉପରେ ରହିଛି । ଅନୁମାନ କରାଯାଉଛି, ରବିବାର ଉତ୍ତର ଓଡ଼ିଶାର ଅନେକ ଜାଗାରେ  ବର୍ଷା ହୋଇପାରେ । ଦକ୍ଷିଣରେ ବିଶେଷ  ବର୍ଷା ସମ୍ଭାବନା ନାହିଁ । ସୋମବାର ଅଳ୍ପ କିଛି  ଜାଗାରେ ବର୍ଷା ସମ୍ଭାବନା ଅଛି । ୬ ତାରିଖରୁ  ବର୍ଷା ପ୍ରକୋପ ବଢ଼ିବ । ଉତ୍ତର ଉପକୂଳରେ  ଅଧିକ ବର୍ଷା ସମ୍ଭାବନା ଥିବାବେଳେ ବାଲେଶ୍ୱର,  ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ସହ ଅନୁଗୁଳ,  ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ । ୭  ତାରିଖ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା  ହେବ । ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।  ୮ ଓ ୯ରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା  ହୋଇପାରେ । ଏ ବର୍ଷ ଜୁନ୍‌ରେ ୧୫୬.୩  ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକଠାରୁ  ୨୪% କମ୍‌ । 

ଜୁଲାଇ ମାସରେ ୩୨୦.୮ ମିମି  ବର୍ଷା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକଠାରୁ  ୫.୨% କମ୍‌ । ଅଗଷ୍ଟ ମାସର ପ୍ରଥମ ୩ ଦିନ  ଭିତରେ ୪୧.୮ ମିମି ବର୍ଷା ରେକର୍ଡ ହୋଇଛି,  ଯାହା ସ୍ୱାଭାବିକଠାରୁ ୨୧.୪% ଅଧିକ ।  ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୫୧୯  ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକ ତୁଳନାରେ  ୧୦.୩% କମ୍‌ । ଏତେ ବର୍ଷା ପରେ ବି ଏବେ ସୁଦ୍ଧା  ୧୨ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି।

  • PrameyaOdia
  • prameya
  • Heavy Rainfall Alert
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.