ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର,୧୬/୦୫: ତାତି ବଢ଼ିଲାଣି । ଆହୁରି ବଢ଼ିବ । ୨୦ ତାରିଖ ବେଳକୁ ପଶ୍ଚିମରୁ ଉପକୂଳ ସବୁ ଜଳୁଥିବ । ଦ୍ୱିତୀୟ ପର୍ଯ୍ୟାୟ ଭୋଟବେଳକୁ ବଲାଙ୍ଗୀରରେ ତାପମାତ୍ରା ୪୪-୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ । ଭୁବନେଶ୍ୱରରେ ବି ପାରଦ ୪୦ ଟପିପାରେ ।

ଆହୁରି ଏକ ପୂର୍ବାନୁମାନ ଆସିଛି ବିଭିନ୍ନ ମଡେଲ୍‌ରୁ । ଅନୁମାନ କରାଯାଉଛି, ଏକ ଲଘୁଚାପ ବଙ୍ଗୋପସାଗରେ ସୃଷ୍ଟି ହୋଇ ଆସନ୍ତା ୨୫ ତାରିଖରେ ପୂର୍ବ ଭାରତ ଉପକୂଳ ଆଡ଼କୁ ମୁହାଁଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ବି ନେଇପାରେ । କେତେକ ମଡେଲ୍‌ ଦର୍ଶାଉଛନ୍ତି, ଏହାର ଗତି ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ରହିପାରେ । ଇସିଏମଡବ୍ଲ୍ୟୁଏଫର ଏଆଇ ଫୋରକାଷ୍ଟ ମଡେଲ୍‌ର ପ୍ରାକ୍‌ ଆକଳନ ହେଲା- ଏହା ଓଡ଼ିଶା ଉପକୂଳକୁ ମୁହାଁଇପାରେ । ତେବେ ଅଧିକାଂଶ ମଡେଲ୍‌ ଏଯାବତ୍‌ ଗତିପଥ ନେଇ କିଛି ସ୍ପଷ୍ଟ ଆକଳନ ଦେଖାଇନାହାନ୍ତି । 

ସମ୍ଭାବ୍ୟ ପାଣିପାଗ ଚିତ୍ର ଉପରେ ସଭିଙ୍କ ନଜର ରହିଛି । କାରଣ ଆସନ୍ତା ୨୫ ତାରିଖରେ ଓଡ଼ିଶାର ୬ଟି ଲୋକସଭା କ୍ଷେତ୍ର ସହ ୪୨ଟି ବିଧାନସଭା ଆସନରେ ଭୋଟ ରହିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଅନୁମାନ କରାଯାଇଛି, ଆସନ୍ତା ମେ’ ୩୧ ତାରିଖବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିପାରେ । ଏଭଳି ପୂର୍ବାନୁମାନ ଚାଷୀକୂଳକୁ ଆଶ୍ୱସ୍ତ କରିଛି । କେରଳକୁ ମୌସୁମୀ ଆଗମନର ସ୍ୱାଭାବିକ ସମୟ ଜୁନ୍‌ ୧ । ଗତବର୍ଷ ୮ ଦିନ ବିଳମ୍ବ ହୋଇଥିଲା । ଜୁନ୍‌ ୮ରେ ମୌସୁମୀ କେରଳ ଛୁଇଁଥିଲା । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ  ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିପାରେ । 

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା ୧୮ ତାରିଖରୁ ପୂର୍ବ ଭାରତରେ ପୁଣି ଗ୍ରୀଷ୍ମ ଲହରୀ ଫେରିବ । ୩ ଦିନରେ ପାରଦ ୨ରୁ ୪ ଡିଗ୍ରୀ ବଢ଼ିଯିବ । ୧୬ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୧ ଡିଗ୍ରୀ ଟପିପାରେ । ନୂଆପଡ଼ା ୪୪ ଡିଗ୍ରୀ ତାତିରେ ଭାଜି ହେବା ଆଶଙ୍କା ରହିଛି । ଭୁବନେଶ୍ୱର ୩୮ ଛୁଇଁପାରେ । ୧୭ରେ ପଶ୍ଚିମର ଅଧିକାଂଶ ଅଞ୍ଚଳରେ ତାତି ୪୨ ଡିଗ୍ରୀ ଡେଇଁପାରେ । ନୂଆପଡ଼ା ପୁଣି ୪୪ ଡିଗ୍ରୀରେ ଛଟପଟ ହୋଇପାରେ ।  ଆସନ୍ତା ୧୯ ତାରିଖବେଳକୁ ଜଳିବ ପଶ୍ଚିମ ଓଡ଼ିଶା ।

ନୂଆପଡ଼ା ଓ ବଲାଙ୍ଗୀର ୪୫ ଡିଗ୍ରୀ, ଟିଟିଲାଗଡ଼ ଓ ଝାରସୁଗୁଡ଼ା ୪୪ ଡିଗ୍ରୀରେ ଫୁଟିବ । ଖୋର୍ଦ୍ଧା  ଓ ଯାଜପୁରରେ ତାତି ୪୦ ଛୁଇଁପାରେ । ଇତିମଧ୍ୟରେ ଓଡ଼ିଶାରେ ଗରମ ବଢ଼ିବା ଆରମ୍ଭ ହୋଇଯାଇଛି । ବୁଧବାର ନୂଆପଡ଼ା ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିବାବେଳେ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ହୀରାକୁଦରେ ପାରଦ ପ୍ରାୟ ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁଛି । ଏହାବାଦ୍‌ ଅଧିକାଂଶ ସ୍ଥାନରେ ପାରଦ ୩୭-୪୦ ଡିଗ୍ରୀ ଭିତରେ ରହିଛି । ଭୁବନେଶ୍ୱର ଓ କଟକରେ ପାରଦ ୩୭ ଟପିଛି । ଆଜି ଦିନ ଭିତରେ ପାରଳାଖେମୁଣ୍ଡିରେ ୧୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । 

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୧ ଓ ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଲଘୁଚାପ ରୂପ ନେଇପାରେ । ନଚେତ୍‌ ସେହି ସମୟବେଳକୁ (୨୨-୨୩ ତାରିଖ) ଆଣ୍ଡାମାନ ପାଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିପାରେ । ୧୯ ତାରିଖରୁ ଏମଜେଓ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ହେବାରେ ସହାୟକ ହେବ ।  ୨୨/୨୩ ତାରିଖବେଳକୁ ମୌସୁମୀ ଆଣ୍ଡାମାନରେ ପହଞ୍ଚିବ । ୧୯, ୨୦ ଓ ୨୧ରେ ଆଣ୍ଡାମାନରେ ଅଧିକ ବର୍ଷା ସମ୍ଭାବନା ନାହିଁ। ୨୨ରୁ ଭାରୀ ବର୍ଷା ହେବ । ମୌସୁମୀ ଅଗ୍ରସର ହେବା ଯୋଗୁ ୨୪ ତାରିଖବେଳକୁ ମିଆଁମାର, ଥାଇଲାଣ୍ଡ ଓ ବାଂଲାଦେଶରେ ଭାରୀ ବର୍ଷା ହୋଇପାରେ । ୨୫ରେ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ଭାରତରେ ବର୍ଷା ସମ୍ଭାବନା ଅଛି । ୨୩ରୁ ୨୫ ତାରିଖ ଭିତରେ ଓଡ଼ିଶାରେ ବି କିଛି ବର୍ଷା ହୋଇପାରେ । 

  ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ ହେଲା, ୧୯ରୁ ରାଜ୍ୟରେ ତାତି କ୍ରମାଗତ ବଢ଼ିବ । ୧୯,୨୦, ୨୧ ତାରିଖରେ ଭୁବନେଶ୍ୱର ତାପମାତ୍ରା ୪୦ ଟପିବ । ୨୨ ତାରିଖବେଳକୁ ପଶ୍ଚିମରେ ପାରଦ ୪୩ ଟପିପାରେ । ମୌସୁମୀ ନ ଆସିବା ପର୍ଯ୍ୟନ୍ତ ପଶ୍ଚିମରେ ତାତି ପ୍ରକୋପ କମିବନି। 

  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.