ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଦୁର୍ବଳ ଲଘୁଚାପ, ସକ୍ରିୟ ଘୂର୍ଣ୍ଣିବଳୟ: ଆଜିଠୁ କମିବ ବର୍ଷା, ୧୨ରୁ ଛେଚିବ

ଭୁବନେଶ୍ୱର,୦୮/୦୯: ଲଘୁଚାପ ଧୀରେ ଧୀରେ  ଦୁର୍ବଳ ହୋଇଛି । ତେବେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀ  ଭୁବନେଶ୍ୱର ସମେତ ଢେଙ୍କାନାଳ, ବାରିପଦା, କଟକ ଭଳି  ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଛି । 

ଶୁକ୍ରବାରଠାରୁ  ରାଜ୍ୟରେ ବର୍ଷା କମିଯିବ । ତେବେ ୧୨ ତାରିଖରେ ପୁଣି  ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ  ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ଢେଙ୍କାନାଳରେ  ୪୬ମିମି ବର୍ଷା ହୋଇଛି । କଟକରେ ୨୮.୬, ବାରିପଦାରେ  ୨୬.୮, ଜଗତସିଂହପୁରରେ ୨୦.୪, ଜଗତସିଂହପୁରରେ  ୨୦.୪, ବଲାଙ୍ଗୀରରେ ୧୯ ବର୍ଷା ହୋଇଛି । ସେହିଭଳି ଗତ  ୨୪ ଘଣ୍ଟାରେ ନବରଙ୍ଗପୁରରେ ୯୫.୬, ପାରଳାଖେମୁଣ୍ଡିରେ  ୮୬.୨, କୋରାପୁଟରେ ୭୩, ମାଲକାନଗିରିରେ ୬୦.୬,  ହୀରାକୁଦରେ ୪୯.୬, ରାୟଗଡ଼ାରେ ୪୭.୨ ଓ ବାରିପଦାରେ ୩୧.୬ମିମି ବର୍ଷା ହୋଇଛି । 

୧୨ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟ  ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୭୦ରୁ  ୨୦୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ  ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଆଇଏମ୍‌ଡି ସୂଚନା  ଅନୁସାରେ, ୧୨ ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ ।

Copyright © 2022 - Summa Real Media Private Limited. All Rights Reserved.