ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି

ଭୁବନେଶ୍ୱର,୦୨/୦୬: ରାଜ୍ୟରେ ଅଂଶୁଘାତ ଭୟଙ୍କର ରୂପ ନେଲାଣି । ପ୍ରତିଦିନ ଅନେକ ଲୋକ ଅଂଶୁଘାତରେ ଟଳି ପଡୁଛନ୍ତି । ବର୍ତ୍ତମାନ ସୁଦ୍ଧା ୯୬ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଏଥିରୁ ୯ଜଣଙ୍କ ମୃତ୍ୟୁକୁ ସରକାର ମାନିଛନ୍ତି । ୮୧ଜଣଙ୍କ ମୃତ୍ୟୁର ଅନୁସନ୍ଧାନ ଚାଲିଛି । ବାକି ୬ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 

 ଶନିବାର ଅଂଶୁଘାତ ଯୋଗୁ ରାଉରକେଲାରୁ ୬, ଝାରସୁଗୁଡ଼ାରୁ ୨, ସମ୍ବଲପୁରରୁ ୨ ଏବଂ ନବରଙ୍ଗପୁରରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ ୪୮ ଘଣ୍ଟାରେ ସରକାରଙ୍କ ପାଖକୁ ୫୪ଟି ଅଂଶୁଘାତ ଅଭିଯୋଗ ଆସି ପହଞ୍ଚିଛି । ବଲାଙ୍ଗୀରରୁ ୨୦ ଓ ସମ୍ବଲପୁରରୁ ୧୫ଟି ଅଂଶୁଘାତ ଅଭିଯୋଗ ଆସିଛି । ତେବେ ସୁନ୍ଦରଗଡ଼ରୁ ଗତ ଦୁଇ ଦିନରେ ୨୪ଜଣ ଅଂଶୁଘାତରେ ମରିଛନ୍ତି ବୋଲି ଅଭିଯୋଗ ଆସି ପହଞ୍ଚିଛି । କିନ୍ତୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପାଖରେ ଏହି ଅଭିଯୋଗ ପହଞ୍ଚିନି ବୋଲି କୁହାଯାଇଛି । ସୁନ୍ଦରଗଡ଼ରୁ ମାତ୍ର ୨ଜଣଙ୍କ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି । ସୁନ୍ଦରଗଡ଼ ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଥ୍ୟ କାହିଁକି ଚପାଯାଉଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ରବିବାର ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଓ ଗ୍ରୀଷ୍ମପ୍ରବାହ ଜାରି ରହିବ । ବରଗଡ଼,  ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ବଲାଙ୍ଗୀର, ଟିଟିଲାଗଡ଼ ଓ ନୂଆପଡ଼ାରେ ତାତି ୪୪ ଡିଗ୍ରୀ ଛୁଇଁବ । ଝାରସୁଗୁଡ଼ା, ସୋନପୁର ଓ ମାଲକାନଗିରିରେ ୪୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୩ ତାରିଖରେ ବି ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ୪୦ ଡିଗ୍ରୀ ଉପରେ ରହିବ । ୫ ତାରିଖ ଯାଏ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ସହିତ ଗଞ୍ଜାମ ଓ ଗଜପତିରେ ଆର୍ଦ୍ରତା ଅଧିକ ରହିବା ଯୋଗୁ ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି ଆକଳନ କରାଯାଇଛି ।

  ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆଜି ୨୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଅଂଶୁଘାତ ସ୍ଥିତିକୁ ନେଇ ଜରୁରୀ ବୈଠକ କରିଛନ୍ତି । ଅଂଶୁଘାତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅତି ଜରୁରୀ ନଥିଲେ ୧୧ଟାରୁ ୩ଟା ଯାଏ ବାହାରକୁ ନ ଯିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।  ସରକାରୀ କାମ ହେଉ କି ବେସରକାରୀ, ଶ୍ରମିକଙ୍କୁ ଏହି ସମୟରେ କାମ ନ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏଥିପାଇଁ କିଛି ଜିଲ୍ଲାରେ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଛି । ଏଭଳି ଅସ୍ୱାଭାବିକ ପରିସ୍ଥିତିରେ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।  ଯଦି ଜରୁରୀ କାମ ପାଇଁ ୧୧ଟାରୁ ୩ଟା ଭିତରେ ବାହାରକୁ ଯାଉଥିଲେ, ଛତା, ଜୋତା ବା ଚପଲ ବ୍ୟବହାର କରିବା, ସାଙ୍ଗରେ ପାଣି ବୋତଲ ନେବା, ତଉଲିଆ ବା ଓଦା ଗାମୁଛା ପକାଇବାକୁ ସେ ପରାମର୍ଶ ଦେଇଛନ୍ତି । ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବାକୁ କେଉଁ ପଦକ୍ଷେପ ନେବେ ସେ ନେଇ ଜିଲ୍ଲାପାଳମାନେ  ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଡାକ୍ତରଖାନାକୁ ପ୍ରସ୍ତୁତ କରି ରଖାଯାଇଛି । ରୌଦ୍ରତାପ ବା ଅସ୍ୱାଭାବିକ ତାପମାତ୍ରାରେ ପ୍ରଭାବିତ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚିଲେ, ତୁରନ୍ତ ସୁବିଧା ଦିଆଯିବ ।

ବସ୍‌ରେ ଯାତ୍ରା କରୁଥିଲେ ସାଙ୍ଗରେ ପାଣି ବୋତଲ ଓ ତଉଲିଆ ନେବାକୁ ପରାମର୍ଶ ଦିଆଯାଇଛି । ବସ୍‌ ମାଲିକମାନେ ବସ୍‌ରେ ପର୍ଯ୍ୟାପ୍ତ ପରିମାଣର ଆଇସ୍‌ କ୍ୟୁବ୍‌, ଥଣ୍ଡା ପିଇବା ପାଣି ଓ ଓଆର୍‌ଏସ୍‌ ପ୍ୟାକେଟ ରଖିବେ ।

ଆଜି ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୪୬ ଡିଗ୍ରୀ ଥିଲା । ବରଗଡ଼ରେ ୪୫.୮, ବଲାଙ୍ଗୀରରେ ୪୫.୫, ଭବାନୀପାଟଣାରେ ୪୪.୬, ନୂଆପଡ଼ାରେ ୪୪ଡିଗ୍ରୀ ରେକର୍ଡ ହୋଇଛି । ଆଜି ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ନବରଙ୍ଗପୁରରେ ୪୪.୨, ଭବାନୀପାଟଣାରେ ୧୩.୮, ଦାରିଙ୍ଗିବାଡ଼ିରେ ୧୩, କୋରାପୁଟରେ ୭.୪ରେ ବର୍ଷା ହୋଇଛି । ସମ୍ବଲପୁର, ଟିଟିଲାଗଡ଼ ଓ ଆହୁରି ଅନେକ ସ୍ଥାନରେ ବର୍ଷା ହୋଇଛି ।

  • PrameyaOdia
  • prameya
  • Heat Wave
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.