ପ୍ରମୁଖ ଖବର
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ

ଭୁବନେଶ୍ୱର,୨୯/୦୩: ଆଗକୁ ଆହୁରି ବଢ଼ିବ ତାତି। କଲବଲ କରି ପ୍ରଚଣ୍ଡ ଖରା। ଆଗକୁ ଦୁଇ ଦିନ ରାଜ୍ୟରେ ତାତି ଅସମ୍ଭାଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ପାରଳାଖେମୁଣ୍ଡି ଓ ବୌଦ୍ଧରେ ଦିନ ତାପମାତ୍ରା ୩୭ଡିଗ୍ରୀ ଥିଲା । ଗୁରୁବାର ଆହୁରି ୨.୫ ଡିଗ୍ରୀ ବଢ଼ିଯାଇଥିଲା । ପାରଳାଖେମୁଣ୍ଡିରେ ଦିନ ବେଳାର ତାତି ସର୍ବାଧିକ ୩୯.୮ ଡିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧରେ ୩୯.୫ ଡିଗ୍ରୀ ରହିଛି । ୫ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଛି । ।

ଏବେ ନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଗଲାଣି । ଏବେ ପ୍ରାର୍ଥୀ ଘୋଷଣା ଚାଲିଛି । କମ୍‌ ଦିନରେ ପ୍ରଚାର ବି ଆରମ୍ଭ ହୋଇଯିବ । ପ୍ରାର୍ଥୀ ତାଲିକାରେ ନାଁ ରହିବା ନିଶ୍ଚିତ କରିବାକୁ ନେତାମାନେ ଜୋରଦାର ଧାଁ ଦୌଡ଼ ଚଲାଇଛନ୍ତି । ହେଲେ ପ୍ରଚଣ୍ଡ ଖରା ଓ ତାତି ସେମାନଙ୍କୁ ନାକେଦମ୍‌ କରୁଛି । ନେତାଙ୍କ ସହ ପ୍ରାର୍ଥୀମାନେ ବି ତାତିରେ ସନ୍ତୁଳି ହେଉଛନ୍ତି । ଆଗକୁ ଆକାଶରୁ ନିଆଁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାଇ ଦେଇଛି । ନିର୍ବାଚନ ପ୍ରଚାର ସମୟରେ ତାତି ଉପରମୁହାଁ ହେଲେ ସ୍ଥିତି ଅସମ୍ଭାଳ ହେବ । ଏଭଳି ଚିନ୍ତା ସବୁ ଦଳର ନେତାଙ୍କୁ ଘାରିଲାଣି । ଏହାକୁ କିଭଳି ମୁକାବିଲା କରି ହେବ, ସେଥିପାଇଁ ସବୁଠି ଆଲୋଚନା ଚାଲିଛି ।

ଗୁରୁବାର ୧୩ ସହରରେ ତାତି ୩୮ଡିଗ୍ରୀ ଉପରେ ରହିଛି । ନୟାଗଡ଼ ଓ ଟିଟିଲାଗଡ଼ରେ ୩୯.୨, ଭବାନୀପାଟଣାରେ ୩୯, ଫୁଲବାଣୀରେ ୩୮.୯, ତାଳଚେର ଓ ରାୟଗଡ଼ାରେ ୩୮.୬, କଟକରେ ୩୮.୪, ଝାରସୁଗୁଡ଼ାରେ ୩୮.୩, ମାଲକାନଗିରି ଓ ଚାନ୍ଦବାଲିରେ ୩୮.୨ ଓ ଅନୁଗୁଳରେ ୩୮.୧ ଡିଗ୍ରୀ ତାପମାତ୍ରାରେକର୍ଡ ହୋଇଛି । ଭୁବନେଶ୍ୱରରେ ୩୭.୩ ଡିଗ୍ରୀ ରେକର୍ଡ ହୋଇଛି ।

ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଦିନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିଯିବ । ରାଜ୍ୟକୁ ସାମୁଦ୍ରିକ ପବନ ବହିବା ଦୁର୍ବଳ ହୋଇଥିବାରୁ ତାତି କ୍ରମଶଃ ବଢ଼ୁଛି । ପଶ୍ଚିମ ଓଡ଼ିଶାରେ ସାମୁଦ୍ରିକ ପବନ ପହଞ୍ଚି ପାରୁନଥିବାରୁ ଏବେଠାରୁ ତାତି ଅସମ୍ଭାଳ ହେଲାଣି । 

ରାତି ତାପମାତ୍ରା ବି ୩ଡିଗ୍ରୀ ଯାଏ ବଢ଼ିପାରେ ବୋଲି ଆକଳନ କରାଯାଇଛି ।  ୨୯, ୩୦ ଓ ୩୧ ତାରିଖ ତିନି ଦିନ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୯ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜପୁରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୩୦ ତାରିଖରେ ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩୧ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ବର୍ଷା ସମ୍ଭାବନା ଅଛି ।

  • prameyanews
  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.