ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଓଡ଼ିଶା ଉପରେ ସିରିଜ ଘୂର୍ଣ୍ଣିବଳୟ: ଦୁଇ ସପ୍ତାହ ପ୍ରବଳ ବର୍ଷା ଆଶଙ୍କା, ଆଜି ୭ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୪/୦୮: ରାଜ୍ୟରେ ଆସନ୍ତା ଦୁଇ ସପ୍ତାହ ସ୍ୱାଭାବିକ ବା ଏହାଠାରୁ  ଅଧିକ ବର୍ଷା ହେବ । ପ୍ରଥମ ସପ୍ତାହରେ ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅଧିକ  ବର୍ଷା ହେବ । କିନ୍ତୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିବ । ୨୯ ତାରିଖରେ  ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ବର୍ଷା ହେବ ବୋଲି  ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । 

ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ଅତିକ୍ରମ କରିଛି । ଏହା  ଘନୀଭୂତ ହେବା ସହ ପଶ୍ଚିମ ଆଡ଼କୁ ମୁହାଁଇଛି । ୨୭ ତାରିଖରେ ଏହା ଗୁଜରାଟ ଉପରେ ରହିବ । ୨୬ ତାରିଖରେ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗରେ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୪୮ ଘଣ୍ଟା ଭିତରେ ଏହା ମୌସୁମୀ ଟ୍ରଫ୍‌ରେ ମିଶିଯିବ । ୨୯ ତାରିଖରେ  ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପୁଣି ଭାରତ ମହାସାଗରରେ  ମେଡେନ ଜୁଲିଅନ ଓସିଲେସନ ରହିଛି । ଏହା ସକ୍ରିୟ ହେଲେ ବଙ୍ଗୋପସାଗରୀୟ  ମୌସୁମୀ ଶାଖା ଅଧିକ ସକ୍ରିୟ ହେବ । ଆସନ୍ତା ଦୁଇ ସପ୍ତାହ ଓଡ଼ିଶା ସମେତ ଛତିଶଗଡ଼  ଓ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । 

ଏ ମାସ ଶେଷ ସୁଦ୍ଧା ଉପକୂଳ ଓ  ଉତ୍ତର ଓଡ଼ିଶାରେ ପ୍ରତିଦିନ ବର୍ଷା ହେବ ।  ଦକ୍ଷିଣ ଓଡ଼ିଶାରେ ୨୮ରୁ ୩୦ ତାରିଖ ଯାଏ  ମଧ୍ୟମରୁ ଭାରୀ ବର୍ଷା ହେବ । ଅନ୍ୟ ଦିନରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।  ଉପକୂଳ ଓଡ଼ିଶାରେ ୨୫, ୨୭, ୨୯ ଓ ୩୧ ତାରିଖରେ ମଧ୍ୟମ ଧରଣର ବର୍ଷା ହେବ ।  ଉତ୍ତର ଆଭ୍ୟନ୍ତରରେ ୨୬ ଓ ୨୭ ତାରିଖରେ ଭାରୀ ବର୍ଷା ହୋଇପାରେ । ରାଜଧାନୀରେ  ଶନିବାର ଅପରାହ୍ଣ ୪ଟା ଯାଏ ପାଗ ଶୁଖିଲା ରହିବ ବୋଲି ଡ. ପଶୁପାଳକ କହିଛନ୍ତି ।  ଆଗକୁ ବର୍ଷା ଥିବାରୁ ଧାନରେ ଶୀର୍ଷ ସାର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । 

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଶନିବାର ସମ୍ବଲପୁର, ଢେଙ୍କାନାଳ,  ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରର କିଛି ସ୍ଥାନରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି । ୨୫ ତାରିଖରେ  ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝରରେ  ଭାରୀ ବର୍ଷା ସମ୍ଭାବନା ଅଛି । ୨୬ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ  ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ହେବ । 

ରାଜ୍ୟରେ ମୌସୁମୀ ବର୍ଷା ୧୨% ନିଅଣ୍ଟିଆ ରହିଛି । ୧୧ ଜିଲ୍ଲାରେ  ନିଅଣ୍ଟିଆ ସ୍ଥିତି ଅଧିକ ରହିଛି । ବାଲେଶ୍ୱର ଓ ଭଦ୍ରକରେ ନିଅଣ୍ଟିଆ ସ୍ଥିତି  ସର୍ବାଧିକ ୪୨% ରହିଛି । କେନ୍ଦୁଝର ଓ ଝାରସୁଗୁଡ଼ାରେ ୩୨%, କେନ୍ଦ୍ରାପଡ଼ାରେ  ୩୧%, ଯାଜପୁର ଓ ସୁନ୍ଦରଗଡ଼ରେ ୩୦%, ପୁରୀରେ ୨୮%, ମୟୂରଭଞ୍ଜରେ  ୨୫% ଓ ଦେବଗଡ଼ରେ ୨୩% ଓ ସମ୍ବଲପୁରରେ ୨୦% ନିଅଣ୍ଟିଆ ବର୍ଷା  ହୋଇଛି । ମାଲକାନଗିରିରେ ସ୍ୱାଭାବିକଠାରୁ ୩୮% ଅଧିକ ବର୍ଷା ହୋଇଛି ।

  • PrameyaOdia
  • prameya
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.