ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଆହୁରି ସପ୍ତାହେ ନିଅଣ୍ଟିଆ ସ୍ଥିତି: ୧୫ ତାରିଖ ଯାଏ କାଁ ଭାଁ ବର୍ଷା, ୧୭ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୧୧/୦୭:  ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ  କାଁ ଭାଁ ବର୍ଷା ହୋଇପାରେ । ୧୭ ଯାଏ  ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିବ। ୧୭ରେ ଲଘୁଚାପ ସୃଷ୍ଟି ହେବ । ଏହା  ପ୍ରଭାବରେ ୧୮ରୁ ରାଜ୍ୟରେ ବର୍ଷା  ବଢ଼ିବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  ଏହି ପୂର୍ବାନୁମାନ କରିଛନ୍ତି ।

ସେ ପୂର୍ବାନୁମାନ କରିଛନ୍ତି, ୧୭ ତାରିଖ ଭିତରେ କଳାହାଣ୍ଡି, ବଲାଙ୍ଗୀର,  ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ମୋଟ ୬୦ରୁ ୮୦ମିମି  ବର୍ଷା ହେବ । ଗଞ୍ଜାମ, ଗଜପତି ଓ ସୋନପୁରରେ ୪୦ରୁ ୫୦ମିମି ବର୍ଷା  ହୋଇପାରେ । ଉପକୂଳ ଜିଲ୍ଲାରେ ୫୦ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୩୦ମିମିରୁ ଅଧିକ ବର୍ଷା ହୋଇପାରେ । ୧୧ରେ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା  ଅଛି । ଅନ୍ୟ ସ୍ଥାନରେ ହାଲୁକା ଧରଣର ବର୍ଷା ହୋଇପାରେ । ଅଳ୍ପ କିଛି  ସ୍ଥାନରେ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା  ହୋଇପାରେ ବୋଲି ସେ ଆକଳନ କରିଛନ୍ତି । 

୧୫ ଓ ୧୬ ତାରିଖ ବେଳକୁ ପୂର୍ବ-ପଶ୍ଚିମ ଟ୍ରଫ୍‌ ସୃଷ୍ଟି ହୋଇପାରେ ।  ଏହାର ପୂର୍ବ ଭାଗ ଉତ୍ତର ବଙ୍ଗୋପସାଗର ଯାଏ ଲମ୍ବିବାର ସମ୍ଭାବନା ଅଛି ।  ପୁଣି ୧୫ ଓ ୧୬ରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହେବ । ୧୭ରେ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ୧୮ରୁ  ବର୍ଷା ବଢ଼ିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି ।  ୧୮ ପରେ ଭଲ ବର୍ଷା ଥିବାରୁ ରୁଆ ଓ ବେଉଷଣ ପାଇଁ ଚାଷୀ ପ୍ରସ୍ତୁତ ରୁହନ୍ତୁ  ବୋଲି ଡ. ପଶୁପାଳକ କହିଛନ୍ତି । 

ଅଷ୍ଟ୍ରେଲିଆର ପାଣିପାଗ ସଂସ୍ଥାର ମଡେଲ ଅନୁସାରେ, ନିଉଟ୍ରାଲରେ  ଥିବା ଇଏନ୍‌ଏସ୍‌ଓ ଜାରି ରହିବ । ଲା-ନିନା ଆହୁରି ବିଳମ୍ବ ହେବ । ଏହା  ଅଗଷ୍ଟ ପରେ ଆସିବ । ଏବେ ଇଣ୍ଡିଆନ ଓସେନ୍‌ ଡାଇପୋଲ ନିଉଟ୍ରାଲ ଅଛି ।  ସେପ୍ଟେମ୍ବର ଆଗରୁ ଏହା ପଜିଟିଭ୍‌ ହେବାର ସମ୍ଭାବନା କମ୍‌ । ଏଥିପାଇଁ  ଅଗଷ୍ଟ ମାସରେ କେତେ ବର୍ଷା ହେବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । 

ଜୁନ୍‌ ୧ରୁ ଜୁଲାଇ ୧୦ ତାରିଖ ଭିତରେ ରାଜ୍ୟରେ ୨୮% ନିଅଣ୍ଟିଆ ବର୍ଷା  ହୋଇଥବା ନେଇ ପାଣିପାଗ ବିଭାଗ ତଥ୍ୟ ଦେଇଛି । ୧୬ ଜିଲ୍ଲାରେ ନିଅଣ୍ଟିଆ  ଓ ଗୋଟିଏ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ବୁଧବାର ରାୟଗଡ଼ାରେ  ୨୬.୪ମିମି ବର୍ଷା ହୋଇଛି । ନବରଙ୍ଗପୁରରେ ୧୪, କୋରାପୁଟରେ ୧୧.୨,  ପୁରୀରେ ୯.୪ ଓ ଚାନ୍ଦବାଲିରେ ୪.୪ମିମି ବର୍ଷା ହୋଇଛି ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.