ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଟକ ରାଜନୀତି ସରଗରମ୍‌: ୧୫ରେ ଅମିତ ଶାହଙ୍କ ରୋଡ୍‌ ସୋ’,ଗୋପବନ୍ଧୁ ପାର୍କ ଛକରୁ ବକ୍ସିବଜାର ବାଟେ ଚାନ୍ଦିନୀଚୌକ ଯିବେ

କଟକ,୧୪/୦୫: ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ହେଭିୱେଟ୍‌ ନେତାଙ୍କ ଗସ୍ତ  କଟକ ରାଜନୀତିକୁ ସରଗରମ କରିବାକୁ ଯାଉଛି । ମଙ୍ଗଳବାର ପାଣ୍ଡିଆନ୍‌ ମାରାଥନ ପ୍ରଚାର ପାଇଁ କଟକ ଆସୁଥିବାବେଳେ ପରଦିନ ଅର୍ଥାତ୍‌ ବୁଧବାର ୧୫  ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ କଟକରେ ରୋଡ୍‌  ସୋ’ କରୁଥିବା ଜଣାଯାଇଛି । ବିଶେଷ କରି ବିଜେଡିର  ପ୍ରଚାର ଅଭିଯାନକୁ ଟକ୍କର ଦେବା ପାଇଁ ବିଜେପି  ପକ୍ଷରୁ ବଡ଼ବଡ଼ କେନ୍ଦ୍ର ନେତା ଘନଘନ ଗସ୍ତ କରିବାର  ସୂଚନା ମିଳୁଛି । ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରେ  ନରେନ୍ଦ୍ର ମୋଦୀ କଟକ ଆସିବାର କାର୍ଯ୍ୟକ୍ରମ ରହିଥିବା  ବେଳେ ତା’ର ୫ ଦିନ ପୂର୍ବରୁ ଅମିତ ଶାହାଙ୍କ ଏହି  ଗସ୍ତ ବିଜେପି ଶିବିରରେ ଉତ୍ସାହ ଭରିଦେଇଛି ।  

ମିଳିଥିବା ସୂଚନା ଅନୁସାରେ, ବୁଧବାର କଟକ  ଗସ୍ତରେ ଆସି ବାରବାଟୀ-କଟକ ବିଧାନସଭା  ମଣ୍ଡଳୀର ଗୋପବନ୍ଧୁ ପାର୍କ ଛକରୁ ରୋଡ ସୋ  ଆରମ୍ଭ କରିବେ । ବକ୍ସିବଜାର, ତିନିକୋଣିଆ  ବଗିଚା, ଗୌରୀଶଙ୍କର ପାର୍କ, ବାଲୁବଜାର,  ନୟାସଡ଼କ ହୋଇ ଚାନ୍ଦିନୀଚୌକ ଯିବେ। ସନ୍ଧ୍ୟା  ୬ଟା ୧୫ରୁ ୭ଟା ୧୦ ପର୍ଯ୍ୟନ୍ତ ଏହି ରୋଡସୋ  ଚାଲିବ । ଏ ନେଇ ସିଆର୍‌ପିଏଫ୍‌ର ଯବାନମାନେ  ଆସି ଏହି ରୁଟ୍‌ ଦେଖି ସାରିଲେଣି । ଶୋଭାଯାତ୍ରା  ପାଇଁ ଅନୁମତି ନିମନ୍ତେ ବିଜେପି ପକ୍ଷରୁ ମଙ୍ଗଳବାର  ପୁଲିସ ନିକଟରେ ଆବେଦନ କରାଯିବ ବୋଲି ବରିଷ୍ଠ  ବିଜେପି ନେତା ବିନୋଦ ଦାଶ ସୂଚନା ଦେଇଛନ୍ତି ।  ଅନ୍ୟପଟେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ  ଏବେ କଟକ ବିଜେପିର ନେତୃବୃନ୍ଦ ଲାଗିପଡ଼ିଛନ୍ତି ।  

ରାଜ୍ୟର ତୃତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଯେଉଁ  ଅନୁସାରେ ଦିନ ପାଖେଇ ଆସୁଛି ସେଭଳି ପ୍ରଚାର  ଜମିଜମି ଯାଉଛି ।  ଏହା ମଧ୍ୟରେ ବିଜେପି  ପାଇଁ ପ୍ରଚାର କରିବାକୁ  ରାଜସ୍ଥାନ ବିଜେପି  ସଭାପତି ସିପି ଯୋଶୀ  ଓ ବୈଦେଶିକ ବ୍ୟାପାର  ମନ୍ତ୍ରୀ ଏସ୍‌ ଜୟଶଙ୍କର  କଟକ ଆସିସାରିଛନ୍ତି ।  ବିଜେଡି ପକ୍ଷରୁ ୧୪  ମଙ୍ଗଳବାର ଭିକେ ପାଣ୍ଡିଆନ୍‌ କଟକ ଆସୁଥିବାବେଳେ  ୧୯ ତାରିଖରେ ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଧ୍ୟ କଟକ ଆସି ଏକ ବିଶାଳ  ଜନସଭାକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

  • PrameyaOdia
  • prameya
  • Amit Shah
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.