କୋଲକାତା,୨୧।୧୧: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ତାଙ୍କ ସରକାରୀ ବାସଭବନ ରାଜ ଭବନରେ ଗୁପ୍ତଚର ଅଭିଯୋଗ କରିଛନ୍ତି। ବୋଷ ମଙ୍ଗଳବାର ଦାବି କରିଛନ୍ତି ଯେ, କୋଲକାତାରେ ଥିବା ରାଜ୍ୟପାଳଙ୍କ ବାସଭବନରେ ଗୁପ୍ତଚର ବିଷୟରେ ତାଙ୍କର ବିଶ୍ୱାସନୀୟ ସୂଚନା ରହିଛି। ବୋଷ କହିଛନ୍ତି ଯେ ଏହି ମାମଲା ସଂପୃକ୍ତ ଅଧିକାରୀଙ୍କ ନଜରକୁ ଆସିଛି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ରାଜ୍ୟପାଳ ପିଟିଆଇକୁ କହିଛନ୍ତି, ଏହା ସତ। ରାଜ ଭବନରେ ଗୁପ୍ତଚରୀ ବିଷୟରେ ମୋର ନିର୍ଭରଯୋଗ୍ୟ ସୂଚନା ଅଛି। ଏହି ପ୍ରସଙ୍ଗକୁ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଯାଇଛି।
ରିପୋର୍ଟ ଅନୁଯାୟୀ, ଗୁପ୍ତଚର ଉଦ୍ୟମ କିଏ କରୁଛି ତାହା ବୋଷ କହି ନାହାଁନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ସହ ବୋଷଙ୍କ ସମ୍ପର୍କ ତିକ୍ତ ରହିଛି ଏବଂ ଅନେକ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତି, ରାଜ୍ୟର ପ୍ରତିଷ୍ଠା ଦିବସ, କେନ୍ଦ୍ରର MNREGA ଦେୟ ବନ୍ଦ କରିବା ଏବଂ ରାଜନୈତିକ ହିଂସାକୁ ନେଇ ବୋଷ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ରହିଛି।
ଟିଏମ୍ସି କର୍ମୀଙ୍କ ହତ୍ୟା ଉପରେ ପ୍ରତିକ୍ରିୟା ଦେଇ ୧୬ ନଭେମ୍ବରରେ ବୋସ୍ କହିଛନ୍ତି, ପଶ୍ଚିମବଙ୍ଗ ରାଜନୀତିରେ ହିଂସାର ସଂସ୍କୃତି ରହିଛି। ଆଇନ ନିଜର କାମ କରିବ। ଆମେ ନିଶ୍ଚିତ ଭାବରେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଓ ରାଜଭବନ ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରିବ।’