ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଏନେମି ଏଜେଣ୍ଟ୍‌ସ୍‌ ଆକ୍ଟ କ'ଣ? ଆତଙ୍କୀଙ୍କ ଉପରେ ଲଗାମ୍‌ ଲଗାଇବ ସରକାରଙ୍କ ଏହି ଆଇନ

Image source: Jansatta

ନୂଆଦିଲ୍ଲୀ,୨୪/୦୬: ଜାମ୍ମୁ କାଶ୍ମୀରରେ ନିକଟରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଜାମ୍ମୁ କାଶ୍ମୀର ଡିଜିପି ଆରଆର ସ୍ବେନ କହିଛନ୍ତି ଯେ ଏନେମି ଏଜେଣ୍ଟ ଆକ୍ଠ ଅନୁଯାୟୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ନିକଟରେ କାଥୁଆ, ଡୋଡା ଏବଂ ରେସି ସେକ୍ଟରରେ ଘଟିଥିବା ଆତଙ୍କବାଦୀ ଘଟଣାରେ କିଛି ସ୍ଥାନୀୟ ଲୋକ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ସୂଚନା ସାମ୍ନାକୁ ଆସିଛି। ଏହା ପରେ ପୋଲିସ ଏବେ ଏହି ବଡ଼ ପ୍ରସ୍ତୁତି ଚଳାଇଛି।

'ଣ ଏହି ଏନେମି ଏଜେଣ୍ଟ ଆକ୍ଟ

ୟୁଏପିଏ ଠାରୁ ଏନେମି ଏଜେଣ୍ଟ ଅଧିନିୟମ କଠୋର ବୋଲି ବିବେଚନା କରାଯାଏ। ଏହି ନିୟମ ଅନୁଯାୟୀ ସର୍ବନିମ୍ନ ଦଣ୍ଡ ହେଉଛି ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ। ଡିଜିପି ଆରଆର ସ୍ବେନଙ୍କ ଅନୁଯାୟୀ, ଏହି ଆଇନରେ ଆତଙ୍କବାଦୀଙ୍କ ସହଯୋଗୀମାନେ ଶତ୍ରୁଙ୍କ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଉଲ୍ଲେଖ କରାଯାଇଛି, ଯେଉଁମାନେ ବାହାରୁ ଆସନ୍ତି। ସ୍ବେନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, 'ଏହି ଏନକାଉଣ୍ଟରରେ ଆତଙ୍କବାଦୀମାନେ ନିଶ୍ଚିତ ଭାବେ ନିହତ ହେବେ, ଯେଉଁମାନେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି।'

ପ୍ରତିଷ୍ଠା ହେବ ସ୍ବତନ୍ତ୍ର ଅଦାଲତ: 

ସ୍ବେନ କହିଛନ୍ତି ଯେ ଏହି ଆଇନ ଅନୁଯାୟୀ ଗିରଫ ହୋଇଥିବା ଲୋକଙ୍କୁ ବିଚାର କରିବା ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ କରାଯିବ। ଆତଙ୍କବାଦୀଙ୍କ ସହାୟକମାନେ ଏହି ନିୟମରୁ ରକ୍ଷା ପାଇବା ଅସମ୍ଭବ ହେବ। ଏହି ମାମଲାଗୁଡ଼ିକର ଶୁଣାଣି ଶୀଘ୍ର ଶେଷ ହେବ ଏବଂ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡର ବ୍ୟବସ୍ଥା ଥିବାରୁ ଏହାକୁ ଏକ କଠୋର ନିୟମ ଭାବରେ ବିବେଚନା କରାଯାଏ। କାଥୁଆଠାରୁ ଏପର୍ଯ୍ୟନ୍ତ ପୋଲିସ ୬ଜଣଙ୍କୁ ଗିରଫ କରିଛି। ରେସି ଆତଙ୍କବାଦୀ ଆକ୍ରମଣ ମାମଲାରେ ଜଣେ ଷଡଯନ୍ତ୍ରକାରୀଙ୍କୁ ଗିରଫ କରି ଏକ ବଡ଼ ସଫଳତା ହାସଲ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.