ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହ୍ବାଟସଆପ୍‌ରେ ମିଳିବ ବ୍ଲୁ ଟିକ୍ ଭେରିଫିକେସନ୍ ବ୍ୟାଜ୍, ଭାରତରେ ଆରମ୍ଭ ହେଲା ସର୍ଭିସ

ନୂଆଦିଲ୍ଲୀ,୧୦।୬: ମେଟା ଭେରିଫାଏଡ୍ ଫିଚର ଏବେ ହ୍ବାଟସଆପ୍‌ ପର୍ଯ୍ୟନ୍ତ ଏକ୍ସଟେଣ୍ଡ କରି ଦିଆଯାଇଛି।  ଭାରତରେ ହ୍ବାଟସଆପ୍ ବିଜନେସ୍ ଆକାଉଣ୍ଟ ଏବେ ବ୍ଲୁ ଟିକ୍ ଭେରିଫିକେସନ୍ କିଣିପାରିବ। ଏହା ସାହାଯ୍ୟରେ ୟୁଜର୍ସ ପ୍ରକୃତ ବିଜନେସ୍ ଆକାଉଣ୍ଟକୁ ଚିହ୍ନଟ କରିପାରିବେ। ଏହି ଫିଚରକୁ ଗତ ବର୍ଷ ସେପ୍ଟେମ୍ବରରେ ଲଞ୍ଚ କରାଯାଇଥିଲା।

ଏହା ସାହାଯ୍ୟରେ ଇଣ୍ଡିଭିଜୁଆଲ କିମ୍ବା ବିଜନେସ୍ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଭଳି ବ୍ଲୁ ଟିକ୍ ମାର୍କ ହ୍ବାଟସଆପ୍‌ରେ ବ୍ୟବହାର କରିପାରିବେ। ଏବେ ଏହି ଫିଚରକୁ ଭାରତ ଓ ଅନ୍ୟ ଦେଶରେ ଆରମ୍ଭ କରାଯାଇଛି। 

ମେଟାର ଏହି ଫିଚର ବିଷୟରେ ମାର୍କ ଜୁକରବର୍ଗ ନିଜେ ସୂଚନା ଦେଇଛନ୍ତି। ସେ ନିଜର ହ୍ବାଟସଆପ୍ ଚ୍ୟାନେଲରେ ଏହା ସେୟାର କରିଛନ୍ତି। ଏହାଛଡା ହ୍ବାଟସଆପ୍‌ର ହେଡ୍ ଓ୍ବିଲ କ୍ୟାଥକାର୍ଟ ମଧ୍ୟ ଏନେଇ ନିଜର ହ୍ବାଟସଆପ୍‌ ଚ୍ୟାନେଲରେ ସୂଚନା ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଫିଚରର ଲାଭ କ’ଣ ?ଏହା ମେଟା ଭେରିଫାଏଡ୍ ଏକ ପ୍ରୋସେସ୍ ଅଟେ,ଯେଉଁଥିରେ କମ୍ପାନୀ ମାନୁଆଲି କୌଣସି ଆକାଉଣ୍ଟର ସବୁପ୍ରକାର ଡିଟେଲ୍ସ ଚେକ୍ କରିଥାଏ, ଯାହାଫଳରେ ତା’ର ଅଥେଣ୍ଟିସିଟି ବିଷୟରେ ଜାଣି ହୋଇଥାଏ। ଯେତେବେଳେ କୌଣସି ଆକାଉଣ୍ଟ ସବୁ ମାପଦଣ୍ଡରେ ସଫଳ ହୁଏ, ତେବେ ମେଟା ତାକୁ ଭେରିଫିକେସନ୍ ବ୍ୟାଜ୍(ବ୍ଲୁ ଟିକ୍) ଦେଇଥାଏ। ଏଥିପାଇଁ ଆକାଉଣ୍ଟ ହୋଲ୍ଡରଙ୍କୁ ମାସିକ ସବସ୍କ୍ରିପସନ୍ ଫି’ ଦେବାକୁ ପଡିଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.