ମୁମ୍ୱାଇ – ବିବାହିତ ଏକ୍ସପର୍ଟଙ୍କ ସହ କାମ କରିଥିବା ଅଭିନେତ୍ରଙ୍କ ସହ ଆଫେୟାରର କାହାଣୀ ବଲିଉଡ୍ର ଏକ ସାଧାରଣ କଥା। ଏମିତି ହିଁ ଜଣେ ଅଭିନେତା ହେଲେ ମିଥୁନ ଚକ୍ରବର୍ତ୍ତୀ , ଯାହାଙ୍କର ଶ୍ରୀଦେବୀଙ୍କ ସହ ଚୁପଚାପରେ ବିବାହ ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା। ମିଥୁନ୍ ଏହି ସମୟରେ ଗୀତା ବାଲିଙ୍କ ସ୍ୱାମୀ ଥିଲେ। ମିଥୁନଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ଭାଇରାଲ ହେଉଛି , ଯେଉଁଥିରେ ଯେବେ ଶ୍ରୀଦେବୀଙ୍କ ସହ ବିବାହ ଖବର ଉପରେ ପ୍ରଶ୍ନ କରାଯାଇ ଥିଲା ତ ସେ ଏହାକୁ ଭୁଲ କହି ନଥିଲେ ବରଂ ଗୋଳମାଳିଆ ଜବାବ ଦେଇଥିଲେ।
୮୦ ଦଶକରେ ଗସପି ମ୍ୟାଗାଜିନ୍ସର କଲମ୍ରେ ମିଥୁନ ଓ ଶ୍ରୀଦେବୀଙ୍କ ବିବାହ ଖୁବ୍ କାହାଣୀ ପ୍ରକାଶିତ ହୋଇ ସାରିଛି। ରିପୋର୍ଟ ମୁତାବିକ ୧୯୮୫ ରୁ ୧୯୮୮ ଯାଏ ମିଥୁନ ଓ ଶ୍ରୀଦେବୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ସମୟରେ ମିଥୁନ ପୂର୍ବରୁ ହିଁ ଯୋଗିତା ବାଲିଙ୍କ ସ୍ୱାମୀ ଥିଲେ। ରେଡିଟ୍ରେ ଏକ କ୍ଲିପ୍ ପୋଷ୍ଟ କରାଯାଇଛି। ଏଥିରେ ମିଥୁନଙ୍କୁ ପଚରା ଯାଇଥିଲା, ଆପଣ କଣ କେବେ ଅନ୍ୟ କେଉଁ ମହିଳାଙ୍କ ଆଡ଼କୁ ନଜର ଉଠାଇ ଦେଖନ୍ତି ? ଏହାକୁ ନେଇ ମିଥୁନ ଜବାବ ଦେଇ ଥିଲେ, ମୁଁ ସବୁ ମହିଳାଙ୍କ ଆଡ଼କୁ ନଜର ଉଠାଇ ଦେଖେ, କିନ୍ତୁ ଭଲ ମନୋବୃତ୍ତିରେ।
ରିପୋର୍ଟର ପୁଣି ପ୍ରଶ୍ନ କରି ଥିଲେ , ଯାହା ଖବରକାଗଜରେ ନ୍ୟୁଜ୍ ହୋଇଥାଏ, ଏହାକୁ ନେଇ କଣ କହିବେ ? ଜବାବରେ ମିଥୁନ କହିଥିଲେ, କିଛି ସତ, କିଛି କିଛି ମିଛ। ମିଥୁନ କହିଥିଲେ , ମୁଁ ମୋଷ୍ଟ ମ୍ୟାରେଡ୍ ବ୍ୟାଚେଲର। ରିପୋର୍ଟର ପଚାରି ଥିଲେ ଶ୍ରୀଦେବୀ କାହାଣୀ କଣ ସତ? ଏଥିରେ ମିଥୁନ କହିଥିଲେ , ତାହା ମୋତେ ଜଣା ନାହିଁ ।