ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କର୍ଫ୍ୟୁରେ ବି ଖୋଲା ଜିପ୍ ଓ ମେସିନଗନ୍‌ ଧରି ଖୁଲମଖୁଲା ବୁଲୁ ଥିଲା ମୁଖତାର , ଏହି ଡିଏସପି କରିଥିଲେ ଗିରଫ ...୧୦ଦିନରେ ଦେବାକୁ ପଡ଼ିଥିଲା ଇସ୍ତଫା

ନୂଆଦିଲ୍ଲୀ : ୨୦୦୪ ମସିହାର କଥା। ଏହି ସମୟରେ ମାଫିଆ ଡନ୍‌ ମୁଖତାର ଅନସାରୀର ଏମିତି ପଲିଟିକାଲ ଲିଙ୍କ୍‌ ଥିଲା ଯେ, ସେ ଦଙ୍ଗା ବେଳେ କର୍ଫ୍ୟୁ ଲାଗୁ ହେବା ସତ୍ତ୍ୱେ ଖୋଲା ଜିପରେ ବୁଲୁ ଥିଲା ଏବଂ ଏହା ଭିତରେ ମେସିନ ଗନ୍‌ ଝୁଲୁ ଥିଲା। ଏହାକୁ ତତ୍କାଳୀନ ମୁଲାୟମ ସିଂହ ଯାଦବ ସରକାରର ସାହାଯ୍ୟ ଓ ଆଶୀର୍ବାଦ ରହିଥିଲା। ଏଥିପାଇଁ କେହି ବି ପୁଲିସ ଅଧିକାରୀ ତାଙ୍କ ଉପରେ ହାତ ପକାଇବାର ସାହସ କରି ପାରୁ ନଥିଲେ। ବାସ୍ତବରେ ବର୍ଷେ ପୂର୍ବରୁ ହିଁ ମୁଲାୟମ ସିଂହଙ୍କର ଅଳ୍ପମତ ସରକାରକୁ ମୁଖତାର ଅନସାରୀ ନିଜର ସମର୍ଥନ ଦେଇ ବଞ୍ଚାଇ ଥିଲା। ଏହି କାରଣରୁ ସେ ମୁଲାୟମ ସିଂହଙ୍କର ନିକଟର ହୋଇ ଯାଇଥିଲା ଏବଂ ଏହାର ସେ ପୂରା ଫାଇଦା ଉଠାଉ ଥିଲା।

ଜାନୁୟାରୀ ୨୦୦୪ର ଏହି ଘଟଣାର ଅବତାରଣା କରି ଏସଟିଏଫ୍‌ର ତତ୍କାଳୀନ ଡିଏସପି ଶୈଳେନ୍ଦ୍ର ସିଂହ କହିଥିଲେ କି ୨୦ ବର୍ଷ ପୂର୍ବେ ମଉ ଓ ଆଖପାଖ ଅଞ୍ଚଳରେ ମୁଖତାର ଅନସାରୀର ଆତଙ୍କ ଓ ଅପରାଧ ଶୀର୍ଷରେ ଥିଲା। ସେ ନ୍ୟୁଜ୍‌ ଏଜେନ୍ସି ଏଏନଆଇକୁ କହିଛି , ୨୦ ବର୍ଷ ପୂର୍ବେ ଦଙ୍ଗା ବେଳେ ଯେବେ ମଉରେ କର୍ଫ୍ୟୁ ଲାଗିଥିଲା, ସେତବେଳେ ମୁଖତାର ଅନସାରୀ ନିଜ ଗ୍ରୁପ୍‌ ସହ ଖୋଲା ଜିପ୍‌ରେ ବୁଲୁ ଥିଲା।  ଏହା ଭିତରୁ ସେ ଲାଇଟ୍‌ ମେସିନଗମ୍‌ ମଧ୍ୟ ଧରି ବୁଲାଉ ଥିଲା। ସେତେବେଳେ ମୁଁ ତାକୁ ମେସିନଗନ୍‌ ସହ ଗିରଫ କରିଥିଲି ଏବଂ ଏହା ଉପରେ ପୋଟା ( ପ୍ରିଭେନ୍ସ ଅଫ୍‌ ଟେରୋରିଜିମ୍‌ ଆକ୍ଟ –ପୋଟା) ମଧ୍ୟ ଲଗାଇ ଥିଲି।

ଶୈଳେନ୍ଦ୍ର ସିଂହଙ୍କ ଅନୁସାରେ , ମୁଲାୟମ ସିଂହ କୌଣସି ବି ସ୍ଥିତିରେ ମୁଖତାର ଅନସାରୀକୁ ବଞ୍ଚାଇବାକୁ ଚାହୁଁ ଥିଲେ। ଏଥିପାଇଁ ସେ ଅଧିକାରୀଙ୍କ ଉପରେ ଖୁବ୍‌ ପ୍ରଭାବ ପକାଇଥିଲେ। ଏମିତି କି ସେ ଆଇଡି , ଡିଆଇଜି ଓ ଏସଟିଏଫ୍‌ ଏସ୍‌ପିର ବଦଳି କରିଦେଇ ଥିଲେ ଏବଂ ମୋତେ ମଧ୍ୟ ୧୦ ଦିନ ଭିତରେ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଦେଇ ଥିଲେ। ପୂର୍ବତନ ଡିଏସପି କହିଥିଲେ କି, ସେ ସେତେବେଳେ ନିଜର ଇସ୍ତଫାରେ ଏହାର ଆଲୋଚନା ବି କରିଛନ୍ତି। ସେ କହିଛନ୍ତି , ତ୍ୟାଗ ପତ୍ରରେ ମୁଁ ଇସ୍ତଫା ଦେବାର କାରଣ ମଧ୍ୟ ଲେଖିଛି ଏବଂ ଲୋକଙ୍କ ସାମନାରେ ଏହି କଥା ରଖି ଥିଲି କି , ଏହି ସରକାର ଯାହାକୁ ଆପଣ ବାଛିଛନ୍ତି , କିନ୍ତୁ ସେ ମାଫିଆଙ୍କୁ ସଂରକ୍ଷଣ ଦେଉଛନ୍ତି ଏବଂ ତାଙ୍କ ଆଦେଶରେ କାମ କରୁଛନ୍ତି । ସିଂହ ନିଜର ଇସ୍ତଫାରେ ଏହା ମଧ୍ କହିଛନ୍ତି କି ସେ ମାଫିଆ ଡନ୍‌କୁ ଗିରଫ କରି କେବଳ ନିଜର ଡ୍ୟୁଟି କରୁଥିଲେ।

ଏହି ସମୟରେ ଶୈଳେନ୍ଦ୍ର ସିଂହ ଏସଟିଏଫ୍‌ଙ୍କର ବାରଣାସୀ ୟୁନିଟ୍‌ର ପ୍ରଭାରୀ ଡେପୁଟୀ ଏସପି ଥିଲେ । ଏ ସେହି ବ୍ୟକ୍ତି ଥିଲେ ଯିଏ କି ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କର ହତ୍ୟା ପୂର୍ବରୁ ମୁଖତାର ଅନସାରୀଙ୍କର ଏଲଏମଜି କିଣିବାରେ ପର୍ଦ୍ଦାଫାସ୍‌ କରିଥିଲେ। ଶୈଳେନ୍ଦ୍ର ସିଂହ ଯେବେ ମୁଖତାର ପାଖରୁ ଏଲଏମଜି ଜବତ କଲେ ତ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା। ଏହି ସମୟରେ ମଧ୍ୟ ତାଙ୍କୁ ଏହାର ମୂଲ୍ୟ ଭରିବାକୁ ପଡ଼ିଥିଲା। ଏଲଏମଜି ଜବତର କିଛି ଦିନ ପରେ ହିଁ ଶୈଳେନ୍ଦ୍ର ସିଂହଙ୍କ ବିରୋଧରେ ଡିଏମ୍‌ ଅଫିସର ଜଣେ କର୍ମଚାରୀଙ୍କ ସହ ମାରପିଟି ମାମଲାରେ ତାଙ୍କୁ ଜେଲ୍‌ ପଠାଯାଇ ଥିଲା।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.