ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରିଲା ମନ୍ତ୍ରୀମଣ୍ଡଳ ଗଠନ, ଏଥର ବାଚସ୍ପତି କିଏ ? ଦୌଡରେ ଅଛନ୍ତି ଏହି ସବୁ ନେତା…

ନୂଆଦିଲ୍ଲୀ: ଦେଶର ୧୮ ତମ ଲୋକସଭା ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ଆଉ ଦେଶରେ ପୁଣି ଥରେ ଏନଡିଏ ସରକାର ଗଠନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ୭୨ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ କ୍ୟାବିନେଟ୍ । ପ୍ରଥମ କାର୍ଯ୍ୟକାଳରେ ୪୨ ମନ୍ତ୍ରୀ ଶପଥ ଗ୍ରହଣ କରିଥିବାବେଳେ ଦ୍ୱିତୀୟ କାର୍ଯ୍ୟକାଳରେ ଏହି ସଂଖ୍ୟା ୫୪ ଥିଲା । କିନ୍ତୁ ତୃତୀୟ କାର୍ଯ୍ୟକାଳରେ ଏଥିରେ ବହୁତ ବୃଦ୍ଧି ଘଟିଛି ଏବଂ ମୋଟ ୭୨ ମନ୍ତ୍ରୀଙ୍କ ସହ ମୋଦୀ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି । ଏଥର ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିପାରିବ ନାହିଁ, ସେଥିପାଇଁ ଏଥର କେବଳ ଏନଡିଏର ଗଠନକାରୀ ଦଳ ସହ ସରକାରଙ୍କୁ ଆଗକୁ ବଢିବାକୁ ପଡିବ । ତେବେ ଏଭଳି ପରିସ୍ଥିତିରେ କ୍ୟାବିନେଟ ବଡ଼ ହେବା ଆବଶ୍ୟକ ଥିଲା । ହେଲେ ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ଏଥର ମୋଦୀ ସରକାରରେ ଲୋକସଭାର ବାଚସ୍ପତି ହେବେ କିଏ ? ଲୋକସଭା ବାଚସ୍ପତିଙ୍କ ଦୌଡ଼ରେ ଅନେକ ନାମ ଦୌଡରେ ରହିଛି । ଏବେ ଆସନ୍ତୁ ଜାଣିବା ଏହି ଦୌଡର ଖେଳାଳୀ କିଏ ? 

ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ପିଏମ ମୋଦୀ ସୁମିତ୍ରା ମହାଜନଙ୍କୁ ଲୋକସଭା ବାଚସ୍ପତି କରି ମହିଳା ଶକ୍ତି ପ୍ରଦାନ କରିବାର ସୁଯୋଗ ଦେଇଥିବାବେଳେ ଦ୍ୱିତୀୟ କାର୍ଯ୍ୟକାଳରେ ସେ ରାଜସ୍ଥାନର ଶକ୍ତିଶାଳୀ ନେତା ଓମ ବିର୍ଲାଙ୍କ ମାଧ୍ୟମରେ ଜାତି ସମୀକରଣର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ତେବେ ଏଥର ମୋଦୀଙ୍କ ପକ୍ଷରୁ କାହାକୁ ସୁଯୋଗ ଦିଆଯିବ ସେନେଇ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ଏଭଳି ସ୍ଥିତିରେ କିଛି ନାମ ନିଶ୍ଚିତ ଭାବରେ ଆଗକୁ ଆସୁଛି । 

ତେବେ ଏହି ଦୌଡ଼ରେ ଆଗରେ ଅଛନ୍ତି, ଆନ୍ଧ୍ରପ୍ରଦେଶର ରାଜାସମୁଣ୍ଡ୍ରିର ସାଂସଦ ଦାଗୁବତୀ ପୁରନ୍ଦେଶ୍ୱରୀ, ଏହା ବ୍ୟତୀତ ଓମ୍ ବିର୍ଲାଙ୍କୁ ଆଉ ଏକ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ମୋଦୀ ସବୁବେଳେ ତାଙ୍କ ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏଭଳି ପରିସ୍ଥିତିରେ ଏହା ମଧ୍ୟ କୁହାଯାଉଛି ଯେ, ଏଭଳି ଏକ ନାମ ଦିଆଯାଇପାରେ ଯାହା ଆଗାମୀ ନିର୍ବାଚନରେ ବିଶେଷ କରି ଜାମ୍ମୁ କାଶ୍ମୀରରେ ସହାୟକ ହେବ।

ଯଦି ଦାଗୁବତୀ ପୂରନ୍ଦେଶ୍ବରୀଙ୍କୁ ସୁଯୋଗ ମିଳେ, ତେବେ ସେ ଆନ୍ଧ୍ରପ୍ରଦେଶର ଦ୍ୱିତୀୟ ସାଂସଦ ହୋଇ ଲୋକସଭା ବାଚସ୍ପତି ହେବେ । ତାଙ୍କ ପୂର୍ବରୁ ପୂର୍ବତନ ଅମାଲାପୁରମ୍ ସାଂସଦ ଗନ୍ତୀ ମୋହନ ଚନ୍ଦ୍ର, ଯିଏକି ବାଲାୟୋଗୀ ନାମରେ ମଧ୍ୟ ଜଣାଶୁଣା । ସେ ଦ୍ୱାଦଶ ଲୋକସଭାରେ ବାଚସ୍ପତି ପଦ ଗ୍ରହଣ କରିଛନ୍ତି। ତେବେ ଏହି ସମୟରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଲୋକସଭା ବାଚସ୍ପତିଙ୍କ ପଦ ହେଉଛି ଏକ ସାମ୍ବିଧାନିକ ପଦ, ତେଣୁ ତାଙ୍କ ବିନା ଅନୁମତିରେ ଗୃହରେ କିଛି ଘଟେ ନାହିଁ। ତାଙ୍କ ନିଷ୍ପତ୍ତିକୁ ଅନ୍ତିମ ନିଷ୍ପତ୍ତି ଭାବେ ବିବେଚନା କରାଯାଏ, ଯେଉଁଥିପାଇଁ ଲୋକସଭା ବାଚସ୍ପତିଙ୍କ ଭୂମିକା ଏକ ନିର୍ଣ୍ଣାୟକ ଅଟେ । କ୍ଷମତା ବାଚସ୍ପତିଙ୍କ ଉପରେ ରହିଛି । ଏହି କାରଣରୁ ପ୍ରତ୍ୟେକ ଦଳ ଚାହୁଁଛନ୍ତି ଯେ ନିଜ ଦଳର ନେତା ବାଚସ୍ପତି ହୁଅନ୍ତୁ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.