ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଛୁଆଙ୍କ ଲାଗି ଅସୁରକ୍ଷିତ ଅନଲାଇନ୍ ଦୁନିଆ, ପ୍ରତି ୬ରୁ ଜଣେ ସାଇବରବୁଲିଂର ଶିକାର

ନୂଆଦିଲ୍ଲୀ, ୩୦/୦୩: ବିଶ୍ୱ ସହ ଦେଶରେ ଅନଲାଇନ୍ ବା ଡିଜିଟାଲର ଚାହିଦା ବଢ଼ୁଛି । ଡିଜିଟାଲ୍ ଯୁଗ ଆମ କାମକୁ ସହଜ କରିବା ସହ ସ୍ୱଳ୍ପ ସମୟରେ ସାରି ଦେଉଛି । ଅନ୍ୟପଟେ ଏହି ଅନଲାଇନ୍ କୋମଳମତି ଛୁଆଙ୍କ ଭବିଷ୍ୟତକୁ ଅନ୍ଧାରୀ ମୂଲକକୁ ଟାଣି ନେଉଛି ।

ଦୁନିଆର ୪୪ଟି ଦେଶର ପ୍ରତି ୬ ଛୁଆଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସାଇବରବୁଲିଂର ଶିକାର । ଧିରେ ଧିରେ ଅନଲାଇନ୍ ଦୁନିଆ ଏମାନଙ୍କ ଲାଗି ଅସୁରକ୍ଷିତ ହୋଇ ପଡ଼ୁଛି । ୟୁରୋପ, ମଧ୍ୟ ଏସିଆ ଏବଂ ଉତ୍ତର ଆମେରିକାର ୨ ଲକ୍ଷ ୭୯ ହଜାର ଛୁଆଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି ।

ଅଧ୍ୟୟନରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ପ୍ରତି ମାସ ୧୫ ପ୍ରତିଶତ ନାବାଳକ ଓ ୧୬ ପ୍ରତିଶତ ନାବାଳିକା ସାଇବରବୁଲିଂର ଶିକାର ହେଉଛନ୍ତି । ୨୦୨୨ ମସିହାରେ ୧୧ରୁ ୧୫ ବର୍ଷର ୧୬ ପ୍ରତିଶତ ବାଳକ ସାଇବରବୁଲିଂର ଶିକାର ହୋଇଥିଲେ । ଯାହାକି ୨୦୧୮ ତୁଳନାରେ ୩ ପ୍ରତିଶତ ଅଧିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟ ଅନୁସାରେ, ପ୍ରତିଦିନ ଛୁଆ ପ୍ରାୟ ୬ ଘଣ୍ଟା ସମୟ ଅନଲାଇନରେ ବିତାଉଛନ୍ତି । ବୁଲଗାରିଆରେ ସର୍ବାଧିକ ଛୁଆ ସାଇବରବୁଲିଂର ଶିକାର ହୋଇଛନ୍ତି । ମାତାପିତାଙ୍କ ସାମାଜିକ ସ୍ଥିତି ଅନୁସାରେ, ଛୁଆଙ୍କ ସାଇବରବୁଲିଂକୁ ନେଇ କୌଣସି ପରିବର୍ତ୍ତନ ଦେଖା ଯାଇ ନାହିଁ ।

ସାଇବରବୁଲିଂ କେତେ ପ୍ରକାରର ?

ଅପମାନଜନକ ନାମ ରଖିବା ଅଥବା ସମ୍ବୋଧିତ କରିବା, ମିଛ କିମ୍ବା ନକରାତ୍ମକ କଥା ପ୍ରଚାର କରିବା, ଅଶ୍ଲୀଳ ଫଟୋ ପଠାଇବା, ବ୍ୟକ୍ତିଗତ ତଥ୍ୟ କିମ୍ବା ଫଟୋ ଭାଇରାଲ୍ କରିବା ।

ରିପୋର୍ଟ ଅନୁସାରେ, କୋଭିଡ୍ ଲକଡାଉନ୍ ସମୟରୁ ଛୁଆ ଭର୍ଚୁଆଲ୍ ମୁହାଁ ହୋଇଥିଲେ । ଅଧ୍ୟୟନରେ ସାମିଲ୍ ୧୧ ପ୍ରତିଶତ ନାବାଳକ-ନାବାଳିକାଙ୍କ ଅନୁସାରେ, ପ୍ରତି ମାସରେ ଅତି କମରେ ୨ରୁ ୩ ଥର ସେମାନଙ୍କୁ ସ୍କୁଲରେ ସାଇବରବୁଲିଂର ଶିକାର ହେବାକୁ ପଡ଼ିଛି ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.