ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାଣନ୍ତୁ କେଉଁ ପ୍ରଥମ ହିନ୍ଦୁ ରାଜା ମୋଗଲ ରାଜକୁମାରୀଙ୍କୁ କରିଥିଲେ ବିବାହ ?

ନୂଆଦିଲ୍ଲୀ,୯।୫:  ମୁସଲିମ ଆକ୍ରମଣକାରୀ ଏବଂ ଭାରତର ହିନ୍ଦୁ ରାଜାମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ବ୍ୟତୀତ ଇତିହାସରେ ଅନେକ ରାଜନୈତିକ ଏବଂ ସାମାଜିକ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ ଅଛି । ଏହିପରି କେତେକ ଘଟଣାରେ ହିନ୍ଦୁ ରାଜା ଏବଂ ମୁସଲମାନ ରାଜକୁମାରୀଙ୍କ ବିବାହ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଐତିହାସିକଙ୍କ ଅନୁଯାୟୀ, ମହାରଣା ଅମର ସିଂ ୧୫୯୭ ରୁ ୧୬୨୦ ପର୍ଯ୍ୟନ୍ତ ମେୱାରର ଶାସକ ଥିଲେ। ସେ ମହାରାଣା ପ୍ରତାପଙ୍କ ବଡ ପୁଅ  ଥିଲେ। ମହାରାଣା ପ୍ରତାପ ସିଂଙ୍କ ମୃତ୍ୟୁ ପରେ ସେ ଉଦୟପୁରର ମେୱାଡ଼ ରାଜା ଥିଲେ। ଏହା ପରେ ଅମର ସିଂ ଗୋଟିଏ ପରେ ଗୋଟିଏ ମୋଗଲ ଉପରେ ଅନେକ ଆକ୍ରମଣ କରିଥିଲେ।

ଅମର ସିଂଙ୍କ ଆକ୍ରମଣରେ ଭୟଭୀତ ହୋଇ ମୋଗଲମାନଙ୍କୁ ମେୱାଡ଼ ଛାଡି ପଳାଇବାକୁ ପଡିଥିଲା । ଚୁକ୍ତି ଅନୁଯାୟୀ ଆକବର ମେୱାଡକୁ ଜିତିବାରେ ସକ୍ଷମ ହୋଇନଥିବାରୁ ସେ ତାଙ୍କ ଝିଅ ରାଜକୁମାରୀ ଖାନୁମଙ୍କୁ ଅମର ସିଂଙ୍କୁ ବିବାହ କରାଇଥିଲେ। ଯାହା ଭାରତୀୟ କୂଟନୈତିକକୁ ନୂଆ ଆକାର ଦେଇଥିଲା । ଏହା ମୋଗଲ ରାଜପରିବାର ଓ ହିନ୍ଦୁ ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ମିଳନର ପ୍ରତୀକ ଥିଲା । ଯାହା ଦୁଇଟି ସାଂସ୍କୃତିକ ରୂପରେ  ଭିନ୍ନ ରାଜବଂଶକୁ ଯୋଡିଛି ।

କୂଟନୈତିକ ସମ୍ପର୍କ ତଥା କ୍ଷେତ୍ରୀୟ ହିନ୍ଦୁ ରାଜ୍ୟଗୁଡ଼ିକ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ସମ୍ରାଟ ଆକବରଙ୍କ ଦ୍ବାରା ଏହି ବିବାହ ଏକ ରଣନୀତିକ ପଦକ୍ଷେପ ଥିଲ। ଯାହାଦ୍ବାରା ମୋଗଲ ସାମ୍ରାଜ୍ୟର ସ୍ଥିରତା ଏବଂ ସାର୍ବଭୌମତ୍ୱ ଦୃଢ ହୋଇଥିଲା। ଏହି ବିବାହ ସମ୍ଭବତ  ମୋଗଲ  ଏବଂ ରାଜପୁତ ରାଜ୍ୟ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନକୁ ସୁଗମ କରିଥିଲା। ଫଳରେ ରୀତିନୀତି, ପରମ୍ପରା ଏବଂ କଳାତ୍ମକ ପ୍ରଭାବର ଆଦାନପ୍ରଦାନକୁ ନେଇ ଉଭୟ ସମାଜକୁ ସମୃଦ୍ଧ କରିଥିଲା | ମହାରାଜା  ଅମର ସିଂ ୨୬ ଜାନୁଆରୀ ୧୬୨୦ ରେ ମୃତ୍ୟୁବରଣ କରିଥିଲେ। ହୁଏତ ମୋଗଲ ରାଜକୁମାରୀ ଏବଂ  ହିନ୍ଦୁ ରାଜା ଅମର ସିଂଙ୍କ ବିବାହ ରାଜନୈତିକ କାରଣ ପାଇଁ ହୋଇଥିଲା । ହେଲେ ପରେ ଉଭୟଙ୍କ ମଧ୍ୟରେ ସ୍ନେହ ଓ ସମ୍ମାନର ବିକାଶ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.