ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନ୍ଦରଗଡ଼ ଲୋକସଭା : ବିଜେଡିରୁ ଦିଲ୍ଲୀପ, ବିଜେପିରୁ ଜୁଏଲ... କଂଗ୍ରେସରୁ କିଏ?

ରାଉରକେଲା, ୨୯/୦୩ : ବିଜେଡି ଓ ବିଜେପି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା ବାକି ରହିଛି । ବିଜେପିରୁ ଜୁଏଲ ଓରାମ ମୁହାଁମୁହିଁ ହେବେ ବିଜେଡି ପ୍ରାର୍ଥୀ ହକି ତାରକା ଦିଲୀପ ତିର୍କୀଙ୍କ ସହ । ଦିଲୀପ ୨୦୧୪ରେ ପ୍ରଥମ ଥର ଲଢ଼ି ଅଳ୍ପ ଭୋଟ୍‌ରେ ଜୁଏଲଙ୍କଠାରୁ ହାରିଥିଲେ । ବିଜେପି ପ୍ରାର୍ଥୀ ଜୁଏଲ ଓରାମ ହିନ୍ଦୁ ହୋଇଥିବା ବେଳେ ଦିଲୀପ ତିର୍କୀ ଖ୍ରୀଷ୍ଟିୟାନ । ଜୁଏଲଙ୍କ ଜନ୍ମମାଟି ବଣେଇ ବିଧାନସଭା କ୍ଷେତ୍ର କେନ୍ଦୁଡିହ ହୋଇଥିବା ବେଳେ ଦିଲୀପ ତିର୍କୀଙ୍କ ଜନ୍ମ ତଳସରା ନିର୍ବାଚନ ମଣ୍ଡଳୀ ସଉନାମୁରାରେ । 

କଂଗ୍ରେସ ଟିକଟ୍‌ ଆବେଦକଙ୍କ ମଧ୍ୟରେ ଗତପାଳି ପ୍ରାର୍ଥୀ ତଥା ପ୍ରାକ୍ତନ ସାଂସଦ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ, ପ୍ରାକ୍ତନ ବୀରମିତ୍ରପୁର ବିଧାୟକ ରେମିସ କେର୍କେଟା ଓ ପ୍ରାକ୍ତନ ବଣେଇ ବିଧାୟକ ଜନାର୍ଦ୍ଦନ ଦେହୁରୀଙ୍କ ସମେତ ପ୍ରାକ୍ତନ ପ୍ରଶାସକ ମେଘନାଦ ନାଏକ, ଅନିମା ସୁକାନ୍ତି ମିଞ୍ଜ, ବାସିଲ ଏକ୍କା, ଦେବେନ୍ଦ୍ର ଭିତିରିଆ, ଡ.ସରିତା ଟିଗ୍‌ଗା, ସାରଙ୍ଗଧର ଓରାମ, ଶିବୁ ଓରାମ, ସୁବାସ ତିର୍କୀ,ସୁନୀଲ କୁମାର କିସାନ ଓ ସୁଶୀଲ କୁମାର କିଣ୍ଡୋ ରହିଛନ୍ତି । କଂଗ୍ରେସ ପ୍ରତ୍ୟାଶୀଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଥିବା ଜନାର୍ଦ୍ଦନ ଦେହୁରୀ ଓ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମେଘନାଦ ନାୟକଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି । ଉଭୟେ ହିନ୍ଦୁ ଓ ଭୂୟାଁ ସମ୍ପ୍ରଦାୟର ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.