ନୂଆଦିଲ୍ଲୀ ୭/୯: ଗତ ବର୍ଷ ଏଲନ ମସ୍କ ପୂର୍ବତନ ସିଇଓ ପରାଗ ଅଗ୍ରୱାଲଙ୍କୁ କମ୍ପାନୀରୁ ବିଦା କରିଦେଇଥିଲେ । ସେ ଏହାର କାରଣ ଜଣାଇଥିଲେ କି ପରାଗ ସୋସିଆଲ ମିଡିଆ ଦାବିକୁ ପୁରା କରିପାରୁନଥିଲେ । ତେଣୁ ତାଙ୍କୁ ବିଦା କରାଯାଇଥିଲା । ତେବେ ଚାଲନ୍ତୁ ଜାଣିବା ପରାଗଙ୍କୁ ବାହାର କରିବାର ପ୍ରକୃତ କାରଣ ।
ଆମେରିକୀୟ ଲେଖକ ତଥା ସାମ୍ବାଦିକ ୱାଲ୍ଟରଙ୍କ ଲିଖିତ ପୁସ୍ତକ ‘ଏଲନ ମସ୍କ’ରେ ମସ୍କଙ୍କୁ ନିୟମ ଭାଙ୍ଗୁଥିବା ମଣିଷ ଦର୍ଶାଯାଇଛି । ସେହିଭଳି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଏହା କୁହେ କି ମସ୍କ ଅଗ୍ରୱାଲଙ୍କ ସମ୍ପର୍କରେ ଭଲ ଚିନ୍ତା କରନ୍ତି । ଗତ ବର୍ଷ ଡିସେମ୍ବରରେ ମସ୍କ ‘ଟ୍ୱିଟର ଫାଇଲ୍ସ’ ସିଜନ ୨ ଜାରି କରିଥିଲା । ଏଥିରେ ଖୁଲାସା କରାଯାଇଥିଲା କି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଏକ ଗୁପ୍ତ ଗ୍ରୁପ୍ ଥିଲା ଯେଉଁଥିରେ ତତ୍କାଳୀନ ସିଇଓ ଅଗ୍ରୱାଲ, ଟ୍ରଷ୍ଟ ଏବଂ ସୁରକ୍ଷା ପର୍ମର ଗ୍ଲୋବାଲ୍ ହେଡ୍ ୟୋଏଲ୍ ରୋଥ୍ ସାମିଲ ଥିଲେ ଯେଉଁମାନେ କଣ୍ଟ୍ରୋଭର୍ସିଆଲ୍ ଡିସିସନ୍ ନେଇଥିଲେ ।
ଗତ ବର୍ଷ ଏଲନ ମସ୍କ ୪୪ ଅରବ ଡଲାରରେ ଟ୍ୱିଟର କିଣିବା ପାଇଁ ଅଫର ଦେଇଥିଲେ । ପ୍ରାରମ୍ଭରେ ଟ୍ୱିଟର ସେୟାର ହୋଲ୍ଡର ବିରୋଧ କରିଥିଲେ କିନ୍ତୁ ପରେ ଡିଲ୍ ପକ୍କା ହୋଇଥିଲା ଏବଂ କିଛି ଦିନ ପରେ ପରାଗ ଏବଂ ମସ୍କଙ୍କ ମଧ୍ୟରେ ବୋଟ୍ ଆକାଉଣ୍ଟକୁ ନେଇ ବିବାଦ ହୋଇଥିଲା । ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଡିଲକୁ ସେହି ରାଶିରେ ଫିକ୍ସ କରାଯାଇଥିଲା ଏବଂ ପରେ ଟ୍ୱିଟର ମସ୍କଙ୍କର ହୋଇଗଲା ।
୨୦୨୨ରେ ଯେବେ ମସ୍କ ଟ୍ୱିଟର ଉପରେ କବଜା କଲେ ସେବେ ଏଲନ ଅଗ୍ରୱାଲ ଏବଂ ପୂର୍ବତନ ଲିଗଲ ଏଣ୍ଡ ପବ୍ଲିକ୍ ପଲିସି ମେଜର ବିଜୟା ଗଡ୍ଡେଙ୍କୁ ସୂଚିତ କଲେ କି କମ୍ପାନୀ ସହିତ ତାଙ୍କ ରୋଜଗାର ସମାପ୍ତ ହୋଇଯାଇଛି । ସେହିଭଳି ୨ ଅଧିକାରୀଙ୍କୁ ମୋଟା ଏଗଜିଟ୍ ପ୍ୟାକେଜ୍ ମଧ୍ୟ ମିଳିବାର ଥିଲା । କହିରଖୁଛୁ ଅଗ୍ରୱାଲ ଶେଷ ଥର ୬ ଅକ୍ଟୋବର ୨୦୨୨ରେ ଟ୍ୱିଟରରେ ଆକ୍ଟିଭ୍ ଥିଲା ଏବଂ ତାଙ୍କୁ ମେଟା ଥ୍ରେଡ୍ସ ସହିତ କୌଣସି ବି ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ୍ ଦେଖାଯାଇନଥିଲା ।