ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ସ୍ବାତୀ ମାଲିଓ୍ବାଲ କାହିଁକି ଅଛନ୍ତି ଚୁପ୍ ? ପୂର୍ବତନ ସ୍ବାମୀ ଖୋଲିଲେ ମୁହଁ,କେଜ୍ରିଓ୍ବାଲଙ୍କ ବିରୋଧରେ କଲେ ଏଫ୍‌ଆଇଆର ଦାବି

ନୂଆଦିଲ୍ଲୀ,୧୫।୫: ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରର ସବୁବେଳେ କଡା ବିରୋଧ କରୁଥିବା ସ୍ବାତୀ ମାଲିଓ୍ବାଲ ଏବେ କାହିଁକି ଚୁପ୍‌। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନରେ ମାଲିଓ୍ବାଲଙ୍କ ର୍ଦୁବ୍ୟବହାର ଖବର ଏବେ ରାଜନୈତିକ ମୋଡ଼ ନେଇଛି। ଦିଲ୍ଲୀର ପୋଲିସକୁ ନିଜେ ଫୋନ୍ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ବାତୀ ମାଲିଓ୍ବାଲ କାହିଁକି ଏଫ୍‌ଆଇଆର ଦେଇ ନାହାନ୍ତି ବୋଲି ପ୍ରଶ୍ନ ଉଠୁଛି। ବର୍ତ୍ତମାନର ଆମ ଆଦମୀ ପାର୍ଟି ସାଂସଦ ତଥା ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କୁ ନିକଟରେ କେଜ୍ରିଓ୍ବାଲଙ୍କ ପିଏ ର୍ଦୁବ୍ୟବହାର କରିଥିଲେ। ଆପ୍ ପକ୍ଷରୁ ମଧ୍ୟ ଏହା ସ୍ବୀକାର କରାଯାଇଛି। କେଜ୍ରିଓ୍ବାଲ ତାଙ୍କ ପିଏ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିସାରିଛନ୍ତି। ତେବେ ଏହା ଭିତରେ ସ୍ବାତୀ କାହିଁକି ଚୁପ୍ ?

ସ୍ବାତୀ ମାଲିଓ୍ବାଲଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଛି। ସୋସିଆଲ ମିଡିଆରେ ସୋମବାରଠାରୁ ଏହା ମଧ୍ୟ ଟ୍ରେଣ୍ଡିଂରେ ଅଛି। କୁହାଯାଉଛି ସ୍ବାତୀଙ୍କ ଉପରେ କେଉଁ ପ୍ରକାର ଚାପ ରହିଛି ? ଏଭଳି କ’ଣ ସମସ୍ୟା ରହିଛି ଯେ, ତାଙ୍କ ପ୍ରତି ଏତେ ଅଭଦ୍ରାମୀ ପରେ ସେ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି। ଏହା ଭିତରେ ସ୍ବାତୀଙ୍କ  ପୂର୍ବତନ ସ୍ବାମୀ ନବୀନ ଜୟହିନ୍ଦ କହିଛନ୍ତି, ମହିଳା ସାଂସଦଙ୍କ ଜୀବନ ପ୍ରତି ବିପଦ ରହିପାରେ। ସେ ଏକ ଭିଡିଓ ବାର୍ତ୍ତା ଜରିଆରେ ଅପିଲ କରିଛନ୍ତି, ମାଲିଓ୍ବାଲଙ୍କୁ ଆଗକୁ ଆସି ସବୁ କଥା କହିବା ଦରକାର ଯେ, ତାଙ୍କ ସହ କ’ଣ ହୋଇଛି ? ଏହି ଘଟଣା କେଜ୍ରିଓ୍ବାଲଙ୍କ ଘରେ ହୋଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଉ। ସେ  ସ୍ବାତୀ ମାଲିଓ୍ବାଲଙ୍କ ତୁଳନା ଝାନସୀର ରାଣୀଙ୍କ ସହ କରିଛନ୍ତି। ଏହା ସହ କହିଛନ୍ତି, ଏହା କେବଳ ମୋ ପୂର୍ବତନ ପତ୍ନୀ ସ୍ବାତୀଙ୍କ ସହ ଘଟିଛି, ତାହା ନୁହେଁ ଲକ୍ଷ ଲକ୍ଷ ମହିଳାଙ୍କ ଅପମାନ। ପୂର୍ବତନ ପତ୍ନୀର କଥା  ଯଦିହୋଇଥାନ୍ତା ତେବେ ଯେଉଁ ହାତ ଉଠିଛି ତାକୁ ମୁଁ ଭାଙ୍ଗି ଦେଇଥାନ୍ତି। ଉଲ୍ଲେଖନୀୟ ଯେ, ସ୍ବାତୀଙ୍କ ପୂର୍ବତନ ସ୍ବାମୀ ମଧ୍ୟ  ଆପ୍‌ର  ଜଣେ ପୂର୍ବତନ ନେତା। ସେ ହରିୟାନାରେ ଆପ୍‌ର ଅଧ୍ୟକ୍ଷ ରହିସାରିଛନ୍ତି।

ପ୍ରାୟ ୩୦ ଘଣ୍ଟା ଚୁପ୍ ରହିବା ପରେ ସୋମବାର ଆପ୍ ଆଦମୀ ପାର୍ଟି ସ୍ବୀକାର କରିଥିଲା ଯେ, ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କିଭଳି ଅଭଦ୍ରାମୀ କରାଯାଇଥିଲା। ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ନିରୁପମ ସାମ୍ବାଦିକ ସମ୍ମିଳନୀ କରି ମିଡିଆ ଆଗରେ ଏକଥା କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ପିଏ ବିଭବ କୁମାର ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷାଙ୍କ ସହ ର୍ଦୁବ୍ୟବହାର କରିଛନ୍ତି। ମୁଖ୍ୟମନ୍ତ୍ରୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେବେ ସ୍ପଷ୍ଟ ହୋଇନି ଯେ, ବିଭବ କୁମାରଙ୍କୁ କ’ଣ ଦଣ୍ଡ ଦିଆଗଲା ? ବିଜେପି ମଧ୍ୟ  ଏହି ପ୍ରସଙ୍ଗକୁ ନେଇ ଆକ୍ରାମକ ହୋଇଛି। ଦିଲ୍ଲୀର ଅଧିକାଂଶ ନେତା ସୋସିଆଲ ମିଡିଆ ସାହାରାରେ କେଜ୍ରିଓ୍ବାଲଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.