ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଭବଙ୍କ ବିରୋଧରେ ଅଭିଯୋଗ ନକରି ଥାନାରୁ କାହିଁକି ଫେରିଗଲେ ସ୍ବାତୀ ମାଲିଓ୍ବାଲ, ଏବେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୨୬।୫:  ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପିଏ ବିଭବକୁମାରଙ୍କ ଉପରେ ତାଙ୍କୁ ମାରପିଟ୍ କରିଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ୧୩ ମଇର ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କ ଉପରେ ଆକ୍ରମଣ ପରେ ସେ ସିଭିଲ ଲାଇନ୍‌ ଥାନାରେ ପହଁଞ୍ଚିଥିଲେ, କିନ୍ତୁ କୌଣସି ଲିଖିତ ଅଭିଯୋଗ ନକରି ସେଠାରୁ ସେ ଫେରି ଆସିଥିଲେ। ଏହାର କିଛି ଦିନ ପରେ ପୋଲିସ ତାଙ୍କ ଘରକୁ ଯିବାପରେ  ସେ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ।

ଏହା ଭିତରେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ସ୍ବାତୀ ୧୩ ମଇରେ ଲିଖିତ ଅଭିଯୋଗ ନଦେଇ କୁଆଡେ ଯାଇଥିଲେ। ଏବେ ସେ ନିଜେ ଏହାର ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ସେ ଥାନାକୁ ଯାଇଥିଲେ, ତାଙ୍କୁ ଅନେକ ଗୁଡିଏ ଫୋନ୍ କଲ ଆସିଥିଲା। ଏହାଫଳରେ ସେ ଏତେ ଭୟଭୀତ ହୋଇଯାଇଥିଲେ ସେ ଦିନ ଫେରି ଆସିଥିଲେ।

ସେ ଏକ ମିଡିଆ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ଯେତେବେଳେ ମୁଁ ପୋଲିସ ଷ୍ଟେସନ୍ ଯାଇଥିଲି ମୋତେ ବହୁ ମିଡିଆ ଲୋକଙ୍କର କଲ୍ ଆସିଥିଳା। ଯେତେବେଳେ ମୋତେ ଏତେ ସବୁ ଗଣମାଧ୍ୟମ ପ୍ରତିନିଧିଙ୍କ କଲ୍ ଆସିଥିଲା, ମୁଁ ଭୟଭୀତ ହୋଇଥିଲେ। ମୋତେ ଲାଗୁଛି, ଯଦି ମୁଁ ଏବେ ଅଭିଯୋଗ କରିବି ତେବେ ବହୁତ ମିଡିଆକର୍ମୀ ଆସିଯିବେ। ମୁଁ ଏହାକୁ ନେଇ କୌଣସି ରାଜନୈତିକ ପ୍ରସଙ୍ଗ କରିନଥିଲି ଓ ଦ୍ବିତୀୟ କଥା ହେଉଛି ମୋତେ ଖୁବ୍ କଷ୍ଟ ବି ହେଉଥିଲା। ସେଥିପାଇଁ ମୁଁ ସେଠାରୁ ଉଠି ଘରକୁ ଚାଲି ଆସିଥିଲି।ଅନ୍ୟପକ୍ଷେ ବିଭବ କୁମାର ଏକ କୋର୍ଟରେ ଜାମିନ୍ ଆବେଦନ କରିଥିଲେ। କୋର୍ଟ ଏ ବିଷୟରେ ଦିଲ୍ଲୀ ପୋଲିସକୁ ଜବାବ୍ ମାଗିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.