ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ନ୍ୟାୟର ହତ୍ୟା ହୋଇଛି’, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଫାଶୀ ଉପରେ ୪୫ ବର୍ଷ ପରେ ସୁପ୍ରିମକୋର୍ଟରେ ବିତର୍କ

ଇସଲାମାବାଦ,୨୯।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଫାଶୀକୁ ନେଇ ବିବାଦ। ୪୫ ବର୍ଷ ପରେ ତାଙ୍କର ଫାଶୀ ସଜାକୁ ନେଇ ଏବେ ଚାଲିଛି ବିତର୍କ। ଦୀର୍ଘ ବର୍ଷ ପରେ ଭୁଟ୍ଟୋଙ୍କ ଫାଶୀ ନିଷ୍ପତ୍ତିକୁ  ଭୁଲ ବୋଲି କୁହାଯାଉଛି ଓ ଏବେ ଏହି ମାମଲାରେ ଆବେଦନ ଦାଖଲ କରାଯିବା ପରେ ୯ ବିଚାରପତିଙ୍କ ସମ୍ବିଧାନିକ ଖଣ୍ଡପୀଠ ମଧ୍ୟରେ ବିବାଦ ଚାଲିଛି। ଦାବି କରାଯାଉଛି ଯେ, ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଜୀବନକୁ ଫେରାଇ ଆଣି ହେବନି, କିନ୍ତୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାର ନିଷ୍ପତ୍ତିର ସମୀକ୍ଷା ହେଉଛି। ସୁପ୍ରିମକୋର୍ଟ ସଙ୍କେତ ଦେଇଛନ୍ତି ସୋମବାର ପର୍ଯ୍ୟନ୍ତ ଏହି ମାମଲାରେ ଚର୍ଚ୍ଚା ଶେଷ ହୋଇପାରେ। ଏହା ଭିତରେ ବୁଧବାର ଶୁଣାଣି ବେଳେ କୋର୍ଟରେ ଆମିକସ୍‌ କ୍ୟୁରି ଅର୍ଥାତ ନ୍ୟାୟ ମିତ୍ର ଭାବରେ ହାଜର ହୋଇଥିଲେ ପୂର୍ବତନ ବିଚାରପତି ମଞ୍ଜୁର ମଲ୍ଲିକ। ଏହାକୁ ନ୍ୟାୟର ହତ୍ୟା ବୋଲି ସେ କହିଛନ୍ତି। 

ସେ କହିଛନ୍ତି, ଏହା ଟ୍ରାଏଲ ଅଫ୍ ମର୍ଡର ନୁହେଁ ମର୍ଡର ଅଫ୍ ଟ୍ରାଏଲ ଥିଲା। ସେ କୋର୍ଟଙ୍କୁ ଆବେଦନ କରିଛନ୍ତି ଏଭଳି ଐତିହାସିକ ଭୁଲକୁ ସୁଧାରି ନିଅନ୍ତୁ। ମାମଲାର ଶୁଣାଣି ମୁଖ୍ୟ ବିଚାରପତି ଫୈଜ ଇସାଙ୍କ ନେତୃତ୍ବାଧିୀନରେ ୯ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ କରୁଛନ୍ତି।ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କୁ ଲାହୋର ହାଇକୋର୍ଟ ୧୮ ମାର୍ଚ୍ଚ, ୧୯୭୯ ରେ ଫାଶୀ ଦଣ୍ଡ ପ୍ରଦାନ କରିଥିଲେ। ତାଙ୍କୁ ପିପିପି ସଂସ୍ଥାପକ ସଦସ୍ୟଙ୍କ ଭିତରୁ ଜଣେ ଅହମ୍ମଦ ରାଜା କସୁରୀଙ୍କ ହତ୍ୟା ନିର୍ଦେଶ ଦେବା ଉପରେ ଏହି ସଜା ଦେଇଥିଲେ। ଏହି ରାୟ ପରେ ସୁପ୍ରିମକୋର୍ଟ ମଧ୍ୟ ୪-୩ ବହୁମତରେ ବଜାୟ ରଖିଥିଲେ ଓ ଜିୟା ଉଲ୍ ହକ୍‌ଙ୍କ ଶାସନକାଳରେ ତାଙ୍କୁ ୪ ଅପ୍ରେଲ ୧୯୭୯ ରେ ଫାଶୀ ଦିଆଯାଇଥିଲା। 

ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ପାକିସ୍ତାନରେ ବହୁତ ଅଧିକ ରହିଛି। ବିଶେଷ ଭାବରେ ତାଙ୍କ ଦଳ ପିପିପି ସମର୍ଥକ ତାଙ୍କ ଭିତରେ ରହିଛନ୍ତି। ୨୦୦୮ ରୁ ୨୦୨୩ ବେଳେ ପାକିସ୍ତାନରେ ଯେତେବେଳେ ପିପିସି ଶାସନ ଥିଲା ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଭୁଟ୍ଟୋଙ୍କୁ ମିଳିଥିବା ଫାଶୀ ଦଣ୍ଡ ଉପରେ ସମୀକ୍ଷା ନେଇ ଆବେଦନ କରିଥିଲେ। ଉଲ୍ଲେଖନୀୟ ଯେ, ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ରାଷ୍ଟ୍ରପତି ଅଛନ୍ତି ଓ ସେ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଜ୍ବାଇଁ। ଭୁଟ୍ଟୋଙ୍କ ନାତି ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ଜୁଲଫିକରଙ୍କ ଭଳି ତାଙ୍କ ଝିଅ ବେନୋଜିର ଭୁଟ୍ଟୋଙ୍କୁ ମଧ୍ୟ ସର୍ବ ସମ୍ମୁଖରେ ହତ୍ୟା କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.