ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସ୍ୱାମୀ ମୃତ୍ୟୁକୁ ୧୫ବର୍ଷ ବିତିଲା, ବିଧବା ଭତ୍ତାରୁ ମହିଳା ବଞ୍ଚିତ

ଫିରିଙ୍ଗିଆ,୯l୭(ଆପ୍ର) : ସ୍ବାମୀ ମୃତ୍ୟୁକୁ ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ବିଧବା ଭତ୍ତା ମିଳୁନି। ପଞ୍ଚାୟତ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି ତଥାପି ମିଳୁନି ଭତ୍ତା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାହିରାଜୁ ପଞ୍ଚାୟତରୁ ଏପରି ଘଟଣା ଦେଖିବାକୁ ମିଳିଛି। 

ସାଡ଼ିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ସାଉଲପଡ଼ା ଗ୍ରାମର ନାରୁମତି କହଁର (୪୯) । ଆଜକୁ ପ୍ରାୟ ୧୫ବର୍ଷ ତଳେ ନାରୁମତିଙ୍କ ସ୍ୱାମୀ ଇସ୍ପତି କହଁର ଚାରି ସନ୍ତାନଙ୍କୁ ନାରୁମତିଙ୍କ ଦାୟିତ୍ୱରେ ଛାଡି ଆରପାରିକୁ ଚାଲିଗଲା । ସ୍ୱାମୀଙ୍କ ମୃତ୍ୟୁ ପରେ ନାରୁମତିଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଗଲା ।ସେ ନିଜେ କେମିତି ବଞ୍ଚିବେ ଓ ଚାରି ସନ୍ତାନଙ୍କୁ କେମିତି ପାଳିବେ ସେ ଚିନ୍ତାରେ ଘାଣ୍ଟି ହୋଇଗଲେ । ସରକାର ବିଧବା ମାନଙ୍କୁ ବିଧବା ଭତ୍ତା ଦେଉଥିବା ଜାଣି ୧୫ବର୍ଷ ହେଲାଣି ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡୁଛନ୍ତି । ହେଲେ ଆଜିଯାଏ ସେ ବିଧବା ଭତ୍ତା ଖଣ୍ଡିକ ପାଇପାରିଲେନାହିଁ । ଚଳାଚଳରେ ଅସୁବିଧା ହେବାରୁ ଏବେ ସେ ଚାରି ଛୁଆଙ୍କ ସହିତ ପାହିରାଜୂ ପଞ୍ଚାୟତ ଅଧୀନରେ ଥିବା ଗୋବରନଳା ଗ୍ରାମରେ ଥିବା ନିଜ ଭାଇ ଘରେ ଯାଇ ଆଶ୍ରୟ ନେଇଛନ୍ତି । ପ୍ରଶାସନ ଉକ୍ତ ମହିଳାଙ୍କୁ ଯଥାଶୀଘ୍ର ବିଧବା ଭତ୍ତା ଯୋଗେଇ ଦେବାକୁ ସାଧାରଣରେ ଦାବୀ ହେଉଛି ।ଏ ବିଷୟରେ ଫିରିଙ୍ଗିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନ ରଞ୍ଜନ ସେଠୀଙ୍କୁ ପଚାରିବାରୁ ସେ ନାରୁମତିଙ୍କ ବିଧବା ଭତ୍ତା ପାଇଁ ଅନ ଲାଇନ କରି ଦିଆହୋଇଛି । ତାଙ୍କର କାଗଜପତ୍ର ସମ୍ପୂର୍ଣ୍ଣ ହେଲେ ଭତ୍ତା ମିଳିଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.