ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୟଙ୍କ ଯାଦବଙ୍କ ସହ କଣ୍ଟ୍ରାକ୍ଟ ସାଇନ୍‌ କରିବ କି ବିସିସିଆଇ ? ଏଭଳି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର

Image Courtesy: abplive

ନୂଆଦିଲ୍ଲୀ: ୨୧ ବର୍ଷୀୟ ମୟଙ୍କ ଯାଦବ ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍‌ ପାଇଁ ଖେଳୁଛନ୍ତି । ଲଗାତାର ଦୁଇଟି ମ୍ୟାଚ୍‌ରେ ପ୍ଲେୟାର ଅଫ ଦି ମ୍ୟାଚ୍‌ ହେବା ସହ ସେ ନିଜର ଦ୍ରୁତ ବୋଲିଂ ପାଇଁ ସମସ୍ତଙ୍କୁ ଇମ୍ପ୍ରେସ୍‌ କରିପାରିଛନ୍ତି । ଗତ ଦୁଇଟି ମ୍ୟାଚ୍‌ରେ ସେ ୧୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବୋଲିଂ କରିଛନ୍ତି । ଏହାକୁ ନେଇ ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ଇୟାନ ବିଶପ ବିସିସିଆଇକୁ ମୟଙ୍କ ଯାଦବଙ୍କ ଲାଗି ଏକ ପରାମର୍ଶ ଦେଇଛନ୍ତି ।

 ମୟଙ୍କ ଯାଦବଙ୍କୁ ଯଥାଶୀଘ୍ର ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ଦେବାକୁ ବିସିସିଆଇକୁ ପରାମର୍ଶ ଦେଇଛନ୍ତି ଇୟାନ୍‌ ବିଶପ । ସେ ଟ୍ବିଟ କରି ଲେଖିଛନ୍ତି, ‘ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ଲାଗି ଆପଣଙ୍କୁ ଏହାଠୁ ଅଧିକ କିଛି ଦେଖାଇବାର ଆବଶ୍ୟକତା ନାହିଁ ।’ ଏହା ପୂର୍ବରୁ ଦ୍ରୁତ ବୋଲିଂ ଲାଗି ବିସିସିଆଇର କଣ୍ଟ୍ରାକ୍ଟ ଲାଗି ବିଶପ ପ୍ରଶଂସା କରିଥିଲେ । ବିସିସିଆଇ ପକ୍ଷରୁ ୨୦୨୩-୨୪ ଲାଗି ବଛା ବଛା ଦ୍ରୁତ ବୋଲରଙ୍କ ଲାଗି ସ୍ବତନ୍ତ୍ର କଣ୍ଟ୍ରାକ୍ଟ ଲାଗି ଘୋଷଣା ହୋଇଥିଲା ।




 ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟରେ ସାମିଲ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଥିବା ଖେଳାଳିଙ୍କ ଭଳି ସୁବିଧା ମିଳିବ । ସେମାନଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମିରେ ପ୍ରଶିକ୍ଷଣ ମିଳିପାରିବ । ସେମାନଙ୍କ ବୀମା ମଧ୍ୟ ବିସିସିଆଇ କରିବ ।  ଏବେ ସୁଦ୍ଧା ଏହି ତାଲିକାରେ ଆକାଶଦୀପ, ବିଜୟକୁମାର ବ୍ୟାସକ, ଓମରାନ ମଲିକ, ୟଶ ଦୟାଲ ଏବଂ ବିଦ୍ବାଥ କାବେରପ୍ପା ସାମିଲ ଅଛନ୍ତି । ଆଉ ଏବେ ମୟଙ୍କ ଯାଦବଙ୍କୁ ଫାଷ୍ଟ ବୋଲିଂ କଣ୍ଟ୍ରାକ୍ଟ ତାଲିକାରେ ସାମିଲ କରଯାଇପାରେ ବୋଲି ଚର୍ଚ୍ଚା ହେଉଛି । 

 ଚଳିତ ଆଇପିଏଲରେ ଡେବ୍ୟୁ କରିଥିବା ମୟଙ୍କ ପଞ୍ଜାବ କିଙ୍ଗସ୍‌ ବିପକ୍ଷରେ ସର୍ବାଧିକ ୧୫୫ କିମି ପ୍ରତି ଘଣ୍ଟା ବେଗରେ ବୋଲିଂ କରିଥିଲେ । ଦ୍ବିତୀୟ ମ୍ୟାଚ୍‌ରେ ଆରସିବି ବିପକ୍ଷରେ ଆଇପିଏଲ ଇତିହାସର ଚତୁର୍ଥ ସର୍ବାଧିକ ୧୫୬.୭ କିମି ପ୍ରତି ଘଣ୍ଟାରେ ବୋଲିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.