ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ୱିମ୍ବଲଡନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌: ରାଡୁକାନୁଙ୍କ ଅଭିଯାନ ଶେଷ, କ୍ୱାର୍ଟରରେ ଅଲ୍‌କାରାଜ, ସିନର, ପାଓଲିନ

ଲଣ୍ଡନ,୦୮/୦୬: ଚଳିତ  ୱିମ୍ବଲଡନର ସପ୍ତମ ଦିବସରେ ଡିଫେଣ୍ଡିଂ ଚାମ୍ପିଅନ କାର୍ଲୋସ ଅଲ୍‌କାରାଜ ଓ  ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନ୍‌ ଜାନିକ  ସିନରଙ୍କ ଆଧିପତ୍ୟ ଜାରି ରହିଛି ।  ଉଭୟ ବିଜୟ ଜାରି ରଖି କ୍ୱାର୍ଟର  ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।  ସେହିପରି ମହିଳା ସିଙ୍ଗଲ୍ସରେ ସପ୍ତମ  ସିଡ୍‌ ଜସ୍ମିନ ପାଓଲିନ ସଂଘର୍ଷପୂର୍ଣ୍ଣ ବିଜୟ  ସହ କ୍ୱାର୍ଟରରେ ସ୍ଥାନ ପକ୍କା କରିଛନ୍ତି ।  ମାତ୍ର ବ୍ରିଟେନ୍‌ର ଆଶା ଏମା ରାଡୁକାନୁ  ନିରାଶ କରିଛନ୍ତି ।  

ମହିଳା ସିଙ୍ଗଲ୍ସ: ପାଓଲିନ ଓ  ଦ୍ୱାଦଶ ସିଡ୍‌ ମାଡିସନ କିଜ୍‌ଙ୍କ ମଧ୍ୟରେ  ଆଜି ଅନୁଷ୍ଠିତ ଚତୁର୍ଥ ରାଉଣ୍ଡ ମୁକାବିଲା  ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ ସେଟ୍‌ରେ  ପାଓଲିନ୍‌ ବିଜୟୀ ହୋଇଥିବାବେଳେ  କିଜ ଦ୍ୱିତୀୟ ସେଟ୍‌କୁ ଟାଇବ୍ରେକରରେ  ଜିତିଥିଲେ । ତୃତୀୟ ସେଟ୍‌ ୫-୫ରେ  ପହଞ୍ଚିଥିବାବେଳେ କିଜ ଆହତ ହୋଇ  ଓହରି ଯାଇଥିଲେ । ପାଓଲିନ ୬-୩,  ୬-୭(୬-୮), ୫-୫ ସେଟ୍‌ରେ  ବିଜୟୀ ହୋଇଥିଲେ । ଏହି ମ୍ୟାଚ୍‌  ଜିତିବା ପାଇଁ ପାଓଲିନ୍‌ଙ୍କୁ ୨ଘଣ୍ଟା  ୨୩ ମିନିଟ୍‌ ଲାଗିଥିଲା । ରାଡୁକାନୁଙ୍କ  ନ୍ୟୁଜିଲାଣ୍ଡର ଲୁଲୁ ସୁନ୍‌ ୬-୨, ୫-୭,  ୬-୨ ସେଟ୍‌ରେ ହରାଇ ବିପର୍ଯ୍ୟୟ  ସୃଷ୍ଟି କରିଥିଲେ । ଏହି ମ୍ୟାଚ୍‌ ଜିତିବା  ପାଇଁ ସୁନଙ୍କୁ ୩ଘଣ୍ଟା ଲାଗିଥିଲା । ଡୋନା  ଭେକିକ ମଧ୍ୟ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ  କରିଥିଲେ । ସେ ୬-୨, ୧-୬, ୬-୪  ସେଟ୍‌ରେ ସ୍ପେନ୍‌ର ପାଓଲା ବଡ଼ୋଶାଙ୍କୁ  ପରାସ୍ତ କରିଥିଲେ ।  ପୂର୍ବରୁ ଅନୁଷ୍ଠିତ ତୃତୀୟ ରାଉଣ୍ଡ  ମୁକାବିଲାରେ ଚତୁର୍ଥ ସିଡ୍‌ ଏଲିନା  ରିବାକିନା ୬-୦, ୬-୧  ସେଟ୍‌ରେ କାରୋଲିନ୍‌ ଓଜନିଆକିଙ୍କୁ ହରାଇଥିଲେ।   ଏହି ମ୍ୟାଚ ଜିତିବା  ପାଇଁ ରିବାକିନାଙ୍କୁ ମାତ୍ର  ୫୭ମିନିଟ୍‌ ଲାଗିଥିଲା । ସେହିପରି  ୧୧ତମ ସିଡ୍‌ ଡାନିଏଲା କଲିନ୍ସ ୬-୪,  ୬-୪ ସେଟ୍‌ରେ ୨୦ତମ ସିଡ୍‌  ବିଟ୍ରିଜ ହାଦାଦ ମାୟାଙ୍କୁ  ହରାଇଥିଲେ ।  

ପୁରୁଷ ସିଙ୍ଗଲ୍ସ: ଟପ୍‌ ସିଡ୍‌ ସିନର  ସିଧାସଳଖ ୬-୨, ୬-୪, ୭-୬(୧୧- ୯) ସେଟ୍‌ରେ ଆମେରିକାର ବେନ  ସେଲଟନଙ୍କୁ ହରାଇଥିଲେ । ଫର୍ମରେ  ଥିବା ସିନର ମ୍ୟାଚ୍‌ ଆରମ୍ଭରୁ ପ୍ରଭାବ  ବିସ୍ତାର କରି ଖେଳି ପ୍ରଥମ  ୨ଟି ସେଟ୍‌ ଅକ୍ତିଆର  କରିଥିଲେ । ତୃତୀୟ  ସେଟ୍‌ରେ ସେଲଟନ  ଜୋରଦାର ଲଢେଇ କରି ଟାଇବ୍ରେକର  ପର୍ଯ୍ୟନ୍ତ ଟାଣିଥିଲେ । ମାତ୍ର ସିନରଙ୍କ  ଶୃଙ୍ଖଳିତ ଖେଳ ଆଗରେ  ସେ ଫେଲ ମାରିଥିଲେ ।  ସେହିପରି ତୃତୀୟ ସିଡ୍‌  ଅଲ୍‌କାରାଜ ଚତୁର୍ଥ  ରାଉଣ୍ଡ୍‌ରେ ୧୬ତମ  ସିଡ୍‌ ଫ୍ରାନ୍ସର ୟୁଗୋ  ହମ୍ବର୍ଟଙ୍କୁ ଭେଟିଥିଲେ ।  ହମ୍ବର୍ଟ ଲଢୁଆ ଖେଳ ପ୍ରଦର୍ଶନ  କରିଥିଲେ ହେଁ ଅଲ୍‌କାରାଜଙ୍କ  ଚତୁର ରଣନୀତି ଆଗରେ ଫେଲ  ମାରିଥିଲେ । ୩ଘଣ୍ଟାର ଲଢେଇ  ପରେ ଅଲ୍‌କାରାଜ ୬-୩,  ୬-୪, ୧-୬, ୭-୫ ସେଟ୍‌ରେ  ବିଜୟ ହାସଲ କରିଥିଲେ ।  ଡାନିଲ୍‌ ମେଡଭେଡେଭ  ଚତୁର୍ଥ ରାଉଣ୍ଡ୍‌ରେ ଗିଗୋର ଦିମିତ୍ରୋଭଙ୍କୁ ଭେଟିଥିଲେ ।  ମେଡଭେଡେଭ ୫-୩ରେ ପ୍ରଥମ  ସେଟ୍‌ ଆଗୁଆ ରହିଥିଲେ । ସର୍ଭିସ  ବେଳେ ଦିମିତ୍ରୋଭ ଆହତ ହୋଇଥିଲେ  ଓ ମେଡଭେଡେଭଙ୍କ କ୍ୱାର୍ଟର ନିଶ୍ଚିତ  ହୋଇଥିଲା ।  ପୂର୍ବଦିନ ଅନୁଷ୍ଠିତ ତୃତୀୟ ରାଉଣ୍ଡ  ମୁକାବିଲାରେ ଦ୍ୱିତୀୟ ସିଡ୍‌ ନୋଭାକ  ଜୋକୋଭିକ୍‌ ୪ସେଟ୍‌ରେ ବିଜୟ ହାସଲ  କରିଥିଲେ । 

ଆଲେକଜାଣ୍ଡର ପପିରିନଙ୍କ  ବିପକ୍ଷରେ ଜୋକୋଭିକ୍‌ ୪-୬,  ୬-୩, ୬-୪, ୭-୬(୭-୩)  ସେଟ୍‌ରେ ବିଜୟ ହାସଲ  କରିଥିଲେ । ଏହି ମ୍ୟାଚ  ଜିତିବା ପାଇଁ ଜୋକୋଭିକଙ୍କ  ୩ଘଣ୍ଟା ୫ମିନିଟ୍‌ ଲାଗିଥିଲା ।  ସେହିପରି ୧୫ତମ ସିଡ୍‌ ହୋଲଗର  ରୁନେ ୧-୬, ୬-୭(୪-୭), ୬-୪,  ୭-୬(୭-୪), ୬-୧ ସେଟ୍‌ରେ କ୍ୱଣ୍ଟିନ  ହେଲିସଙ୍କୁ ପରାସ୍ତ କରିଥିଲେ । ୧୩ତମ  ସିଡ୍‌ ଟେଲର ଫ୍ରିଜ ୭-୬(୭-୩),  ୬-୩, ୭-୫ ସେଟ୍‌ରେ ଆଲିଜାନ୍ଦ୍ରୋ  ତାବିଲୋଙ୍କୁ ହରାଇ ଚତୁର୍ଥ ରାଉଣ୍ଡ୍‌ରେ  ପ୍ରବେଶ କରିଥିଲେ । ଫ୍ରିଜଙ୍କୁ ଏହି  ମ୍ୟାଚ ଜିତିବା ପାଇଁ ୧ଘଣ୍ଟା ୫୪ମିନିଟ୍‌  ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.