ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ମାସେ ୨୧ ଦିନରେ ୨ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲାଣି ଇଡି, କ’ଣ କହୁଛି ଆଇନ୍ ?

ନୂଆଦିଲ୍ଲୀ, ୨୧/୦୩: ହେମନ୍ତ ସୋରେନଙ୍କ ପରେ ଅରବିନ୍ଦ କେଜ୍ରିୱାଲ୍ । ମାତ୍ର ୭ ସପ୍ତାହ ଗୋଟିଏ ଦିନ ବ୍ୟବଧ୍ୟାନରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି । ଗୋଟିଏ ପଟେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଗିରଫଦାରୀ ରାଜନୈତିକ ପାରାକୁ ଆହୁରି ଉଷ୍ମ କରିଛି । କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ନୀତି ମାମଲାରେ ଇଡି ଗିରଫ କରିଥିବା ବେଳେ ଆପ୍ କହିଛି, ଜେଲରୁ ଚାଲିବ ସରକାର ।

ଜମି ମାମଲାରେ ଗିରଫ ହୋଇଥିଲେ ହେମନ୍ତ ସୋରେନ୍

୨୦୨୪ ଜାନୁଆରୀ ୩୧ । ଦିନ ଗୋଟାଏ ସମୟରେ ତତ୍କାଳୀନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ଇଡି ରେଡ୍ କରିଥିଲା । ୭ ଘଣ୍ଟାରେ ପଚରାଉଚରା ପରେ ହେମନ୍ତଙ୍କୁ ରାଜଭବନ ନେଇଥିଲା ଇଡି । ସେଠାରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଇଡି ଗିରଫ କରିଥିବା ଦର୍ଶାଇଥିଲା । ଜମି କିଣାବିକା ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ ସୋରେନ୍ ।

ମଦ ନୀତି ମାମଲାରେ କେଜ୍ରିୱାଲ୍ ଗିରଫ

ଝାଡ଼ଖଣ୍ଡ ଭଳି ଦିଲ୍ଲୀରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୯ଥର ସମନ ଜାରି କରିଥିବା ବେଳେ ସେ ହାଜର ହୋଇ ନଥିଲେ । ଇଡିର ସମନକୁ ନେଇ ହାଇକୋର୍ଟ ଯାଇଥିଲେ ଅରବିନ୍ଦ କେଜ୍ରିୱାଲ୍ । ତେବେ ହାଇକୋର୍ଟ ଗିରଫଦାରୀ ଉପରେ ରୋକ୍ ଲଗାଇ ନଥିଲେ । ୨୦୨୪ ଫେବ୍ରୁଆରୀ ୨୧ ସନ୍ଧ୍ୟାରେ କେଜ୍ରିୱାଲଙ୍କ ବାସଭବନରେ ଇଡି ରେଡ୍ କରିବା ସହ ୨ ଘଣ୍ଟା ଧରି ଜେରା କରିଥିଲା । ଜେରା ପରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି ।

କ’ଣ କହୁଛି ଆଇନ୍ ?

ତେବେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ନେଇ ଆଇନ୍ ରହିଛି । ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁସାରେ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପଦରେ ଥିବା ବେଳେ ଗିରଫ କିମ୍ବା ଅଟକ ରଖାଯାଇ ପାରିବ ନାହିଁ । ଏପରିକି କୌଣସି ଅଦାଲତ ମଧ୍ୟ ବିରୋଧରେ ନିର୍ଦ୍ଦେଶନାମା ଜାରି କରି ପାରିବେ ନାହିଁ । ପଦରୁ ହଟିବା ପରେ ଗିରଫ କରାଯାଇ ପାରିବ ।

ଆଇନ୍ ଅନୁସାରେ- ଦେଶର ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ସାଂସଦ, ବିଧାନସଭା ଓ ବିଧାନ ପରିଷଦ ସଦସ୍ୟଙ୍କୁ ସିଭିଲ୍ ମାମଲାରେ ଗିରଫ କିମ୍ବା ଅଟକ ରଖା ଯାଇ ପାରିବ ନାହିଁ । ତେବେ ଅପରାଧିକ ମାମଲାରେ ପୋଲିସ ହେପାଜତକୁ ନେଇ ପାରିବ । ମୁଖ୍ୟମନ୍ତ୍ରୀଙ୍କୁ ଗିରଫ ଲାଗି ବାଚସ୍ପତିଙ୍କ ଅନୁମତି ଆବଶ୍ୟକ । ଏଥିସହ ବିଧାନସଭା ଅଧିବେଶନର ୪୦ ଦିନ ପୂର୍ବରୁ ଏବଂ ୪୦ ଦିନ ପରେ କୌଣସି ସଦସ୍ୟଙ୍କୁ ଗିରଫ କରି ପାରିବ ନାହିଁ କିମ୍ବା ଅଟକ ରଖି ପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.