ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମାଲକାନଗିରି, ୨୮।୪ : ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଟା ଗ୍ରାମ ନିକଟ ଜଙ୍ଗଲରୁ  ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ନାମ ରିଙ୍କୁ ମଣ୍ଡଳ ଓ ତାଙ୍କ ଗ୍ରାମ ଏମଭି ୩୫ ବୋଲି ଜଣା ପଡିଛି ।

 ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୩୫ ଗ୍ରାମର ବିପ୍ଲବ ମଣ୍ଡଳ ଏବଂ ତାଙ୍କ ସ୍ତ୍ରୀ ରିଙ୍କୁ ମଣ୍ଡଳ ଗତକାଲି ନିଜ ଗ୍ରାମରୁ ମାଲକାନଗିରି ସଦରକୁ କୌଣସି ଏକ କାର୍ଯ୍ୟରେ ଆସିଥିଲେ । ତେବେ ସେଠାରେ ସେମାନେ ନିଜ କାର୍ଯ୍ୟ ସାରିବା ପରେ ରିଙ୍କୁ ତାଙ୍କ ମା’ଙ୍କୁ ଫୋନ କରି କହିଥିଲେ କି ସେ ନିଜ ନଣନ୍ଦଙ୍କ ଘରକୁ ଯାଉଛନ୍ତି । ଏହାପରେ ରିଙ୍କୁଙ୍କ ପକ୍ଷରୁ ଆଉ କୌଣସି ଫୋନ ଆସି ନଥିବା ବେଳେ ହଠାତ ଆଜି ମାଲକାନଗିରି ଥାନା ପୋଲିସ ପକ୍ଷରୁ ରିଙ୍କୁଙ୍କ ମାଙ୍କୁ ଫୋନ କରି ଅବଗତ କରଯାଇଥିଲା କି ତାଙ୍କ ଝିଅର ମୃତ ଦେହ ସିଙ୍ଗରାଜକୋଣ୍ଟା ଗ୍ରାମ ନିକଟରେ ଉଦ୍ଧାର ହୋଇଛି ସେମାନେ ଯଥା ଶୀଘ୍ର ଆସନ୍ତୁ । 

ଏହି ଖବର ପାଇଁ ରିଙ୍କୁଙ୍କ ମା ଓ ମାମୁ ସେଠାରେ ପହଞ୍ଚିବା ପରେ ରିଙ୍କୁର ରକ୍ତ ଜୁଡୁବୁଡୁ ମୃତ ଦେହ ଦେଖିବାକୁ ପାଇଥିଲେ । ଏନେଇ ମୃତ ରିଙ୍କୁର ମାମୁ ସଞ୍ଜୟ ବିଶ୍ବାସ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି । ଏ ସମ୍ପର୍କରେ  ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ମାଲକାନଗିରି ଆଦର୍ଶ ଥାନା ଆଇ ଆଇ ସି ରିଗାନ କିଣ୍ଡୋ । ତେବେ ଘଟଣା ସ୍ଥଳର ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଏକ ହତ୍ୟା କାଣ୍ଡ ହୋଇଥାଇ ପରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.