ଚନ୍ଦାହାଣ୍ଡି ,୨୯।୮ : ନବରଙ୍ଗପୁର ଜିଲ୍ଲା ଉପାନ୍ତ ଚନ୍ଦାହାଣ୍ଡି ବ୍ଲକରେ ଦିନକୁ ଦିନ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ।ଚନ୍ଦାହାଣ୍ଡି ବ୍ଲକ ଫଟିକି ପଞ୍ଚାୟତ ଅଧିନସ୍ଥ ଲୋଧୁଆପଡା ଗ୍ରାମର ସଖ୍ୟାଧିକ ମହିଳା ଏକ ଶୋଭାଯାତ୍ରାରେ ଲୋଧୁଆପଡା ଠାରୁ ଦେଓବନ୍ଧ ଗ୍ରାମ ପରିକ୍ରମା କରିଥିଲେ। ହାତରେ ପ୍ଲା କାର୍ଡ ଧରି ଦେଓବନ୍ଧ ସ୍ଥିତ ଲାଇସେନ୍ସ ପ୍ରାପ୍ତ ଭାଟିରେ ପହଞ୍ଚି ଲୋଧୁଆପଡା ଗ୍ରାମରେ କୋଚିଆ ଜରିଆରେ ମଦ ବିକ୍ରି ବନ୍ଦ କରାଯାଉ ବୋଲି କହିଥିଲେ।
ଲୋଧୁଆପଡା ଗ୍ରାମ ଏକ ପଛୁଆ ବର୍ଗ ବହୁଳ ଗ୍ରାମ ହୋଇ ଥିବା ବେଳେ ଏହି ଗ୍ରାମର ପ୍ରାୟ ନବେ ପ୍ରତିଶତ ଲୋକ କୁଲି ମଜୁରୀ ଓ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ତେବେ ଏଠାରେ କିଛି ବ୍ୟକ୍ତି ଚୋରା ମଦ ବିକ୍ରି କରିବା ଦିନ ଠାରୁ ସମସ୍ତ ଙ୍କ ଜୀବନ ଜୀବିକା ଏକ ପ୍ରକାର ଉଜୁଡି ଯାଇଛି । ମଦ ବିକ୍ରି ବନ୍ଦ କରିବାକୁ ମହିଳାମାନେ ଦାବି କରିଥିଲେ।
ଏହି ଶୋଭାଯାତ୍ରାରେ ଚନ୍ଦ୍ରିକା ଦେଇ, ଚନ୍ଦ୍ରପ୍ରଭା ମନହିରା, ଭାରତି ଦାସ, ହିରାମଣୀ ଦେଇ, ଉଷା ଦେଇ, ଟିକେମଣି ଦେଇ, ଶୁଆମଣି ଦେଇ, ହସ୍ତୁନି ବାଘ ଲଖ୍ମୀ ବାଘ, ଗୁନତି ଦେଇ, ପାର୍ବତୀ ଦେଇ, ନର୍ମଦା ଦେଇ, ବିଲାସ ଦେଇ, ମଞ୍ଜଳା ଦେଇ, କୁନି ଦେଇଙ୍କ ସମେତ ଲୋଧୁଆପଡା ଗ୍ରାମର ଶତାଧିକ ମହିଳା ଉପସ୍ଥିତ ଥିଲେ।