ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟେଦିୟୁରପ୍ପାଙ୍କ ନାଁରେ ପୋକ୍ସୋ ମାମଲା ରୁଜୁ କରାଇ ଥିବା ମହିଳାଙ୍କର ମୃତ୍ୟୁ

ବେଙ୍ଗାଲୁରୁ – କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ୍‌ ୟେଦିୟୁରପ୍ପାଙ୍କ ବିରୋଧରେ ପୋକ୍ସୋ ମାମଲା ରୁଜୁ କରାଇ ଥିବା ମହିଳାଙ୍କର ମୃତ୍ୟୁ। ସେ ନିଜର ନାବାଳିକା ଝିଅକୁ ଯୌନ ନିର୍ଯାତନା ଦେଇଥିବା ନେଇ ୟେଦିୟୁରପ୍ପାଙ୍କ ନାଁରେ ମାମଲା ରୁଜୁ କରାଇ ଥିଲେ। ଏବେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ମହିଳାଙ୍କର ରବିବାର (୨୬ ମେ)ରେ ବେଙ୍ଗାଲୁରୁର ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ମୃତ୍ୟୁ ହୋଇଛି। ପୁଲିସ ବିଭାଗର ସୂତ୍ରାନୁସାରେ , ୫୩ ବର୍ଷିୟା ମହିଳାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ୨୬ ମେ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। 

ସୂତ୍ରାନୁସାରେ , ଚିକିତ୍ସା ବେଳେ ହସ୍ପିଟାଲରେ ମହିଳାଙ୍କର ମୃତ୍ୟୁ ହୋଇଛି । ପୁଲିସ ବିଭାଗର ସୂତ୍ରରୁ ପ୍ରକାଶ ଯେ, ହସ୍ପିଟାଲ ମୁତାବିକ ମହିଳା ଫୁସଫୁସ କ୍ୟାନସରରେ ପୀଡ଼ିତ ଥିଲେ । ମହିଳାଙ୍କ ସହ ତାଙ୍କର ଝିଅ ମଧ୍ୟ ହସ୍ପିଟାଲ ଯାଇଥିଲେ , ଯିଏ ପୋକ୍ସୋ ମାମଲାରେ ପୀଡ଼ିତା ଅଛନ୍ତି।ମହିଳା ଜଣଙ୍କ ମାର୍ଚ୍ଚ ୧୪ରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପାଙ୍କ ନାଁରେ ପ୍ରୋଟେକ୍ସନ ଅଫ୍‌ ଚିଲଡ୍ରେନ୍‌ ଫ୍ରମ୍ ସେକ୍ସୁଅଲ ଅଫେନ୍ସ (ପୋକ୍ସୋ) ଆକ୍ଟ ଅନୁସାରେ ମାମଲା ରୁଜୁ କରାଇ ଥିଲେ। ଅଭିଯୋଗ କି ୟେଦିୟୁରପ୍ପା (୮୧) ୨ ଫେବ୍ରୁଆରୀରେ ଏକ ବୈଠକ ବେଳେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। 

ସଦାଶିବନଗର ପୁଲିସ ଅନୁସାରେ, ବିଜେପି ନେତା ୟେଦିୟୁରପ୍ପାଙ୍କ ବିରୋଧରେ ପୋକ୍ସୋ ଆଇନ୍‌ର ଧାରା-୮ ଓ ଭାରତୀୟ ଦଣ୍ଡ ସଂହିତାର ଧାରା -୩୫୪ ଏ (ଯୌନ ଉତ୍ପୀଡ଼ନ) ଅନୁସାରେ ଏକ ମାମଲା ରୁଜୁ କରାଇ ଥିଲେ। ପୁଲିସ ସୂତ୍ରରୁ ପ୍ରକାଶ କି ନାବାଳିକାଙ୍କର ମାଆ ପୂର୍ବରୁ ଅନେକ ଲୋକଙ୍କ ବିରୋଧରେ ୫୦ରୁ ଅଧିକ ଅଭିଯୋଗ ରୁଜୁ କରାଇ ଥିଲେ। 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.