ଭୁବନେଶ୍ୱର, ୧୯।୮: ବାଂଲାଦେଶରୁ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ତତ୍ପରତା । ଫସିଥିବା ସମସ୍ତ ଶ୍ରମିକଙ୍କୁ ୧୫ରୁ ୨୦ ଦିନରେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି । ଏନେଇ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଅନ୍ୟପଟେ କେତେ ଜଣ ଶ୍ରମିକ ବାଂଲାଦେଶ ଯାଇଛନ୍ତି ଏନେଇ ତାଲିକା ପ୍ରସ୍ତୁତ ଚାଲିଛି । ଶ୍ରମ ଅଧିକାରୀ ନିଜ ଜିଲ୍ଲାର ତାଲିକା ପଠାଇବା ପରେ କାର୍ଯ୍ୟପନ୍ଥା ହେବ । ପ୍ରଥମେ ସରକାରୀ ହିସାବରେ ଯାଇଥିବା ଶ୍ରମିକଙ୍କ ବ୍ୟବସ୍ଥା କରାଯିବ । ଏହା ପରେ ବେସରକାରୀ ଭାବେ ଯାଇଥିବା ଶ୍ରମିକଙ୍କୁ ଆଣିବାକୁ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି ।