ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦ୍‌ଯାପିତ: ଶ୍ରୀକୃଷ୍ଣ ହସ୍ତେ କଂସ ବଧ, ମୋକ୍ଷ ପ୍ରାପ୍ତି ପାଇଁ ଶ୍ରୀକ୍ଷେତ୍ର ଗଲେ ମହାରାଜା

ମଥୁରାନଗରୀ,୨୬/୦୧: ବରଗଡ଼ ପ୍ରସିଦ୍ଧ  ଧନୁଯାତ୍ରାରେ ଶେଷ ପର୍ବ କଂସ ବଧ ଅଭିନୀତ ହୋଇଥିଲା । ଅସୁର ନିପାତ ପାଇଁ ଅବତାର ନେଇ କୃଷ୍ଣ ରୂପରେ ମର୍ତ୍ତ୍ୟକୁ ଓହ୍ଲାଇଥିବା ସୃଷ୍ଟିପାଳକ ବିଷ୍ଣୁଙ୍କ ହାତରେ ମୋକ୍ଷ ଲାଭ କରି କଂସ ଶେଷରେ ନିଜର ହୃଦୟର ଭାବ ପରିପ୍ରକାଶ କରି ମୋକ୍ଷପ୍ରାପ୍ତିର କାମନା କରି ଭଗବାନଙ୍କୁ ‘ଅନେକ ବାର ମୋତେ ମାରି-ମୋକ୍ଷ ନ ଦେଲେ ନରହରି, ଏବେ ମାରିବେ ଯେବେ ହସ୍ତେ-ସୌଭାଗ୍ୟ ଲଭିବି  ଅନ୍ତେ’ ବୋଲି ଉଚ୍ଚାରଣ ସହ ପ୍ରାଣ ହାରିବା  ପରେ ଆସୁରିକ ଶକ୍ତିର ଅବସାନ ହୋଇଛି । 

ମଥୁରା ଭ୍ରମଣ ପରେ ଅପରାହ୍ଣରେ  ଗୋପାଳମାନଙ୍କ ସହ ମାମୁ କଂସଙ୍କର  ରାଜଦରବାରରେ ପହଞ୍ଚିଥିଲେ କୃଷ୍ଣବଳରାମ ।  ବେନିଭାଇ ଦରବାର ଦିଗରେ ଅଗ୍ରସର ହେଉଥିବା  ବେଳେ ଗୋଟିଏ ପରେ ଗୋଟିଏ କଂସାସୁରର  ସୈନ୍ୟସାମନ୍ତ ପଥରୋଧ କରି ପରାଜିତ  ହୋଇଥିଲେ । ସମସ୍ତ ଅସୁରବଳ ଧ୍ୱଂସ ପାଇବା  ଜାଣି ମଧ୍ୟ ଦର୍ପ ଛାଡ଼ି ନଥିଲେ କଂସ । ଅଟ୍ଟହାସ୍ୟ  କରି ନିଜର ସମସ୍ତ ବଳକୁ ଏକତ୍ରିତ କରି  ସମ୍ମୁଖଯୁଦ୍ଧ ପାଇଁ କୃଷ୍ଣଙ୍କୁ ଆହ୍ୱାନ ଦେଇଥିଲେ । ଯାହାକୁ ଶ୍ରୀକୃଷ୍ଣ ବଳରାମ ଗ୍ରହଣ କରି ଆଗକୁ  ବଢି଼ଥିବା ଦୃଶ୍ୟ ଉତ୍ସାହ ଉତ୍କଣ୍ଠା ବଢ଼ାଇ ଦେଇଥିଲା । ମାମୁ ଶେଷରେ ଭଣଜାଙ୍କ ମୁହଁରେ ବିଷ୍ଣୁଙ୍କ  ପ୍ରତିବିମ୍ବ ଦେଖିଥିଲେ । 

ଜଗତର ନାଥଙ୍କର ଏଭଳି  ଅପୂର୍ବ ଶୋଭାକାନ୍ତିରେ ବିମୋହିତ ହୋଇ ମୋକ୍ଷ  ପ୍ରାପ୍ତି ଆଶାରେ ହାତଯୋଡ଼ି ଶ୍ରୀକୃଷ୍ଣ ଓ ବଳରାମଙ୍କ  ସହିତ ଯୁଦ୍ଧ କରି ଧରାଶାୟୀ ହୋଇଥିଲେ । ପରେ  ରାମ ବଳରାମ କାଳ ବିଳମ୍ବ ନକରି ମାମୁଙ୍କର ଶରୀର ଉପରେ ଚଢ଼ି ହତ୍ୟା କରିଥିଲେ । କଂସ ମୃତ୍ୟୁରେ ଆନନ୍ଦିତ ମଥୁରାବାସୀ ହୁଳହୁଳି,  କରତାଳି ସହିତ କୃଷ୍ଣ ବଳରାମଙ୍କୁ ସ୍ୱାଗତ କରି ଖୁସି ପ୍ରକାଶ କରିଥିଲେ । କୃଷ୍ଣ ବଳରାମ ଉଗ୍ରସେନଙ୍କୁ ପୁଣି ମଥୁରା ସିଂହାସନାରୂଢ଼ କରାଇ ଧର୍ମର ବିଜୟବାନା ଉଡ଼ାଇଥିଲେ। ମହାରାଜା  ଉପଗ୍ରସେନଙ୍କ ସହିତ ରାମକୃଷ୍ଣ ବେନିଭ୍ରାତା ମଥୁରା କାରାଗାରକୁ ଯାଇ ଦୀର୍ଘକାଳ ଧରି ବନ୍ଦୀ  ଥିବା ମାତା ଦେବକୀ ଓ ପିତା ବସୁଦେବଙ୍କୁ  ମୁକୁଳାଇବା ପରେ ମଥୁରାରେ ବିଜୟ ଉତ୍ସବ ସ୍ୱରୂପ ‘ପୁଷ୍‌ପୁନି' ସଜବାଜ ଆରମ୍ଭ ହୋଇଥିଲା । 

ପରମ୍ପରାନୁଯାୟୀ, ଅନ୍ତିମ ଦିବସରେ  ଧନୁଯାତ୍ରାର କାର୍ଯ୍ୟକାରୀ ସଭାପତି ତଥା  ମଥୁରାନଗରୀ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ  ସହାଇ ମୀନା ରାଜଅତିଥି ଭାବେ ଯୋଗଦେଇ  ମହାରାଜା କଂସଙ୍କ ଆତିଥ୍ୟ ସ୍ୱୀକାର କରିବା ସହିତ  ଦରବାରରେ ସମ୍ପାଦିତ ହୋଇଥିବା ବିଭିନ୍ନ ପୁରସ୍କାର  ବିତରଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ । ଧନୁଯାତ୍ରା କମିଟି ସମ୍ପାଦକ  ସୁରେଶ୍ୱର ଶତପଥୀ ସମଗ୍ର କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିଲେ । ଏ ଅବସରରେ  ଧନୁଯାତ୍ରା ସ୍ମରଣିକା ‘ଧନୁଷ୍ପ୍ରଭା’ ମଞ୍ଚରେ  ମହାରାଜା କଂସଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । 

ଅନ୍ୟପକ୍ଷରେ ଅଭିନୟ ହୋଇଥିଲେ ବି ଦୀର୍ଘ  ୧୧ ଦିନ ଧରି ଜଗତର ପାଳନକର୍ତ୍ତା, ସୃଷ୍ଟିକର୍ତ୍ତାଙ୍କ  ଉଦ୍ଦେଶ୍ୟରେ ଅଶ୍ରାବ୍ୟ ଭାଷା ଓ ଅପଶବ୍ଦ ପ୍ରୟୋଗ  କରି ଗୁରୁଦ୍ରୋହୀ, ପ୍ରଭୁବିରୋଧୀ ହୋଇଥିବା  କଂସ ସାଧାରଣ ମାନବକୁ ଓହ୍ଲାଇ ଆସିବା ପରେ  ମୋକ୍ଷପ୍ରାପ୍ତି ଆବଶ୍ୟକତା ଅନୁଭବ କରିଛନ୍ତି । ଅର୍ଜିତ  କୁକର୍ମର ପ୍ରାୟଶ୍ଚିତ୍ତ ପାଇଁ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି ।  ଆଜି ମହୋଦଧିରେ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ଅର୍ଜିତ ପାପରୁ ମୋକ୍ଷଲାଭ କରିବା  କାର୍ଯ୍ୟକ୍ରମ ରହିଛି । ସେହିକ୍ରମରେ କଂସଙ୍କ ଅନ୍ୟାନ୍ୟ  ପାଟମନ୍ତ୍ରୀଗଣ ପାପ ମୋଚନ ପାଇଁ ନୃସିଂହନାଥ  ପୀଠ ଉଦ୍ଦେଶ୍ୟରେ ଗମନ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.