ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ, ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ନୂଆଦିଲ୍ଲୀ ୦୭/୦୬: ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁନ୍‌ ୭ ତାରିଖରେ ପାଳିତ ହୁଏ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ । ଖାଦ୍ୟପେୟରୁ ସୃଷ୍ଟ ରୋଗଗୁଡ଼ିକର ପ୍ରତିରୋଧ ସହ ମଧ୍ୟ ଖାଦ୍ୟ ନିରାପତ୍ତାର ସମ୍ପର୍କ ରହିଛି । ଅନ୍ୟଥା ଖାଦ୍ୟରେ ଥିବା ନିର୍ଦ୍ଦିଷ୍ଟ ରୋଗ ବାହକ ଓ ବିଷାକ୍ତ ପଦାର୍ଥ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦର କାରଣ ହୋଇପାରନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଖାଦ୍ୟପେୟରୁ ଉତ୍ପନ୍ନ ରୋଗ ଯୋଗୁ ପ୍ରତି ବର୍ଷ ପ୍ରାୟ ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ଏହି ଦିବସର ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ଖାଦ୍ୟ ନିରାପତ୍ତା: ଅପ୍ରତ୍ୟାଶିତ ପାଇଁ ପ୍ରସ୍ତୁତ ରୁହ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.