ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱର ଦୁର୍ଦ୍ଦାନ୍ତ ସିରିଏଲ କିଲର ରବର୍ଟ ପିକ୍ଟନକୁ ହତ୍ୟା, ୪୯ ମହିଳାଙ୍କୁ ହତ୍ୟା କରି ଆଜୀବନ ସଜା କାଟୁଥିଲା

ଓଟାୱା,୦୨/୦୬: ବିଶ୍ୱର ଅନ୍ୟତମ ସବୁଠୁ ଦୁର୍ଦ୍ଦାନ୍ତ ସିରିଏଲ କିଲର ରବର୍ଟ ପିକ୍ଟନ (୭୪)କୁ ହତ୍ୟା କରାଯାଇଛି । ସେ କାନାଡ଼ା ଜେଲରେ ଆଜୀବନ ସଜା କାଟୁଥିଲା । ଜେଲ ପ୍ରଶାସନ ମୁତାବକ, ମେ ୧୯ରେ ରବର୍ଟ ପିକ୍ଟନ ଉପରେ ଘାତକ ଆକ୍ରମଣ ହୋଇଥିଲା । ଏହାପରେ ତାକୁ କ୍ୟୁବେକସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ରାତିରେ ତା’ର ମୃତ୍ୟୁ ଘଟିଛି ।

ପିକ୍ଟନ ୯୦ ଦଶକରେ ୪୯ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଏହି ମାମଲାରେ ତାକୁ ଗିରଫ କରାଯାଇଥିଲା । ତେବେ ସେ ମାତ୍ର ୬ ମହିଳାଙ୍କ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲା । ଅଭିଯୋଗ ରହିଥିଲା ଯେ ପିକ୍ଟନ ଯୌନକର୍ମୀଙ୍କୁ ହତ୍ୟା କରି ସେମାନଙ୍କର ବିଭିନ୍ନ ଅଙ୍ଗକୁ କାଟି ତା’ର ଫାର୍ମରେ ଘୁଷୁରିମାନଙ୍କୁ ଖାଇବାକୁ ଦେଉଥିଲା । ପିକ୍ଟନ କାନାଡାର ବ୍ରିଟିଶ କଲମ୍ବିଆସ୍ଥିତ ଭାଙ୍କୋଭର ଜେଲରେ ଆଜୀବନ କାରାଦଣ୍ଡ କାଟୁଥିଲା ।

ପୁଲିସ ମୁତାବକ ପିକ୍ଟନ୍‌ ଉପରେ ଆକ୍ରମଣ କରିଥିବା ଜଣେ ୫୧ ବର୍ଷୀୟ କଏଦୀକୁ ପୁଲିସ ହେପାଜତରେ ରଖାଯାଇଛି । ତେବେ ଆକ୍ରମଣକାରୀର ନାମକୁ ପୁଲିସ ଖୁଲାସା କରିନାହିଁ । କ’ଣ ପାଇଁ ସେ ଏଭଳି ଆକ୍ରମଣ କଲା, ତାହା ନେଇ ତଦନ୍ତ ଜାରି ରହିଛି । ପିକ୍ଟନ ଦ୍ୱାରା ବର୍ବରତାର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କ ଭଉଣୀ ସିନ୍ଥିଆ କାର୍ଡିନାଲ କୁହନ୍ତି, ଏହି ଖବର ଶୁଣି ମୁଁ ଅତ୍ୟନ୍ତ ଖୁସି । ଏବେ ମୁଁ ମୋ ଭଉଣୀର ମୃତ୍ୟୁ ଘଟଣାକୁ ଭୁଲି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବି ।

ପିକ୍ଟନ ୨୦୦୭ରେ ନିଶା ସେବନ କରୁଥିବା ଯୁବତୀ ଓ ଯୌନକର୍ମୀଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ନିଜ ଘୁଷୁରିମାନଙ୍କୁ ଖାଇବାକୁ ଦେଉଥିଲା । ପୁଲିସ ଜେରା ବେଳେ ସେ ଅତିକମ୍‌ରେ ୫୦ ମହିଳାଙ୍କୁ ହତ୍ୟା ପାଇଁ ଲକ୍ଷ୍ୟ ରଖିଥିବା ସ୍ୱୀକାର କରିଥିଲା । ଯୌନକର୍ମୀ, ନିଶା ସେବନ କରୁଥିବା ଏବଂ ଘରୁ ପଳାଇ ଆସିଥିବା ମହିଳାଙ୍କୁ ସେ ଟାର୍ଗେଟ୍‌ ବନାଉଥିଲା । କିନ୍ତୁ ପୁଲିସ ତା ବାବଦରେ ଟେର୍‌ ପାଉ ନ ଥିଲା । ବ୍ୟାପକ ତଦନ୍ତ ପରେ ୨୦୦୨ରେ ତାକୁ ଗିରଫ କରାଯାଇଥିଲା । ପୁଲିସ ମୁତାବକ ପିକ୍ଟନ ପ୍ରଥମେ ଯୌନକର୍ମୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଏବଂ ପରେ ସେମାନଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରୁଥିଲା । ୧୯୯୫ରେ ସେ ପ୍ରଥମ ହତ୍ୟା କରିଥିଲା । ୨୦୦୧ ପର୍ଯ୍ୟନ୍ତ ସେ ୪୯ ମହିଳାଙ୍କୁ ହତ୍ୟା କରିଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.