ପ୍ରମୂଖ ଖବର
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଆଜି ବିଶ୍ୱ ପାଳୁଛି ଜଳ ଦିବସ, ଜାଣନ୍ତୁ କ’ଣ ରହିଛି ଏଥର ଥିମ୍‌

ଭୁବନେଶ୍ୱର ୨୨/୦୩: ଜୀବଜଗତ ପାଇଁ ଜଳର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବଞ୍ଚିବା ପାଇଁ ସମସ୍ତ ଜୀବ ପାଣି ଉପରେ ନିର୍ଭର କରନ୍ତି । ତେଣୁ ସ୍ୱଚ୍ଛ ପାନୀୟ ଜଳର ମହତ୍ୱ ଏବଂ ଏହାର ନିରନ୍ତର ଯୋଗାଣ ଉପରେ ସଚେତନତାର ପ୍ରସାର ଲାଗି ପ୍ରତି ବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳନ କରାଯାଏ ବିଶ୍ୱ ଜଳ ଦିବସ । ଏ ଅବସରରେ ବିଶ୍ୱର ଜଳ ସମସ୍ୟା ଉପରେ ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରାଯାଏ । 

ପର୍ଯ୍ୟାପ୍ତ ଓ ନିର୍ଭରଯୋଗ୍ୟ ଜଳ ଯୋଗାଣ ବିନା ପୃଥିବୀରେ ଜୀବନ ଅସମ୍ଭବ । ବିଶ୍ୱ ଜନସଂଖ୍ୟା ବୃଦ୍ଧି ପାଇଥିବାବେଳେ ଉପଲବ୍ଧ ପ୍ରାକୃତିକ ଉତ୍ସଗୁଡ଼ିକର ମାତ୍ରାଧିକ ବ୍ୟବହାର ଯୋଗୁ ବିଶ୍ୱବାସୀ ଏବେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶ୍ୱର ଅନେକ ସ୍ଥାନରେ ଲୋକେ ସ୍ୱଚ୍ଛ ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି । ତେଣୁ ଜଳ ସଂରକ୍ଷଣ ଉପରେ ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ।’ ଜଳ ସଂରକ୍ଷଣର ଗୁରୁତ୍ୱକୁ ବିଶ୍ୱ ସମୁଦାୟକୁ ବୁଝାଇବା ପାଇଁ ୧୯୯୩ ମସିହାରେ ଜାତିସଂଘ ସାଧାରଣ ସଭାରେ ଏହି ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.