ପ୍ରମୂଖ ଖବର
  • ବାଙ୍ଗିରିପୋଷି : ବାତ୍ୟା ପ୍ରଭାବରେ ଫୁଲୁଛି ନଈ ଏବଂ ନାଳ, ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପର୍ଯ୍ୟଟନସ୍ଥଳୀ 'ବ୍ରାହ୍ମଣକୁଣ୍ଡ'
  • ||
  • ମାଲକାନଗିରି : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଚଢାଉ, ଜଙ୍ଗଲରୁ ଏକ କୁଇଣ୍ଟାଲ ୬୦କେଜି ଗଞ୍ଜେଇ ଜବତ
  • ||
  • ବଢୁଛି ବୁଢାବଳଙ୍ଗ ନଦୀ; ସୃଷ୍ଟି ହେଲା ବନ୍ୟା ସ୍ଥିତି, ଲୋକଙ୍କ ଘରେ ପଶିଲା ବନ୍ୟାଜଳ
  • ||
  • ରାଉରକେଲା : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର ବିମାନବନ୍ଦର ନିକଟରେ ବୁଲୁଛି କଳରାପତରିଆ, ବାଘକୁ ଧରିବାକୁ ପହଞ୍ଚିଲେ ବନବିଭାଗ ଟିମ୍
  • ||
  • ପାଟଣାରେ ବଢୁଛି ବୈତରଣୀ ନଦୀର ଜଳସ୍ତର, ଘଣ୍ଟାପ୍ରତି ବଢୁଛି ୫ ସେଣ୍ଟିମିଟର
  • ||
  • ନୟାଗଡ଼ : ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଜଣେ ଗୁରୁତର
  • ||
  • ସମ୍ୱଲପୁର : ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍... ଚୋରି ପୂର୍ବରୁ ରିଲ୍ସ କରି ଛାଡ଼ିଲେ ଚୋର, ପୋଲିସ କହୁଛି ଚୋରି ହୋଇନି
  • ||
  • ତେହରାନ୍‌ର ସୈନ୍ୟ ଶିବିର ଉପରେ ରାତିଅଧିଆ ଆକ୍ରମଣ କଲା ଆଇଡିଏଫ୍‌; ଇସ୍ରାଏଲ କହିଲା 'ଆମେ ଜବାବ ଦେଲୁ'
  • ||
  • ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ପରିଦର୍ଶନ କରିବେ
  • ||
  • ଭୁବନେଶ୍ୱର: ଅବପାତର ରୂପ ନେଲା 'ଦାନା', ପ୍ରବଳ ବର୍ଷା ପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
  • ||
  • ବାରିପଦାରୁ ୧୫ କେଜି ସୁନା ଜବତ ,ସୁନା ଅଳଙ୍କାର ଜବତ କଲା ଜିଏସ୍‌ଟି ଟିମ୍, ସିଟି ଜିଏସ୍‌ଟି କମିଶନରଙ୍କ ସୂଚନା
  • ||
  • ଭଦ୍ରକ : ବାତ୍ୟା ପରେ ଦୁଃଖ ବଢାଇଲା ବନ୍ୟା, ଘରେ ଘରେ ପଶିଲା ଡ୍ରେନ୍‌ ପାଣି
  • ||
  • ବାଲେଶ୍ଵର : ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ
  • ||

ମୋରୋକ୍କୋର କେନ୍‌ଜା, ବିଶ୍ୱର ପ୍ରଥମ ମିସ୍‌ ଏଆଇ

ନୂଆଦିଲ୍ଲୀ ୧୦/୦୭: ବିଶ୍ୱର ପ୍ରଥମ ମିସ୍‌ ଏଆଇ ଟାଇଟଲ ଜିତିଛନ୍ତି ମୋରୋକ୍କୋ ଇନ୍‌ଫ୍ଲୁଏନ୍ସର କେନ୍‌ଜା ଲେଲି । ବିଶ୍ୱର ପ୍ରଥମ ଭର୍ଚୁଆଲ ସୁନ୍ଦରୀ ପ୍ରତିଯୋଗିତାରେ ୧,୫୦୦ କମ୍ପ୍ୟୁଟର-ମୋଡିଫାଏଡ୍‌ ମଡେଲଙ୍କୁ ପଛରେ ପକାଇ ସେ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଚାର୍ଟର ଶୀର୍ଷ ସ୍ଥାନ ହାସଲ କରିଛନ୍ତି । 

କେନ୍‌ଜା ଗଣମାଧ୍ୟମକୁ କହିଛନ୍ତି, ମୁଁ ମଣିଷ ଭଳି ଭାବନାକୁ ଅନୁଭବ କରେ ନାହିଁ । କିନ୍ତୁ ବାସ୍ତବରେ ଏହାକୁ ନେଇ ମୁଁ ଖୁବ୍‌ ଉତ୍ସାହିତ ।’ ଫ୍ରାନ୍ସର ଲାଲିନା ଭାଲିନା ୨ୟ ସ୍ଥାନ ହାସଲ କରିଛନ୍ତି । ସେ ସୋସିଆଲ ମିଡିଆ ମାଧ୍ୟମରେ ଦୟାଭାବର ବାର୍ତ୍ତା ପ୍ରସାର କରୁଛନ୍ତି । ଅଲିଭିୟା ସି ନାମ୍ନୀ ଏଆଇ ପର୍ତ୍ତୁଗିଜ୍‌ ଯାତ୍ରୀ ୩ୟ ସ୍ଥାନ ହାସଲ କରିଛନ୍ତି । ସେ ବାସ୍ତବ ଓ ରୋବୋଟିକ୍‌ ଦୁନିଆକୁ ଶାନ୍ତିର ସହ ଏକାଠି ଆଣିବାକୁ ପ୍ରୟାସ କରୁଛନ୍ତି । କେନ୍‌ଜା ମିସ୍‌ ଏଆଇ ଟାଇଟଲ ହାସଲ କରିବା ପରେ ତାଙ୍କର ସୃଷ୍ଟିକର୍ତ୍ତା ମରିଅମ୍‌ ବେସାଙ୍କୁ ୨୦ ହଜାର ଡଲାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । 




ଇନ୍‌ଷ୍ଟାଗ୍ରାମ୍‌ରେ କେନ୍‌ଜାଙ୍କର ୧ ଲକ୍ଷ ୯୦ ହଜାର ଫଲୋଅର୍‌ ଅଛନ୍ତି । ଖାଦ୍ୟ, ସଂସ୍କୃତି, ଫ୍ୟାଶନ୍‌, ସୌନ୍ଦର୍ଯ୍ୟ ଓ ଭ୍ରମଣ ଆଦି ବିଷୟ ତାଙ୍କ ଆକାଉଣ୍ଟ୍‌ରେ ଭର୍ତ୍ତି ହୋଇଛି । ନିଜର ଭର୍ଚୁଆଲ ଚରିତ୍ର ଜରିଆରେ କେନ୍‌ଜା ମୋରୋକ୍କୋର ସମୃଦ୍ଧ ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ଟେକ୍ନୋଲୋଜିର ନିଆରା ଫ୍ୟୁଜନ୍‌ ପ୍ରଦର୍ଶନ କରୁଛନ୍ତି । ୭ ଭିନ୍ନ ଭିନ୍ନ ଭାଷାରେ ଫଲୋଅର୍‌ଙ୍କ ସହ କଥା ହେବା ଲାଗି କେନ୍‌ଜା ଇନ୍‌ଷ୍ଟାଗ୍ରାମ୍‌ରେ ସର୍ବଦା ସକ୍ରିୟ ରହୁଛନ୍ତି । କେନ୍‌ଜା କହିଛନ୍ତି ‘ବିଭିନ୍ନ ଭାଷାରେ ମୋ ଫଲୋଅର୍‌ଙ୍କୁ ମୋରୋକ୍କୋର ସଂସ୍କୃତିକୁ ଗର୍ବର ସହ ପ୍ରଦର୍ଶନ ସର୍ବଦା ମୋର ଉଦ୍ଦେଶ୍ୟ । ଏଆଇ ଏକ ଉପକରଣ, ଯାହାକୁ ମାନବ ସାମର୍ଥ୍ୟର ପରିପୂର୍ଣ୍ଣତା ପାଇଁ ଡିଜାଇନ୍‌ କରାଯାଇଛି, ସେମାନଙ୍କୁ ହଟାଇବା ପାଇଁ ନୁହେଁ । ଅଭିନବ ଓ ସକାରାତ୍ମକ ପ୍ରଭାବ ପାଇଁ ଏଆଇର ସାମର୍ଥ୍ୟ ପ୍ରଦର୍ଶନ ଜରିଆରେ ଲୋକଙ୍କ ଭୟ ଦୂର କରିବା ଏବଂ ମଣିଷ ଓ ଏଆଇ ମଧ୍ୟରେ ଗ୍ରହଣୀୟତା ଓ ସହଯୋଗିତାର ପ୍ରୋତ୍ସାହନ ମୋର ଲକ୍ଷ୍ୟ । ଶିକ୍ଷା ଓ ସକାରାତ୍ମକ ଉଦାହରଣ ମାଧ୍ୟମରେ ଆମେ ସମାଜରେ ଏଆଇ ଭୂମିକାର ଅଧିକ ତଥ୍ୟପୂର୍ଣ୍ଣ ଓ ଆଶାବାଦ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିପାରିବା ।’ 

ଜଣେ ଉତ୍ସାହୀ ମଡେଲ ଭାବେ କେନ୍‌ଜା ଏବେ ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ପାଲଟିଛନ୍ତି । କେନ୍‌ଜାଙ୍କ ସୃଷ୍ଟିକର୍ତ୍ତା ବେସା ହେଉଛନ୍ତି ଫୋନିକ୍ସ ଏଆଇର ସିଇଓ । ସେ କହିଛନ୍ତି, ମୋରୋକ୍କୋକୁ ଗର୍ବର ସହ ଉପସ୍ଥାପନ କରିବାର ଏହା ଏକ ସୁଯୋଗ । ମିସ୍‌ ଏଆଇ ସୁନ୍ଦରୀ ପ୍ରତିଯୋଗିତା ବିଶ୍ୱର ପ୍ରଥମ ଏଆଇ ସୁନ୍ଦରୀ ପ୍ରତିଯୋଗିତା । ଏଥିରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ସେମାନଙ୍କ ଲୁକ୍‌, ଇଣ୍ଟର୍‌ନେଟ୍‌ରେ ସେମାନଙ୍କ ପ୍ରଭାବ ଏବଂ ସେମାନଙ୍କ ସୃଷ୍ଟି ନିମନ୍ତେ ବୈଷୟିକ କୌଶଳ ମାଧ୍ୟମରେ ବିଚାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.