ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିଶ୍ୱର ସବୁଠୁ ଉଚ୍ଚା ଷଣ୍ଢ ‘ରୋମିଓ’, ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ୍‌ରେ ପାଇଛି ସ୍ଥାନ

ନୂଆଦିଲ୍ଲୀ ୨୭/୦୫: ଆମେରିକାର ରୋମିଓ ନାମକ ଏକ ଷଣ୍ଢ ହେଉଛି ବିଶ୍ୱର ସବୁଠୁ ଉଚ୍ଚା ଷଣ୍ଢ  । ସେଥିଲାଗି ତାକୁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ମିଳିଛି । ୬ ବର୍ଷ ବୟସର ହୋଲିଷ୍ଟିନ୍‌ ପ୍ରଜାତିର ଏହି କଳା ରଙ୍ଗର ଷଣ୍ଢର ଉଚ୍ଚତା ୬ ଫୁଟ ୫ ଇଞ୍ଚ । ଓରେଗାନ୍‌ ସହରରେ ରହୁଥିବା ତାର ମାଲିକାଣୀ ମିଷ୍ଟି ମୋରଙ୍କ ଅନୁସାରେ, ମାତ୍ର ୧୦ ଦିନର ହୋଇଥିବା ରୋମିଓକୁ ସେ ଓ ତାଙ୍କର ସ୍ୱାମୀ ଏକ କଂସେଇଖାନାରୁ ଉଦ୍ଧାର କରିଥିଲେ । ପରବର୍ତ୍ତୀ ସମୟରେ ତାକୁ ନିଜ ପାଖରେ ରଖି ପାଳିବାକୁ ନିଷ୍ପତ୍ତି ନେଇଥିଲେ । ଉଚ୍ଚତା ଏତେ ଅଧିକ ହୋଇଥିଲେ ମଧ୍ୟ ରୋମିଓ ଅତି ଶାନ୍ତ ସ୍ୱଭାବର । ସେ କେବେହେଲେ ହିଂସ୍ର ବ୍ୟବହାର ପ୍ରଦର୍ଶନ କରେନାହିଁ । ପ୍ରତିଦିନ ସେ ପ୍ରାୟ ୪୫ କିଲୋର ନଡ଼ା ଓ ୧୫ କିଲୋର ଦାନା ଖାଇଥାଏ । କଦଳୀ ଓ ସେଓ ତାର ଅତିପ୍ରିୟ । 




୨୦୨୩ ମସିହାରେ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେକର୍ଡ ପକ୍ଷରୁ ରୋମିଓକୁ ବିଶ୍ୱର ସବୁଠୁ ଉଚ୍ଚା ଷଣ୍ଢ ମାନ୍ୟତା ମିଳିଥିଲା । ସେହି ସମୟରେ ଗିନିଜ୍‌ କର୍ତ୍ତୁପକ୍ଷ ତାର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ସେହି ଭିଡିଓରେ ମିଷ୍ଟି ତାକୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳୁଛି । ମିଷ୍ଟି ଷଣ୍ଢକୁ ଖୁଆଇବାକୁ ଏକ ଟ୍ରାକ୍ଟର ଉପରେ ଛିଡ଼ା ହୋଇଥିବାବେଳେ ତଥାପି ବି ରୋମିଓ ଡେଙ୍ଗା ଦିଶୁଛି । ଭିଡିଓର ଶେଷ ଆଡକୁ ମିଷ୍ଟି ତାକୁ ଗିନିଜ୍‌ କର୍ତ୍ତୁପକ୍ଷଙ୍କ ପକ୍ଷରୁ ମିଳିଥିବା ସାର୍ଟିଫିକେଟ୍‌କୁ ପ୍ରଦର୍ଶନ କରୁଛନ୍ତି । ଗତବର୍ଷ ଡିସେମ୍ବର ମାସରେ ରୋମିଓକୁ ଗିନିଜ୍‌ ରେକର୍ଡରେ ସ୍ଥାନିତ କରାଯାଇଥିଲା । ରୋମିଓ ପୂର୍ବରୁ ଗିନିଜ୍‌ ରେକର୍ଡ ଟମି ନାମକ ଏକ ଷଣ୍ଢ ନାମରେ ଥିଲା । ରୋମିଓ ତା’ଠାରୁ ୩ ସେମି ଅଧିକ ଉଚ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.