ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଲୋକସଭାରେ ଭାଷଣ ପରେ ରାହୁଲ ଗାନ୍ଧୀଙ୍କ ପରିପକ୍ୱତା ଉପରେ ପ୍ରଶ୍ନ କଲେ ଯୋଗୀ ଆଦିତ୍ୟନାଥ, କହିଲେ ...

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କର ‘ହିନ୍ଦୁ’ ଟିପ୍ପଣୀରେ ପ୍ରତିକ୍ରିୟା ଦେଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୋମବାର ( ୧ ଜୁଲାଇ)ରେ ଆଦିତ୍ୟନାଥ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅପରିପକ୍ୱ କହିଛନ୍ତି। ସେ କହିଛନ୍ତି, ଆମେ ଭାବିଥିଲୁ କି, ବିରୋଧୀ ନେତା ହେବା ପରେ ରାହୁଲ ଗାନ୍ଧୀ ପରିପକ୍ୱ ହୋଇଯିବେ। କିନ୍ତୁ ମୋତେ ଏହା କହିବାକୁ ଦୁଃଖ ଲାଗୁଛି କି କେବଳ ଅପରିପକ୍ୱ ମସ୍ତିଷ୍କର ବ୍ୟକ୍ତି ହିଁ ଏହିପରି ଟିପ୍ପଣୀ କରି ପାରିବେ। ହିନ୍ଦୁ ଭାରତର ମୂଳ ସମାଜ ଓ ଏହି ଦେଶର ଆତ୍ମା।

ଉଲ୍ଲେଖନୀୟ ଯେ, ରାହୁଲ ଗାନ୍ଧୀ ଲୋକସଭାରେ ନିଜର ବୟାନରେ କହିଥିଲେ କି , ଯେଉଁ ଲୋକ ନିଜକୁ ହିନ୍ଦୁ କହୁଛନ୍ତି , ସେ ଚବିଶ ଘଣ୍ଟା ହିଂସା ଓ ଘୃଣାରେ ଜଡିତ। ଏହାପରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସାଂସଦ ଖୁବ୍‌ ବିରୋଧ ପ୍ରଦର୍ଶନ କରିଛି। ରାହୁଲ କହିଥିଲେ, ସବୁ ଧର୍ମ ଓ ଆମ ସମସ୍ତ ମହାପୁରୁଷ ଅହିଂସା ଓ ନିର୍ଭୟତାର କଥା କହିଥାନ୍ତି , କିନ୍ତୁ ଯେଉଁ ଲୋକ ନିଜକୁ ହିନ୍ଦୁ କହୁଛନ୍ତି , ସେ କେବଳ ହିଂସା ,ଘୃଣା ଓ ମିଥ୍ୟା କଥା କହୁଛନ୍ତି ...ଆପଣ ହିନ୍ଦୁ ନା ନାହିଁ। ଏହି ମଧ୍ୟରେ କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁ ରାହୁଲଙ୍କୁ ଟାର୍ଗେଟ୍‌ କି କରିଛନ୍ତି।

ଓମ୍‌ ବିର୍ଲା , ରାହୁଲ ଗାନ୍ଧୀଙ୍କୁ କହିଥିଲେ କି ଲୋକସଭାର ଅନ୍ୟ ସଦସ୍ୟଙ୍କୁ ନୁହେଁ , ବରଂ ଆସନକୁ ସମ୍ୱୋଧିତ କରନ୍ତୁ। ରିଜିଜୁ କହିଥିଲେ କି ଗୃହରେ ତାଙ୍କର କହିବାର ତରିକାରେ ସରକାର ନିରାଶ। ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କାଲି ଲୋକସଭାରେ କହବେ। ଆମେ ରାହୁଲ ଗାନ୍ଧୀଙ୍କୁ ୨୦୦୪ରୁ ଦେଖିଛୁ। ସେତେବେଳେ ସ ମନ୍ତ୍ରୀ ଥିଲେ , କିନ୍ତୁ ତାଙ୍କୁ ଗୃହରେ କହିବାର ସୁଯୋଗ ମିଳିଲା। ଆଜି ସେ ବିରୋଧୀଙ୍କ ନେତା ହୋଇଛନ୍ତି ଏବଂ ଆମର ଆଶା ଥିଲା କି ସେ ପରିପକ୍ୱ ବ୍ୟବହାର କରିବେ। ହେଲେ ଆଜି ଗୃହରେ ଯେଉଁପରି ସେ କଥାବାର୍ତ୍ତା କଲେ, ଏଥିରେ ଆମେ ନିରାଶ। 

ଅନ୍ୟପଟେ ରାହୁଲଙ୍କ ଭାଷଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିଆ ହୋଇ ଥିଲେ ଏବଂ କହିଥିଲେ ହିନ୍ଦୁଙ୍କୁ ହିଂସା ପ୍ରବଣ କହିବାକୁ ତାଙ୍କର ଚେଷ୍ଟା ଏକ ଗୁରୁତର ମାମଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ସାଂସଦଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାହୁଲଙ୍କୁ ଟାର୍ଗେଟ୍‌ କରି ତାଙ୍କ ଉପରେ ନିଜର ଭାଷଣର ହିଂସା ଓ ଘୃଣା ପ୍ରସାର କରିବା ଅଭିଯୋଗ ଲଗେଇ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.