ବେତନଟୀ, ୧୯/୦୯ : ପୋଖରୀରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ। ବେତନଟୀ ତହସିଲ ଅଧୀନ ଦାରିହା ଗ୍ରାମରେ ଏଭଳି ଘଟଣା ଘଟିଛି। ଶୌଚ ହେବାକୁ ଯାଇଥିବା ବେଳେ ଜଣେ ୨୧ ବର୍ଷୀୟା ଯୁବତୀ ପୋଖରୀରେ ବୁଡ଼ି ଯାଇଛନ୍ତି।
ସୂଚନାନୁଯାୟୀ, ଗୁରୁବାର ଭୋର ସମୟରେ ବେତନଟୀ ତହସିଲ ଅଧୀନ ଦାରିହା ଗ୍ରାମର ଜଣେ ଯୁବତୀ ଶୌଚ ହେବାକୁ ଘର ନିକଟ ପୋଖରୀକୁ ଯାଇଥିଲେ। ଗୋଡ ଖସି ଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ। ଘର ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୈଶିଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।