ପ୍ରମୂଖ ଖବର

ବିଜୁ ବାବୁ କେଉଁ ସ୍ୱପ୍ନ ଦେଖିଥିଲେ... କେତେ ପୂରଣ କରିଛନ୍ତି, ଶ୍ୱେତ ପତ୍ର ଜାରି କରନ୍ତୁ ନବୀନ : ଯୁବ କଂଗ୍ରେସ

ଭୁବନେଶ୍ୱର, ୨୦/୦୩ : ଶ୍ୱେତ ପତ୍ର ଜାରି କରନ୍ତୁ ନବୀନ। ବିଜୁ ବାବୁ କେଉଁ ସ୍ୱପ୍ନ ସବୁ ଦେଖିଥିଲେ। କେତେ ପୂରଣ କରିଛନ୍ତି। ଆଉ କେତେ ବାକି ଅଛି। କାହିଁକି ଆଉ ଦଶ ବର୍ଷ ମାଗୁଛନ୍ତି। ତାହାର ଏକ ଶ୍ଵେତ ପତ୍ର ଜାରି କରନ୍ତୁ ବୋଲି ପ୍ରେସ୍‌ମିଟ୍‌ କରି କହିଛି ରାଜ୍ୟ ଯୁବ କଂଗ୍ରେସ। 

ଯୁବ କଂଗ୍ରେସ ମୁଖପାତ୍ର ସୁଦିପ ସାମଲ କହିଛନ୍ତି ଯେ, ଯୁବ କଂଗ୍ରେସ ଚୁପ ବସିବ ନାହିଁ। ବିଜେଡି ନେତା ପ୍ରଚାର ପାଇଁ ଯିବା ବେଳେ ଗତ ୧୦ ବର୍ଷରେ କଣ କରିଛନ୍ତି ପଚାରିବେ ଯୁବନେତା। ଉତ୍ତର ନଦେଲେ ଭୋଟ ମାଗିବା ବନ୍ଦ କରାଯିବ। ଏବେଠୁ ସାଧାରଣ ବୈଠକରେ ବି ବିଜେଡି ନେତାଙ୍କୁ ପ୍ରଶ୍ନ କରାଯିବ। ନିର୍ବାଚନୀ ବଣ୍ଡରେ ବିଜେଡି ପାଇଥିବା ଟଙ୍କା ବାବଦରେ ବି ପ୍ରଶ୍ନ ହେବ। ବେକାରୀ ପ୍ରସଙ୍ଗ ବି ପଚରାଯିବ। ନିଯୁକ୍ତି ନେଇ ଦେଇଥିବା ପ୍ରତିଶ୍ରୁତି ବାବଦରେ ଉଭୟ ବିଜେଡି ଓ ବିଜେପିଙ୍କୁ ଘେରାଯିବ।


  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.