ସୋର,୧୮।୩ : ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ଷ୍ଟେସନରେ ଜଣେ ଯୁବକ ଟ୍ରେନ ସମ୍ମୁଖରେ ରିଲସ କରୁଥିବା ବେଳେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସବିରା ଷ୍ଟେସନ ଠାରୁ ୨ ଶହ ଶହ ମିଟର ଦୂରରେ ଏଭଳି ଦୁଃଖଦ ଘଟଣା ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ଭଦ୍ରକ ବାରିସିଆ ଗ୍ରାମର ଅକ୍ଷୟ ପାତ୍ର(୩୦) ।
ନିକଟସ୍ଥ ଗ୍ରାମରେ ଯୁବକମାନଙ୍କର ଦ୍ବାରା ଆୟୋଜିତ ନାଟକରେ ଭାଗ ନେବାକୁ ଭଦ୍ରକ ବାରିସିଆ ଗ୍ରାମର ଅକ୍ଷୟ ପାତ୍ର(୩୦) ଗତ କିଛିଦିନ ହେଲା ସେହି ଗ୍ରାମରେ ରହୁଥିଲେ । ଅପରାହ୍ନରେ ଅକ୍ଷୟଙ୍କ ସହିତ ୪ରୁ ୫ ଯୁବକ ମିଶି ଏକ ରିଲ୍ସ ସୁଟିଂ ପାଇଁ ସବିରା ଷ୍ଟେସନକୁ ଆସିଥିଲେ । ସବିରା ଷ୍ଟେସନରୁ ୨ଶହ ମିଟର ଦୂରରେ ବାଲେଶ୍ଵର ଭଦ୍ରକ ଅପ ଲାଇନରେ ଅକ୍ଷୟ ଏକ ଚଳନ୍ତା ଟ୍ରେନ ସମ୍ମୁଖରେ ରିଲ୍ସ ସୁଟିଂ କରୁଥିଲା । ଏହି ସମୟରେ ପଛରୁ ଏକ ଦ୍ରୁତଗତିରେ ଆସୁଥିବାଏକ ଯାତ୍ରୀବାହୀ ଟ୍ରେନ ଅକ୍ଷୟକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅକ୍ଷୟ ମୃତ୍ୟୁ ଘଟିଥିଲା।
ଆହୁରି ପଢନ୍ତୁ : ତ୍ରିକୋଣୀୟ ପ୍ରେମରୁ ହତ୍ୟା ଘଟଣା : ଗିରଫ ହେଲେ ପିଙ୍କୁ ଓ ପ୍ରେମିକା ନିହାରିକା