ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଦୁର୍ଘଟଣା ପରେ ଟ୍ରକ ତଳେ ଚାପି ହୋଇ ଯୁବକ ମୃତ

କେନ୍ଦୁଝର ସଦର,୭/୭: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ୱର ଜାତୀୟ ରାଜପଥ ପଦ୍ମପୁର ମେଗା ନର୍ସରୀ ନିକଟରେ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଘର ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମରେ ।

କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ୱର ଜାତୀୟ ରାଜପଥ ପଦ୍ମପୁର ମେଗା ନର୍ସରୀ ନିକଟରେ ପଲସର  ଏବଂ ଲୁନା ମଧ୍ୟରେ ମୁହାମୁହିଁ ଧକ୍କା ପରେ  ପଲସର ଚାଳକ ଟ୍ରକ୍ ଚକ ତଳେ ପଡିଯାଇଥିଲେ।  ପଲସର  ଚାଳକଙ୍କ ମୁଣ୍ଡରେ ଟ୍ରକ୍ ମାଡ଼ି ଯିବାରୁ  ଘଟଣା ସ୍ଥଳରେ ତାଙ୍କର ମୃତ ହୋଇଛି। ମୃତ ଯୁବକର ଘର ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମର ବୋଲି ଜଣାପଡ଼ିଛି।  ଆହତମାନଙ୍କ ଘର କଣାପଶି ଗ୍ରାମର ବୋଲି ଜଣାପଡିଛି। ସଦର ପୁଲିସ୍ ଦୁର୍ଘଟଣା ସ୍ଥଳରେ ପହଁଚି ମୃତଦେହ ସହିତ ଗାଡ଼ି ଦୁଇଟିକୁ ଜବତ କରିଛି । ୩ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.