ନୂଆଦିଲ୍ଲୀ,୨୮/୦୯: ଲମ୍ବା ସମୟ ଧରି ଜୋମାଟୋର କାର୍ଯ୍ୟନିର୍ବାହୀ ରହିଆସିଥିବା ଆକୃତି ଚୋପ୍ରା ଇସ୍ତଫା ଦେଇଛନ୍ତି । ଏକ ଷ୍ଟକ୍ ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନି ପକ୍ଷରୁ ଏ ସୂଚନା ଦିଆଯାଇଛି । ୨୦୨୧ରେ ଜୋମାଟୋର ପ୍ରାଥମିକ ପବ୍ଲିକ୍ ଅଫର(ଆଇପିଓ) ପୂର୍ବରୁ ଆକୃତି ସହପ୍ରତିଷ୍ଠାତା ପଦବୀକୁ ଉନ୍ନୀତ ହୋଇଥିଲେ । ୨୦୧୧ରୁ ସେ କମ୍ପାନି ସହ ରହିଆସିଥିଲେ । ଉକ୍ତ ସମୟରେ ସେ ଫାଇନାନ୍ସ ଏବଂ ଅପରେଶନ୍ସ ବିଭାଗରେ ଜଣେ ବରିଷ୍ଠ ପ୍ରବନ୍ଧକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ ସେ ମୁଖ୍ୟ ବିତ୍ତ ଅଧିକାରୀ ହୋଇଥିଲେ । ଇସ୍ତଫା ଦେବା ପୂର୍ବରୁ ସେ କମ୍ପାନିର ଚିଫ୍ ପିପୁଲ ଅଫିସର ଥିଲେ ।
ଖୁବଶୀଘ୍ର ଜାମ୍ମୁକାଶ୍ମୀରରେ ହେବ ପଞ୍ଚାୟତ ଓ ପୌର ନିର...