ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେଭେନ୍ସାରେ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା, ସୋଆ ବିଶ୍ୱବିଦ୍ୟାଳୟର ବାଜିମାତ୍‌

କଟକ,୦୮/୦୨: ରେଭେନ୍ସା ବିଶ୍ୱବିଦ୍ୟାଳୟରେ  ଦ୍ୱିତୀୟ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ  ଆଜି କବାଡ଼ି, କ୍ରିକେଟ୍‌, ଭଲିବଲ୍‌, ଫୁଟବଲ ଏବଂ  ଖୋଖୋ ଖେଳ ଅନୁଷ୍ଠିତ ହୋଇଯାଇଛି । କବାଡ଼ି  ପୁରୁଷ ବର୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ  ଏସ୍‌ଜେଏସ୍‌ ବିଶ୍ୱବିଦ୍ୟାଳୟ ଖେଳିଥିବା ବେଳେ  ଏସ୍‌ଜେଏସ୍‌ ୨୭ ପଏଣ୍ଟରେ ବିଜୟୀ ହୋଇଛି ।  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମଧ୍ୟରୁ ସମ୍ବଲପୁର ୧୬ ପଏଣ୍ଟରେ  ଏବଂ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ସହିତ  କିଟ୍‌ ବିଶ୍ୱବିଦ୍ୟାଳୟ ମଧ୍ୟରୁ କିଟ୍‌ ୧୪ ପଏଣ୍ଟରେ  ବିଜୟୀ ହୋଇଛି । ସେହିପରି ଶିକ୍ଷା ଓ ଅନୁସନ୍ଧାନ  ବିଶ୍ୱବିଦ୍ୟାଳୟ (ସୋଆ) ସହିତ ଜାତୀୟ ଆଇନ  ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ସୋଆ  ବିଶ୍ୱବିଦ୍ୟାଳୟ ୪୦ ପଏଣ୍ଟରେ ବିଜୟୀ ହୋଇଛି । 

ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ଡ୍ରିମ୍‌ସ  ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା କବାଡ଼ିରେ  ରେଭେନ୍ସା ୨୫ ପଏଣ୍ଟରେ ବିଜୟ ଲାଭ କରିଛି । ସେହିପରି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହିତ ଖଲ୍ଲିକୋଟ  ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା ଖେଳରେ ଶ୍ରୀ ଶ୍ରୀ  ବିଶ୍ୱବିଦ୍ୟାଳୟ ୮ ପଏଣ୍ଟରେ ବିଜୟ ଲାଭ କରିଛି ।  ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ଫକିର ମୋହନ  ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ  ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ୫ ପଏଣ୍ଟରେ ବିଜୟ  ଲାଭ କରିଛି । କ୍ରିକେଟ୍‌ ପୁରୁଷ ବର୍ଗରେ ଡ୍ରିମ୍‌ସ  ସହିତ ସୋଆ ବିଶ୍ୱବିଦ୍ୟାଳୟର ଖେଳରେ ସୋଆ ବିଶ୍ୱବିଦ୍ୟାଳୟ ୧୦୦ ରନ୍‌ରେ ବିଜୟୀ ହୋଇଛି । କିଟ୍‌  ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା  ମ୍ୟାଚ୍‌ରେ କିଟ୍‌ ୧୦ ୱିକେଟ୍‌ରେ ବିଜୟୀ ହୋଇଛି ।  

ସମ୍ବଲପୁର ଏବଂ ଏସ୍‌ଜେଏସ୍‌ ବିଶ୍ୱବିଦ୍ୟାଳୟ  ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ସମ୍ବଲପୁର ବିଜୟୀ, ଖଲ୍ଲିକୋଟ ଏବଂ ଫକିର ମୋହନ ବିଶ୍ୱବିଦ୍ୟାଳୟ  ହୋଇଥିବା ମ୍ୟାଚ୍‌ରେ ଫକିର ମୋହନ ବିଜୟୀ,  ଏମ୍‌ଏସ୍‌ ଆଇନ ସହିତ ସିଭିରମଣ ବିଶ୍ୱବିଦ୍ୟାଳୟ  ମଧ୍ୟରେ ସିଭିରମଣ ୨ ୱିକେଟ୍‌ରେ ବିଜୟୀ, ବିରଲା  ଗ୍ଲୋବାଲ ସହିତ ରେଭେନ୍ସା ମଧ୍ୟରେ ହୋଇଥିବା  ମ୍ୟାଚ୍‌ରେ ରେଭେନ୍ସା ୧୩୫ ରନ୍‌ରେ ବିଜୟୀ ହୋଇଛି। ସେହିପରି ଭଲିବଲ୍‌ ମହିଳା ବର୍ଗରେ  ଉତ୍କଳ ବିଶ୍ୱବିଦ୍ୟାଳୟ ୨ ସେଟ୍‌ ଏବଂ କିଟ୍‌ ୨  ସେଟ୍‌ରେ ବିଜୟୀ ହୋଇଛନ୍ତି ।  

ସେହିପରି ଫୁଟବଲ୍‌ ପୁରୁଷ ବର୍ଗରେ ରେଭେନ୍ସା  ସହିତ ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା  ମ୍ୟାଚ୍‌ରେ ସୋଆ ୩-୧ ଗୋଲ୍‌ରେ ବିଜୟୀ  ହୋଇଥିବା ବେଳେ ସମ୍ବଲପୁର ୬-୦ ଗୋଲ୍‌,  ବ୍ରହ୍ମପୁର ୨-୦ ଗୋଲ୍‌ ଏବଂ ଗଙ୍ଗାଧର ମେହର  ବିଶ୍ୱବିଦ୍ୟାଳୟ ୩୦୧ ଗୋଲ୍‌ରେ ବିଜୟୀ ହୋଇଛନ୍ତି ।  ସେହିପରି ଖୋଖୋ ମହିଳା ବର୍ଗରେ ରାଜେନ୍ଦ୍ର ସହିତ  ଡିଡି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଡିଡି ୨୦ ପଏଣ୍ଟ ବିଜୟୀ ହୋଇଥିବା ବେଳେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ୨  ପଏଣ୍ଟରେ ବିଜୟ ଲାଭ କରିଛନ୍ତି । ଖୋଖୋ ପୁରୁଷ  ବର୍ଗରେ ରେଭେନ୍ସା ୮ ପଏଣ୍ଟ, ବ୍ରହ୍ମପୁର ୧୬  ପଏଣ୍ଟ, ଫକିର ମୋହନ ୧୫ ପଏଣ୍ଟରେ ବିଜଜୟୀ  ହୋଇଥିବା ବେଳେ ସମ୍ବଲପୁର ଓ ଗଙ୍ଗାଧର ମେହର  ବିଶ୍ୱବିଦ୍ୟାଳୟ ୱାକ୍‌ଓଭର ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.