ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ପୁଣି ଫାଇନାଲରେ ବହିବ କି ସାମି ଝଡ଼ ? ଅଷ୍ଟ୍ରେଲିଆ ଅଧିନାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଅହମ୍ମଦାବାଦ: ବିଶ୍ବକପରେ ଭାରତୀୟ ବୋଲର ମହମ୍ମଦ ସାମିଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ସେମିଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ୭ଟି ଓ୍ବିକେଟ ନେଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ସାମିଙ୍କୁ ଏବେ ଅଷ୍ଟ୍ରେଲିଆ ଟିମ୍‌ ମଧ୍ୟ ଭୟ କରୁଛି । ଏକଥା ଖୋଦ ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ପାଟ କମିନ୍ସ କହିଛନ୍ତି । ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ବକପର ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ ସାମ୍ବାଦିକ ସମ୍ମଳନୀରେ ମହମ୍ମଦ ସାମି ତାଙ୍କ ଦଳ ପାଇଁ ବିପଦ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ କମିନ୍ସ ।  ଭାରତ ବହୁତ ଭଲ ଟିମ୍‌ । କିନ୍ତୁ ମହମ୍ମମଦ ସାମି ବଡ଼ ବିପଦ ବୋଲି ସେ କହିଛନ୍ତି ।

 ନରେନ୍ଦ୍ର ମୋଦୀ ଷ୍ଟାଡିମୟରେ ଦେଢ଼ ଲକ୍ଷ ଦର୍ଶକଙ୍କ ସମାଗମ ହେବାକୁ ଥିବା ବେଳେ ଏହାକୁ ନେଇ କମିନ୍ସ କହିଛନ୍ତି ଯେ, ଭିଡ଼ର ସମର୍ଥନ ଏକତରଫା ହୋଇପାରେ । ହେଲେ ଏତେ ଲୋକଙ୍କୁ ଚୁପ୍‌ କରାଇବାର ମଜା ନିଆରା ହେବ । ଏହା ଦୁଃଖଦ ଯେ, କାଲିର ମ୍ୟାଚ୍‌ରେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କ ସମର୍ଥନ ଏକତରଫା ହୋଇପାରେ । ହେଲେ ଏତେ ସଂଖ୍ୟକ ଲୋକଙ୍କୁ ଚୁପ୍‌ କରାଇବା ଆମର ଲକ୍ଷ୍ୟ ହେବ ବୋଲି କମିନ୍ସ କହିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଫାଇନାଲ ମ୍ୟାଚ୍‌ରେ ଭିଡ଼   ଅଧିକ ହେବ । ଲୋକମାନେ ଅଧିକ ଜୋରରେ ଟିମ୍‌କୁ ଚିୟର ଅପ କରିବେ । ଏସବକୁ ଧ୍ୟାନ କମ୍‌ ଦେବା ସହ କୌଣସି ପଶ୍ଚାତାପ ବିନା କାଲିର ମ୍ୟାଚ ଶେଷ କରିବାକୁ ହେବ  । 

ଫାଇନାଲ ମ୍ୟାଚ୍‌ ଖେଳାଯିବାକୁ ଥିବା ନେଇ ପିଚ୍‌ ଉପରେ କମିନ୍ସ କହିଛନ୍ତି, ନିଜ ଦେଶରେ ଏବଂ ନିଜ ପିଚରେ ଖେଳିବା ଫଳପ୍ରଦ ସାବ୍ୟସ୍ତ ହୁଏ । କାଲିର ପିଚ ଉଭୟ ଟିମ୍‌ ପାଇଁ ପ୍ରସ୍ତୁତ ହୋଇଛି।  ଆଉ ଆମେ ଏଠାରେ ବହୁତ ମ୍ୟାଚ୍‌ ଖେଳିଛୁ । ଆଗରୁ ଭାରତରେ ଅନେକ ମ୍ୟାଚ୍‌ ଖେଳିଥିବାରୁ ଏଠାକାର ଭିଡ଼କୁ ଜାଣିଛୁ । ତେଣୁ କୌଣସି ପ୍ଲେୟର ଭୟ କରିବାର କିଛି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ପାଟ କମିନ୍ସ । 

 ସୂଚନାଯୋଗ୍ୟ, ଆସନ୍ତାକାଲି ଦୀର୍ଘ ୨୦ ବର୍ଷ ପରେ ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ୨୦୦୩ ବିଶ୍ବକପ ଫାଇନାଲରେ ୧୨୫ ରନ୍‌ରେ ଭାରତକୁ ହରାଇଥିଲା ଅଷ୍ଟ୍ରେଲିଆ । ତେବେ ଭାରତ ୨୦୦୩ର ପରାଜୟର ପ୍ରତିଶୋଧ ୨୦୨୩ରେ ନେବ ବୋଲି କୁହାଯାଉଛି  । ସେପଟେ ଅଷ୍ଟ୍ରେଲିଆ ଟିମ୍‌ ୫ ଥର ବିଶ୍ବକପ ଟାଇଟଲ ଜିଣିଥିବା ବେଳେ ପୁଣି ଥରେ ବିଜୟୀ ହେବାକୁ ଆଶା ରଖିଛି ।

 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.