ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

‘ଟାଇମ୍ ଆଉଟ୍’ ବିବାଦ ପରେ ବାଂଲାଦେଶ ରଚିଲା ଇତିହାସ , ୩ ୱିକେଟରେ ହାରି ସେମି ରେସରୁ ଶ୍ରୀଲଙ୍କା ବାଦ୍

ନୂଆଦିଲ୍ଲୀ, ୦୬/୧୧: ବିଶ୍ୱକପର ୩୮ତମ ମ୍ୟାଚରେ ଇତିହାସ ରଚିଛି ବାଂଲାଦେଶ । ହାରିବାର ରେକର୍ଡ ଭାଙ୍ଗି ବାଂଲାଦେଶ ପ୍ରଥମଥର ପାଇଁ ବିଶ୍ୱକପରେ ଶ୍ରୀଲଙ୍କାକୁ ହରାଇଛି । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରିଛି ବାଂଲାଦେଶ । 

ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଶ୍ରୀଲଙ୍କାକୁ ଆମନ୍ତ୍ରଣ କରିଥିଲା ବାଂଲାଦେଶ । ତେବେ ଆରମ୍ଭରୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ସିଂହଳୀ ଦଳ । ଦଳୀୟ ସ୍କୋର୍ ୫ ହୋଇଥିବା ବେଳେ ପ୍ରଥମ ଓଭରରେ ପ୍ୟାଭିଲିୟନ୍ ଫେରିଥିଲେ ଓପନର କୁଶଲ ପେରେରା । 

ଏହା ପରେ ଶ୍ରୀଲଙ୍କା ଅଧିନାୟକ କୁଶଲ ମେଣ୍ଡିସ୍ ଓ ପାଥୁମ୍ ନିସଙ୍କ ଯଥାକ୍ରମେ ୧୧ ଓ ୧୨ ଓଭରରେ ଆଉଟ୍ ହୋଇଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିବା ବେଳେ ଶ୍ରୀଲଙ୍କାକୁ କ୍ରିଜରେ ବଳ ଦେଇଥିଲେ ଚରିଥ୍ ଆସଲଙ୍କା । ଚରିଥ୍ ୧୦୫ ବଲରେ ୫ ଚକା ଓ ୬ଟି ଚଉକା ସାହାଯ୍ୟରେ ୧୦୮ ରନ୍ କରିଥିଲେ । ଫଳରେ ଦଳ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୯ ରନ୍ କରିବାରେ ସମର୍ଥ ହୋଇଥିଲା ।

ବାଂଲାଦେଶ ବିପକ୍ଷରେ ଚରିଥଙ୍କ ଶତକ, ୨୭୯ ରନରେ ଅଟକିଲା ଶ୍ରୀଲଙ୍କା

୨୮୦ ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ବାଂଲାଦେଶ । ୨.୧ ଓଭରରେ ବାଂଲାଦେଶର ଓପନର ତାଞ୍ଜିଦ୍ ହସନ୍ ଆଉଟ୍ ହୋଇଥିଲେ । ଏହାପରେ ଦଳୀୟ ସ୍କୋର ୧ ହୋଇଥିବା ବେଳେ ଲିଟ୍ଟନ ଦାସ ପ୍ୟାଭିଲିୟନ୍ ଫେରିଥିଲେ । ଏହା ପରେ ଦଳର ବ୍ୟାଟିଂକୁ ବଳ ଦେଇଥିଲେ ନଜମୂଲ ହୋସେନ୍ ଓ ଅଧିକନାୟକ ଶାକିବ ଅଲ ହସନ୍ । ଉଭୟ ଯଥାକ୍ରମେ ୯୦ ଓ ୮୨ ରନର ପାଳି ଖେଳିଥିଲେ ।

ଶେଷରେ ଦଳ ୪୧.୧ ଓଭରରେ ୭ ୱିକେଟ୍ ହରାଇ ୨୮୨ ରନ୍ ସଂଗ୍ରହ କରି ୩ ୱିକେଟରେ ମ୍ୟାଚ୍ ଜିତି ନେଇଛି । ଅଧିନୟାକ ଶକିବ ଅଲ୍ ହସନ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ବାଂଲାଦେଶ ପକ୍ଷରୁ ତଞ୍ଜିମ୍ ହାସନ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶୌରିଫୁଲ୍ ଇସଲାମ୍ ଓ ଶାକିବ ଅଲ୍ ହସନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । 

ତେବେ ଆଜିର ମ୍ୟାଚରେ ଶ୍ରୀଲଙ୍କାର ଖେଳାଳି ଏଞ୍ଜେଲୋ ମ୍ୟାଥୁଜ୍ କୌଣସି ବି ଗୋଟିଏ ବଲ୍ ନ ଖେଳି ‘ଟାଇମ୍ ଆଉଟ୍’ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଠି ଜଣେ ଖେଳାଳି ଏଭଳି ଭାବେ ‘ଟାଇମ୍ ଆଉଟ୍’ ହୋଇଛନ୍ତି ।

World Cup: କ୍ରିକେଟ୍ ଇତିହାସରେ ପ୍ରଥମ, ଗୋଟିଏ ବି ବଲ୍ ନ ଖେଳି ଆଉଟ୍ ହେଲେ ଶ୍ରୀଲଙ୍କାର ଏଞ୍ଜେଲୋ ମ୍ୟାଥୁଜ୍

ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ବ୍ୟାଟିଂ କରୁଥିବା ବେଳେ ୨୫ ଓଭରରେ ଏହି ଘଟଣା ଘଟିଥିଲା । ଉକ୍ତ ଓଭରରେ ବାଂଲାଦେଶ ଟିମର ଅଧିନାୟକ ଓ ସ୍ପିନର୍ ଶାକିବ ଅଲ୍ ହସନ୍ ଅପିଲ୍ କରିଥିଲେ । ଶାକିବଙ୍କ ଦ୍ୱିତୀୟ ବଲରେ ସଦିରା ସମରବିକ୍ରମା କ୍ୟାଚ୍ ଆଉଟ୍ ହୋଇଥିଲେ । ଏହା ପରେ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ ଏଞ୍ଜେଲୋ ମ୍ୟାଥୁଜ୍ । ତେବେ ଏହି ସମୟରେ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।

ମ୍ୟାଥୁଜ୍ କ୍ରିଜକୁ ଆସିଲା ବେଳେ ଉଚିତ୍ ହେଲମେଟ୍ ଆଣି ନଥିଲେ । ଫଳରେ ସେ କ୍ରିଜକୁ ଆସି ଆଉ ଏକ ହେଲମେଟ୍ ଆଣିବା ଲାଗି ପ୍ୟାଭିଲିୟନ ଓ ସାଥୀ ଖେଳାଳିଙ୍କୁ ଇସାରା କରିଥିଲେ । ଆଉ ସେହି ସମୟରେ ଶାକିବ କ୍ରିଜରେ ଥିବା ଅମ୍ପାୟରଙ୍କୁ ‘ଟାଇମ୍ ଆଉଟ୍’ ଅପିଲ୍ କରିଥିଲେ । ତେବେ ଶାକିବଙ୍କ ଅପିଲକୁ ପ୍ରଥମେ ଅମ୍ପାୟର ଗୁରୁତ୍ୱ ଦେଇ ନଥିଲେ । ଶାକିବ ପୁଣି ଅମ୍ପାୟରଙ୍କୁ କହିବା ପରେ ଦୁଇ ଅମ୍ପାୟର ଆଲୋଚନା କରି ମ୍ୟାଥୁଜଙ୍କୁ ଅମ୍ପାୟରଙ୍କୁ ‘ଟାଇମ୍ ଆଉଟ୍’ କରିଥିଲେ ।  ଏଭଳି ଭାବେ ଶ୍ରୀଲଙ୍କା ଟିମ୍ ଗୋଟିଏ ବଲରେ ୨ଟି ୱିକେଟ୍ ହରାଇଥିଲା । 

ଜେଲ୍‌ରେ ଇରାନର ନୋବେଲ୍ ବିଜେତା ନର୍ଗିସ୍ ମହମ୍ମଦିଙ୍କ ଆମରଣ ଅନଶନ

Copyright © 2022 - Summa Real Media Private Limited. All Rights Reserved.