ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

୨୦୨୪ରେ ଧର୍ମ ବନାମ ଜାତି ? ଜାତିଗତ ସର୍ଭେ ସହ ଲୋକସଭା ନିର୍ବାଚନର ଏଜେଣ୍ଡା ହୋଇଛି କି ସ୍ଥିର

ନୂଆଦିଲ୍ଲୀ - ଜାତିଗତ ଗଣନା ବିହାରରେ ହୋଇଛି, ହେଲେ ଏହାର ତଥ୍ୟ ସାମନାକୁ ଆସିବା କ୍ଷଣି ସାରାଦେଶର ରାଜନୀତି ସରଗରମ ହୋଇ ଉଠିଛି। ଶାସକ ପକ୍ଷ ଓ ବିରୋଧିଙ୍କ ଅନେକ ନେତା ଏହା ଉପରେ ଖୁବ୍‌ ଟିପ୍ପଣୀ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଦେଶକୁ ବାଣ୍ଟିବାର ପ୍ରୟାସ କଥା କହିଥିବା ବେଳେ ରାହୁଲ ଗାନ୍ଧୀ ଯେତେ ଜନସଂଖ୍ୟା ସେତେ ହକ୍‌ ଭଳି କଥା ମଧ୍ୟ ଲେଖିଛନ୍ତି। ଏଥିରୁ ଅନ୍ଦାଜା ଲଗାଯାଉଛି କି, ୨୦୨୪ ମସିହାର ଲୋକସଭା ନିର୍ବାଚନର ଏଜେଣ୍ଡା ପ୍ରସ୍ତୁତ ହୋଇ ସାରିଛି କି ? ଆଗାମୀ ଲୋକସଭା ନିର୍ବାଚନ କଣ ଧର୍ମ ବନାମ ଜାତି ମଧ୍ୟରେ ହେବ ଲଢେଇ ?  

ଜାତିଗତ ଗଣନା ପରେ ଏବେ ସଂରକ୍ଷଣର ପାଳି , ୨୦୨୪ରେ ପୂରା ଦେଶରେ ପଡ଼ିବ କି ବିହାରର ପ୍ରଭାବ ?
 
ବିହାରରେ ଜାତିଗତ ତଥ୍ୟ ଆସିବା ପରେ ଇଣ୍ଡିଆ ଗଠବନ୍ଧନ ଏହା ଆଧାରରେ ନିର୍ବାଚନୀ ଶକ୍ତି ଠୁଳ କରିବାରେ ଲାଗି ପଡ଼ିଛି। କହି ରଖୁଛୁ କି, ଲାଲୁ ପ୍ରସାଦ ଯାଦବ ଘୋଷଣା କରିଦେଇଛନ୍ତି କି ଯଦି ଇଣ୍ଡିଆ ଗଠବନ୍ଧନର ସରକାର ଗଠନ ହୁଏ ତ ଜାତିଗତ ଜନଗଣନା ରାଷ୍ଟ୍ରୀୟ ସ୍ତରରେ ହେବ ।  
 
ଜାତିକୁ ନେଇ ବିରୋଧି ଏକାଠି 
 
ବିହାରର ଜାତିଗତ ଜନଗଣନାର ତଥ୍ୟ ମୁତାବିକ , ଏଠାର ଜନସଂଖ୍ୟାରେ ୬୩.୧୩ ପ୍ରତିଶତ ଓବିସି ରହିଛନ୍ତି । ଏଥିରେ ୩୬.୦୧ ପ୍ରତିଶତ ଇବିସି ଅର୍ଥାତ୍‌ ଅତ୍ୟନ୍ତ ପଛୁଆ ବର୍ଗ , ୨୭.୧୨ ପ୍ରତିଶତ ପଛୁଆ ବର୍ଗ ଅଛି। ସେପଟେ ୧୯.୬୫ ପ୍ରତିଶତ ଅନୁସୂଚିତ ଜାତିର ଜନସଂଖ୍ୟା । ହୃଦୟସ୍ପର୍ଶୀ କଥା ଏହା କି ଇଣ୍ଡିଆ ଗଠବନ୍ଧନରେ ବିଭିନ୍ନ ମାମଲାରେ ଯଦିଓ ଊଣା ଅଧିକେ ମତଭେଦ ରହିଛି, ଜାତିଗତ ମାମଲାରେ ଏମିତି ଦେଖିବାକୁ ମିଳିନାହିଁ । ସେ କଂଗ୍ରେସ ହେଉ , ଆରଜେଡି , ଜେଡିୟୁ ବା ସମାଜବାଦୀ ପାର୍ଟି ହେଉ। ଜାତିଗତ ଜନଗଣନାକୁ ନେଇ ସମସ୍ତଙ୍କର ଗୋଟିଏ ରାୟ । ଏଥିରେ ପାଖାପାଖି ସ୍ଥିର ହୋଇଛି କି  ବିଜେପିର ହିନ୍ଦୁତ୍ୱର ପଲିଟିକ୍ସକୁ ଓବିସିର ଅସ୍ତ୍ରରେ ମାତ୍‌ ଦେବାର ପ୍ରସ୍ତୁତି ହୋଇଛି।
 
ଓବିସି ହେବ ବିରୋଧିଙ୍କ ଅସ୍ତ୍ର 

ଜାତିଗତ ଜନଗଣନାର ତଥ୍ୟ ସାମନାକୁ ଆସିବା କ୍ଷଣି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍‌ ଆସିଛି। ଏଥିରେ ସେ ଲେଖିଛନ୍ତି ବିହାରରେ ଓବିସି , ଏସସି ଓ ଏସଟିର ଜନସଂଖ୍ୟା ୮୪ ପ୍ରତିଶତ ରହିଛି। ଏହାସହ ହିଁ ସେ ସେହି କଥା ପୁଣି ଥରେ ଦୋହରାଇଛନ୍ତି , ଯାହା ମହିଳା ସଂରକ୍ଷଣ ବିଲ୍‌ ଉପସ୍ଥାପିତ ହେବା ବେଳେ କହିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି , କେନ୍ଦ୍ରର ୯୦ ସଚିବଙ୍କ ମଧ୍ୟରେ କେବଳ ୩ଜଣ ଓବିସି । ଏହାସହ ହିଁ ରାହୁଲ ଭାରତର ଜାତିଗତ ତଥ୍ୟ ଜାଣିବାର କଥା ଉପରେ ଜୋର ଦେଇ କହିଛନ୍ତି ଯେତେ ଜନସଂଖ୍ୟା , ସେତେ ହକ୍‌ । ଏହା ଆମର ଶପଥ। ଏଥିରୁ ସ୍ପଷ୍ଟ ହେଉଛି କି ଇଣ୍ଡିଆ ଗଠବନ୍ଧନ କେବଳ ଆଗାମୀ ବିଧାନସଭା ନିର୍ବାଚନରେ ନୁହେଁ , ଲୋକସଭା ନିର୍ବାଚନରେ ମଧ୍ୟ ଏହି ଅସ୍ତ୍ରର ବ୍ୟବହାର ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.