ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛବି ଖରାପ କରିବାକୁ ପ୍ରୟାସ ଅଭିଯୋଗ, ପ୍ରିୟଙ୍କା ଗାନ୍ଧୀ ଏବଂ ଆପ୍‌କୁ କାରଣ ଦର୍ଶାଅ ନୋଟିସ୍‌

Image Courtesy: hindustantimes

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଭୁଲ ଟିପ୍ପଣୀ ଦେଇଥିବା ପ୍ରସଙ୍ଗରେ କଂଗ୍ରେସର ସାଧରଣ ସଂପାଦକ ପ୍ରିୟଙ୍ଗା ଗାନ୍ଧୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦେଇଛନ୍ତି ନିର୍ବାଚନ ଆୟୋଗ (ଇସି) । ବିଜେପି ନେତା ହରଦୀପ ସିଂହ ପୁରୀ ଏବଂ ଅନୀଲ ବାଲୁନିଙ୍କ ଅଭିଯୋଗ କ୍ରମେ ଇସି ଏହି ନୋଟିସ ଦେଇଛନ୍ତି । ଏକ ରାଲିରେ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, ମୋଦୀ ସରକାର ପିଏସୟୁକୁ ଘରୋଇକରଣ କରୁଛନ୍ତି । ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ମନ୍ତବ୍ୟ ଭିତ୍ତିହୀନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛବି ଖରାପ କରିବା ପାଇଁ ଏକ ହୀନ ଚକ୍ରାନ୍ତ ବୋଲି ବିଜେପି ଅଭିଯୋଗ କରିଥିଲା ।

ମଧ୍ୟପ୍ରଦେଶର ସାନଓ୍ବେଲ ବିଧାନସଭା କ୍ଷେତ୍ରରେ ଏକ ନିର୍ବାଚନ ରାଲିରେ ପ୍ରିୟଙ୍କା ମୋଦୀ ସରକାରଙ୍କ ଉପରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ ମୋଦୀ ସରକାର  ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡକୁ ତାଙ୍କ ବ୍ୟବସାୟୀ ବନ୍ଧୁଙ୍କୁ ଦେଇଛନ୍ତି । ତେବେ ରାଲିରେ ପ୍ରଦାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଭାବାମୂର୍ତ୍ତିକୁ ଖରାପ କରିବା ଅଭିଯୋଗରେ ଇସି ପ୍ରିୟଙ୍କା ଗାନ୍ଧୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି । ତେଣୁ ଗୁରୁବାର ରାତି ୮ଟା ସୁଦ୍ଧା ନିଜର ପକ୍ଷ ରଖିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ କୁହାଯାଇଛି । 

ଏହା ପୂର୍ବରୁ ନିର୍ବାଚନ ଆୟୋଗ (ଇସି) ଆମ ଆଦମୀ ପାର୍ଟି (ଆପ୍‌)କୁ ନୋଟିସ ଜାରି କରିଥିଲେ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଅପମାନସୂଚକ ଟିପ୍ପଣୀ ଭାଇରାଲ କରିବା ଅଭିଯୋଗରେ ଆପକୁ ଏହି ନୋଟିସ କରାଯାଇଛି । ବିଜେପି ପକ୍ଷରୁ ନେଭମ୍ବର ୧୦ରେ ଇସିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଆପ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବଦନାକ କରିବାକୁ ଚକ୍ରାନ୍ତ ହୋଇଥିବା ନେଇ ବିଜେପି ଅଭିଯୋଗ କରିଥିଲା ।

 

 

  • Narendra Modi
  • Copyright © 2022 - Summa Real Media Private Limited. All Rights Reserved.